ହେଡଲାଇନସ୍:

ନିମ୍ନ ମାନର ସକ ପିଟ କାମକୁ ନେଇ ଜନସାଧାରଣ ଅସନ୍ତୋଷ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋଷାଗୁମୁଡା, ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ ତା ୦୯/୦୭-ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ " ସରକାର କା ମାଲ, ଦରିଆ ମେ ଡାଲ "ନୀତିରେ ଉଭୟ ପ୍ରଶାସନ ଓ ଠିକାଦାର ମିଶି ଟଙ୍କା ହଡପ କରୁଥିବା ଭଳି ଅଭିଯୋଗ ଆସୁଛି |ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମାରେ ଏକ ନଳକୂପ ନିକଟରେ ଏକ ସକପିଟ ନିର୍ମାଣ ହୋଇଛି |ହେଲେ ଏହି ସକପିଟକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି ଯେ, ଏହାକୁ ତିଆରି କରିବାକୁ କେତେ ଟଙ୍କା ଖର୍ଚ୍ଚ ହୋଇଛି |ତାହା ପୁଣି ଅଜଗାରେ ତିଆରି ହୋଇଛି |ଯେଉଁ ସ୍ଥାନରେ ଡ୍ରେନ ରହିଛି, ସେ ସ୍ଥାନରେ ପୁଣି ସକପିଟ ର କଣ ଆବଶ୍ୟକ? ଉଭୟ ବିଭାଗୀୟ ଅଧିକାରୀ ଓ ଠିକାଦାର ମିଲିଭଗତ ହୋଇ ଏପରି ନିମ୍ନମାନର କାର୍ଯ୍ୟ ଓ ଅଜାଗାରେ କାମ କରି ସବୁ ଟଙ୍କା ହଡପ କରିଥିବା ସାଧାରଣରେ ଅଭିଯୋଗ ହେଉଛି |ବାରମ୍ବାର ଅଭିଯୋଗ ପରେ ବି କୌଣସି ପଦକ୍ଷେପ ନିଆଯାଉନି |ଜନସାଧାରଣଙ୍କ ହିତ ଉଦେଶ୍ୟରେ ଆସୁଥିବା ଟଙ୍କା ସବୁ ଯନ୍ତ୍ରୀ ଓ ଠିକାଦାର ମାନଙ୍କ ପକେଟ ଗରମ ହୋଇଯାଉଛି |ସଠିକ କାମତ ହେଉନି ହେଲେ ଯନ୍ତ୍ରୀ ଠିକାଦାର ମାଲେମାଲ ହେଉଛନ୍ତି |ଏଣୁ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଜିଲ୍ଲା ପ୍ରଶାସନ ଏସବୁ କାର୍ଯ୍ୟ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି |

0
0
0
s2sdefault