ହେଡଲାଇନସ୍:

ବିଭତ୍ସ ହତ୍ୟାକାଣ୍ଡର ପର୍ଦାଫାଶ,କଲା ଜଗନ୍ନାଥ ପ୍ରସାଦ ପୋଲିସ୍

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ବିଭତ୍ସ ହତ୍ୟାକାଣ୍ଡର ପର୍ଦ୍ଧାଫାଶ କଲା ଗଞ୍ଜାମ୍ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ଜଗନ୍ନାଥ୍ ପ୍ରସାଦ ପୋଲିସ୍ । ଲୋମ ଟାଙ୍କୁରା ହତ୍ୟାକାଣ୍ଡର ଅଭିଯୁକ୍ତକୁ ଗିରଫ କରିଲା ପୋଲିସ୍ । ପୁତୁରାର ରକ୍ତରେ ରକ୍ତ ରଞ୍ଜିତ ହେଲା ସମ୍ପର୍କୀୟ ଦାଦା ।

ଜଗନ୍ନାଥ ପ୍ରସାଦ ବ୍ଳକ୍ କାଦୁଆ ଯୋଡ଼ାବନ୍ଧ ଗ୍ରାମରେ ଏକ ବିଭତ୍ସ ହତ୍ୟାକାଣ୍ଡ କିଛି ଦିନ ପୂର୍ବେ ହୋଇଥିଲା l ଗ୍ରାମର ଲଡ଼ୁ କିଶୋର ସାହୁଙ୍କ ପୁଅ ଚିତ୍ତରଞ୍ଜନ ସାହୁ(୪୩)କୁ ମାରିବା ସହ ଯୌନାଙ୍ଗକୁ କାଟି ହାତ ପାପୁଲିରେ ଧରାଇବା ଘଟଣା ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା l ଖବର ପାଇଁ ସ୍ଥାନୀୟ ପୋଲିସ ପହଞ୍ଚି ଶବ ଜବତ ସହ ତଦନ୍ତ ଜାରି ରଖିଥିଲା l ହତ୍ୟାକାରୀକୁ ଧରିବା ପାଇଁ ଛତ୍ରପୁରରୁ ସନ୍ଧନୀ କୁକୁର ସହ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା l ତେବେ ହତ୍ୟାକାରୀ ନିଜେ ଘଟଣା ସ୍ଥଳରେ ଉପସ୍ଥିତ ରହି କାଳେ ସନ୍ଧାନୀ କୁକୁର ଠାବ କରିବ, ତାର ମନରେ ଛନକା ପଶିଥିଲା l ତେଣୁ କୁଆଡେ ନ ଯାଇ ଶବ ପାଖରେ ଜଗି ରହିଥିଲା l ହତ୍ୟାକାରୀ ଜଣକ ଉପରେ ସନ୍ଦେହ ହେବାରୁ ପୋଲିସ ଅଧିକ ପଚରାଉଚରା ପାଇଁ ଥାନାକୁ ଆଣିଥିଲା l ଆଉ ସେଠାରେ ସତ ଉଗାଳିଥିଲା ହତ୍ୟାକାରୀ ଗନ୍ଧର୍ବ ସାହୁ l ହତ୍ୟାକାରୀ ଜଣକ ହେଉଛନ୍ତି ଯୋଡ଼ାବନ୍ଧ ଗ୍ରାମର ଶଶୀ ସାହୁଙ୍କ ପୁଅ ଗନ୍ଧର୍ବ ସାହୁ (୪୩) l ଉଭୟ ହତ୍ୟାକାରୀ ଗନ୍ଧର୍ବ ଓ ମୃତ ଚିତ୍ତରଞ୍ଜନ ଲେଖାରେ ଦାଦା ଓ ପୁତୁରା ସହ ପିଲା ଦିନର ଉତ୍ତମ ବନ୍ଧୁ ସାଙ୍ଗକୁ ସହପାଠୀ l ଉଭୟଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ଅତି ନିବିଡ଼ ରହିଥିଲା l ଗନ୍ଧର୍ବ ୪/୫ ବର୍ଷ ହେବ ଭୁବନେଶ୍ୱରରେ ଏକୁଟିଆ ରହି "ଓଲା' ଗାଡି ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ l ମୃତ ଚିତ୍ତରଞ୍ଜନ ଗନ୍ଧର୍ବର