(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା : ଓଡ଼ିଶାର ଇତିହାସ ରେ ଖଲ୍ଲିକୋଟ ର ସ୍ଥାନ ଅଦ୍ୱିତୀୟ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏସଂକ୍ରାନ୍ତରେ କହିବାକୁ ଗଲେ ଯେଉଁ ରାଜପ୍ରସାଦ ଦିନେ ଚର୍ଚ୍ଚା ର ବିଷୟ ପାଲଟିଥିଲା ପୁରପଲ୍ଲୀରେ, ସେ ରାଜପ୍ରସାଦ ଏଵେ ଜରାଜୀର୍ଣ୍ଣ ଅବସ୍ଥା ରେ ଦେଖିବାକୁ ମିଳିଛି।
ଖବର ନେବାରୁ ଜଣାପଡିଛି ଯେ,୧୯୫୪ ମସିହାର ରୁ ସ୍ବର୍ଗତ ପ୍ରଜାନୁରଞ୍ଜନ,ପ୍ରଜାଵତ୍ସଳ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ସରକାରଙ୍କୁ ଦାନ କ୍ରୟ କରିଥିଲେ। ସେଠାରେ ଚାରୁ ଓ କାରୁକଳା ମହାବିଦ୍ୟାଳୟ ୧୯୫୭ ମସିହାରୁ ଏବଂ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ୧୯୯୪ ମସିହାରୁ ଚାଲିଥିବା ବେଳେ ଏବେ ଏହାର ଛାତ୍ରାବାସ ଓ ପରିବେଶକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛି । ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଛାତ୍ରାବାସ କୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଏଥି ପ୍ରତି କାହାର ନଜରକୁ ଆସିଲା ଭଳି ମନେହୁଏ ନାହିଁ । ତା ସାଙ୍ଗକୁ ଏହାର ପରିବେଶ ବିଷୟରେ ବରଂ ନ କହିଲେ ଭଲ। ଏଣେ ରାଜାଘର ବାମ୍ଫି ସମ୍ପୁର୍ଣ୍ଣ ଜରାଜୀର୍ଣ୍ଣ ଅବସ୍ଥା ଦେଖିବା କୁ ମିଳିଛି। ଏହାର ରକ୍ଷଣାବେକ୍ଷଣ ପାଇଁ ଜନସାଧାରଣ ଙ୍କ ତରଫରୁ ନିବେଦନ କରା ଯାଉଛି।
ରାଜ୍ୟ
ଖଲ୍ଲିକୋଟ ରାଜ ପ୍ରାସାଦର ଦୂରାବସ୍ଥା।
- Hits: 172