ହେଡଲାଇନସ୍:

ସମସ୍ତ ସେବାୟତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ମହାପ୍ରଭୁଙ୍କ ଅପାର କୃପାରୁ ସବୁ ସେବାୟତ ଭଲ ଅଛନ୍ତି

  •  ଘଟଣାର ସବୁ କାରଣକୁ ଅନୁଧ୍ୟାନ କରାଯାଇ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ

ଭୁବନେଶ୍ୱର: ଗତକାଲି ବଡ଼ଠାକୁର ବଳଭଦ୍ର ଆଡ଼ପ ମଣ୍ଡପକୁ ବିଜେ ସମୟରେ ସେବାୟତମାନେ ଆହତ ହୋଇଥିବା ଶୁଣି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ତତ୍କ୍ଷଣାତ୍ ପୁରୀ ଗସ୍ତରେ ଯାଇ ଡାକ୍ତରଖାନରେ ସେବାୟତମାନଙ୍କୁ ଭେଟିଥିଲୋ ମହାପ୍ରଭୁଙ୍କ ଆଶୀର୍ବାଦରୁ ସେବାୟତମାନଙ୍କର ବିଶେଷ କ୍ଷତି ହୋଇନଥିବା ଡାକ୍ତରଙ୍କଠାରୁ ଜାଣିବା ପରେ ସେବାୟତମାନଙ୍କ ପାଖକୁ ଯାଇ ଘଟଣା ବିଷୟରେ ପଚାରି ବୁଝିଥିଲୋ ତିନି ଠାକୁରଙ୍କ ଅପାର କରୁଣାରୁ ସେବାୟତମାନେ ଶୀଘ୍ର ସୁସ୍ଥ ହୋଇ ଦାରୁଦିଅଁଙ୍କ ସେବାରେ ଯୋଗଦେବେ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଥିଲୋ
ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁଣ୍ଡିଚା ମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଶେଷ ହେବା ପର୍ଯ୍ୟନ୍ତ ସେଠାରେ ରହି ସବୁକାର୍ଯ୍ୟ ଯେପରି ସୁରୁଖୁରୁରେ ସଂପନ୍ନ ହୋଇପାରିବ ତାହା ନିରୀକ୍ଷଣ କରିଥିଲୋ ମନ୍ତ୍ରୀଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସଂପନ୍ନ ହୋଇଥିବାବେଳେ ତାଳଧ୍ୱଜ ରଥ ଘଟଣାର କାରଣ ସଂପର୍କରେ ବରିଷ୍ଠ ଦଇତାପତି, ସେବାୟତ, ଦଇତା ନିଯୋଗ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କଠାରୁ ପଚାରି ବୁଝିଥିଲୋ ଘଟଣାର ସବୁ କାରଣକୁ ଅନୁଧ୍ୟାନ କରି ଆଗାମୀ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପ୍ରକାଶ କରିଥିଲୋ
ଦାରୁଦିଅଁ କେବଳ ପ୍ରତିମା ନୁହନ୍ତି, ସେ ହେଉଛନ୍ତି ସ୍ୱୟଂ ଭଗବାନ, ସୃଷ୍ଟିକର୍ତ୍ତା ଓ ପାଳନକର୍ତ୍ତାା ତାଙ୍କରି ନିର୍ଦ୍ଦେଶରେ ସବୁ ଆତଯାତା ତାଙ୍କର ବିନା ଇଚ୍ଛାରେ ପତ୍ରଟିଏ ମଧ୍ୟ ହଲେନାହିାଁ ସବୁ ତାଙ୍କରି ଲୀଳା ବୋଲି କିଛି ଦଇତାପତି ମନ୍ତ୍ରୀଙ୍କୁ କହିଥିଲୋ ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲୋ

0
0
0
s2sdefault