ପଦ୍ମପୁର ଓ ଜଗଦଲପୁର ଥାନା ରେ ନୂଆ ଅପରାଧିକ ଆଇନ ନେଇ ସଚେତନତା ଶିବିର ଅନୁଷ୍ଠିତ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର:-ଦେଶରେ ଲାଗୁ ହେଲା ନୂଆ ଅପରାଧିକ ଆଇନ। ଏଣିକି ଦଣ୍ଡ ନୁହେଁ ଜନତାଙ୍କୁ ନ୍ୟାୟ ଦେବା ଉପରେ କାର୍ଯ୍ୟ କରିବ ଦେଶର ନ୍ୟାୟ ବ୍ୟବସ୍ଥା । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ, ମଧ୍ୟରାତ୍ରୀରୁ ଦେଶରେ ଏହି ୩ଟି ଆଇନ ଲାଗୁ କରାଯାଇଛି । ଏନେଇ ପଦ୍ମପୁର ଆଦର୍ଶ ଥାନା ପକ୍ଷରୁ ନୂତନ ଅପରାଧିକ ଆଇନ କାର୍ଯ୍ଯକାରିତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଦ୍ମପୁର ଓକିଲ ସଂଘ ର ସଭାପତି ଆନନ୍ଦ ପଣ୍ଡା ଆଇନଜିବୀ ଅଜିତ ଶତପଥି,ବଣିକ ସଂଘ ର ସଭାପତି ପ୍ରତାପ ମିଶ୍ର ଏହି ନୂତନ ଆଇନ ସମ୍ପର୍କରେ ଉପସ୍ଥିତ କର୍ମକର୍ତ୍ତା ଙ୍କୁ ସୂଚନା ଦେଇଥିଲେ। ବ୍ରିଟିଶ ଅମଳର ୩ଟି ଆଇନ ଭାରତୀୟ ପିଙ୍ଗଳ କୋର୍ଡ, କୋଡ୍ ଅଫ୍ କ୍ରିମିନାଲ ପ୍ରୋସିଜିଓର ଏବଂ ଭାରତୀୟ ପ୍ରମାଣ ଆଇନର ସ୍ଥାନ ନେଇଛି ନୂଆ ଆଇନ । ନୂଆ ବ୍ୟବସ୍ଥା ଅନୁସାରେ ଶୁଣାଣି ଶେଷ ହେବାର ୪୫ ଦିନ ଭିତରେ ରାୟ ପ୍ରକାଶ ପାଇବ। ପ୍ରଥମ ଶୁଣାଣିର ୬୦ ଦିନ ଭିତରେ ଚାର୍ଜଫ୍ରେମ୍ ହେବ। ବ୍ୟକ୍ତି ଗତ ଭାବେ ହାଜର ନ ହୋଇ ଇଲୋକ୍ଟ୍ରନିକ ମାଧ୍ୟମ ରେ ଏଫ ଆଇ ଆର କରାହେବ ବୋଲି କହିଥିଲେ ।ଏହି ସଚେତନତା କାର୍ଯ୍ୟକ୍ରମ ରେ ପଦ୍ମପୁର ଏସ.ଡି.ପି.ଓ ବିଭୂତି ଭୂଷଣ ଭୋଇ, ଆଇଆଇସି ମମତା ନାଏକ ,ପଦ୍ମପୁର ର ବୁଦ୍ଧିଜୀବୀ ତଥା ବିଭିନ୍ନ ଅନୁଷ୍ଠାନ ର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।ସେହିପରି ଜଗଦଲପୁର ଥାନା ରେ ଥାନା ଅଧିକାରୀ କୈଳାସ ଚନ୍ଦ୍ର ପଧାନ, ଏଏସଆଇ ଜଗବନ୍ଧୁ ନାଏକ, ଦେବାର୍ଚନ ଖୁମରା, ଶିବାଜୀ ବାରିକ ଏହି ସଚେତନତା କାର୍ଯ୍ୟକ୍ରମ କରିଥିଲେ ।ଜଗଦଲପୁର ଥାନା ଅଞ୍ଚଳ ର ସରପଞ୍ଚ, ସମିତି ସଭ୍ୟ, ଶିକ୍ଷକ, ବୁଦ୍ଧିଜୀବୀ ଓ ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ଯୋଗଦେଇ ଥିଲେ ।

0
0
0
s2sdefault