ଘରକୁ ଯିବାଆସିବା କରୁଥିଲା l ଆଉ ଏହାର ସୁଯୋଗ ନେଇ ଚିତ୍ତରଞ୍ଜନର ଖରାପ ନଜର ଖୁଡି ବା ଗନ୍ଧର୍ବଙ୍କ ସ୍ତ୍ରୀ ରଶ୍ମିତା ଉପରେ ରହିଥିଲା l ଏପରିକି ଅନେକ ଥର ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲା l ରଶ୍ମିତା ଏହି କଥା ସ୍ୱାମୀ ଗନ୍ଧର୍ବକୁ ଜଣାଇଥିଲା l ଗନ୍ଧର୍ବ ଗାଁକୁ ଆସି ମୃତ ଚିତ୍ତରଞ୍ଜନକୁ ତାଗିଦ୍ କରିଥିଲେ । ପରେ ନିଜର ଭୁଲ ସ୍ୱୀକାର କରି ଭୁଲ ମାଗିଥିଲା l ଏତିକିରେ ମୃତ ଚିତ୍ତରଞ୍ଜନ କିଛି ଦିନ ନିରବ ରହିବା ପରେ ପୁଣି ସେହି ଭୁଲ କରିଥିଲା l ପୁଣି ରଶ୍ମିତା ନିଜ ସ୍ୱମୀ ଗନ୍ଧର୍ବକୁ ଅସଦାଚରଣ କରିଥିବା ଜଣାଇଥିଲା l ଏଥିରେ ରାଗିଯାଇ ଗନ୍ଧର୍ବ ଗତ ୨୦ ତାରିଖ ଦିନ ଭୁବନେଶ୍ୱରରୁ ନିଜ ଗ୍ରାମ ଯୋଡାବନ୍ଧକୁ ଆସିଥିଲା l ପୁଣି ଉଭୟଙ୍କ ମଧ୍ୟରେ ମୁଲାକାତ ହୋଇଥିଲା ଓ ଚିତ୍ତରଞ୍ଜନକୁ ଜୀବନରୁ ହଟାଇବା ପାଇଁ ସୁଯୋଗ ଖୋଜୁଥିଲା l ଜୋଡାବନ୍ଧରେ ମୃତକର ସାଙ୍ଗ ନୂତନ ଫାଷ୍ଟଫୁଡ ଦୋକାନ ଖୋଲୁଥିବାରୁ ଦିନସାରା ସାହାର୍ଯ୍ୟ କାମରେ ଲାଗିଥିଲା ଓ ସେହିଦିନ ସାଙ୍ଗ ଗନ୍ଧର୍ବକୁ ମଦ ପିଇବା ପାଇଁ କହିଥିଲା l ଗନ୍ଧର୍ବର ବୟାନ ଅନୁଯାଇ ଗନ୍ଧର୍ବ ନିଜେ ମଦ କିଣି ନେଇ ସନ୍ଧ୍ୟାରେ ମୃତକକୁ ଡାକିଥିଲା l ନୁଆଁ ଫାଷ୍ଟଫୁଡ ଦୋକାନରୁ ପକଡା କିଣିନେଇ ଗ୍ରାମ ନିକଟ କାଜୁ ତୋଟାକୁ ଯାଇଥିଲେ l ଉଭୟେ ସେଠାରେ ମଦ ପିଇବା ସମୟରେ ମୃତକକୁ ଏକ ଫୋନ କଲ ଆସିଥିଲା l ଫୋନରେ କଥା ହେବା ସମୟରେ ଗନ୍ଧର୍ବ ପଛପଟୁ ଚିତ୍ତରଞ୍ଜନର ତଣ୍ଟିକୁ ଚିପି ମାରିଥିଲା l ସେଠାରୁ ତାକୁ ଘୋଷାଡ଼ି ନେଇ ଗୁଡିଖାଲ ଚାଷଜମିରେ ପୁଣି ତଣ୍ଟିକୁ ଚିପି ଯୌନାଙ୍ଗକୁ କାଟି ପାପୁଲିରେ ରଖିଥବା କଥା ପୋଲିସ ଆଗରେ ସତ ମାନିଥିଲା ଏଥି ସହିତ ପୋଲିସ ଟିମ ହତ୍ୟାକାରୀଙ୍କୁ ନେଇ ଘଟଣା ସ୍ଥଳରେ ପହଂଚି ଥିଲା ଓ ସେଠାରେ ମାରିବାର ଡେମୋ ଦେଖାଇଥିଲା l ଏନେଇ କେଶ ନମ୍ବର ୨୬୭/୨୪ ପ୍ରକାରେ IPC ଧାରା ୩୦୨ ଅନୁଯାଇ ଗିରଫ କରିଛି l ଡାକ୍ତରୀ ମଇନା ପରେ ଭଞ୍ଜନଗର ଉପକାରାଗାରକୁ ପଠାଇ ଦିଆଯାଇଥିବା ତଦନ୍ତକାରୀ ଅଧିକାରୀ ଅରୁଣ କୁମାର ସିଂ ସୂଚନା ଦେଇଛନ୍ତି l

0
0
0
s2sdefault