ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି ପୋଲିସ ପକ୍ଷରୁ ସ୍ଥାନୀୟ ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ମାଓବାଦୀଙ୍କ ଆତ୍ମସମର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ମୋଟ ୧୧ ଜଣ ମାଓବାଦୀ ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ। ଦୀର୍ଘଦିନ ଧରି ମାଓବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ଏହି ବ୍ୟକ୍ତିମାନେ ଶେଷରେ ହିଂସାର ପଥ ଛାଡ଼ି ସାଧାରଣ ଜୀବନକୁ ଫେରିବା ପାଇଁ ଏହି ପଦକ୍ଷେପ ନେଇଥିବା କୁହାଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ପୋଲିସର ଡିଜିପି Y. B. ଖୁରାନିଆ , IPS ଉପସ୍ଥିତ ଥିଲେ। ସେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସ୍ୱାଗତ କରି କହିଥିଲେ ଯେ ସରକାରଙ୍କ ପୁନର୍ବାସ ନୀତି ଅନୁସାରେ ସେମାନଙ୍କୁ ଆର୍ଥିକ ସହାୟତା, ପ୍ରଶିକ୍ଷଣ ଓ ସାଧାରଣ ଜୀବନରେ ପୁନଃସ୍ଥାପନ ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯିବ। ସେ ଆହୁରି କହିଥିଲେ ଯେ ପୋଲିସ ଓ ସୁରକ୍ଷା ବାହିନୀଙ୍କ ସଂଯୁକ୍ତ ପ୍ରୟାସ ଫଳରେ ମାଓବାଦୀ ପ୍ରଭାବ ଧୀରେ ଧୀରେ କମୁଛି ଓ ଅନେକ ମାଓବାଦୀ ମୁଖ୍ୟ ଧାରାକୁ ଫେରୁଛନ୍ତି।
ଏହି କାର୍ଯ୍ୟକ୍ରମରେ ADG (Anti Naxal Operations) ସଂଜୀବ ପଣ୍ଡା , IPS , IG (Operations) ଦୀପକ କୁମାର , IG CRPF ଅମାତେନ୍ଦ୍ର ସିଂହା , IPS, DIG SIW ଅଖିଳେଶ୍ୱର ସିଂ , DIG SWR କନୱାର ବିଶ୍ୱାଳ ସିଂ , କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ , SP କନ୍ଧମାଳ ହରିଶ ବିଷି , IPS, SP ରାୟଗଡା ସ୍ଵାତି ଏସ . କୁମାର , ଏସପି ନୂଆପଡା ଅମ୍ରିତପାଳ ସିଂ ଓ ଏସ୍ଡ଼ିପିଓ ଧର୍ମଗଡ ସହ ବହୁ ପୋଲିସ ଅଧିକାରୀ ଓ ସୁରକ୍ଷା ବାହିନୀର କର୍ମଚାରୀମାନେ ଉପସ୍ଥିତ ଥିଲେ।
ଅଧିକାରୀମାନେ କହିଥିଲେ ଯେ ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଓ ପୁନର୍ବାସ ନୀତି ଫଳରେ ମାଓବାଦୀମାନେ ହିଂସାର ପଥ ଛାଡ଼ି ସାଧାରଣ ଜୀବନକୁ ଫେରୁଛନ୍ତି। ଏହା ସହ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଶାନ୍ତି, ଉନ୍ନତି ଓ ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଏପରି ପଦକ୍ଷେପ ଜାରି ରହିବ ବୋଲି ସୂଚନା ଦିଆଯାଇଛି।








