ହେଡଲାଇନସ୍:

କୋରପିଠା ରାଣୀଙ୍କ ପରଲୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୩।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକର କୋରପିଠା ଗ୍ରାମ ତତ୍କାଳିନ ସାମନ୍ତ ରାଜା ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ଦେଓଙ୍କ ଧର୍ମପତ୍ନୀ ରାଣୀ ଗୀତା ଦେଓ ପରଲୋକ ଗମନ କରିଛନ୍ତି । ବାର୍ଦ୍ଧକ୍ୟ କାରଣରୁ ୮୮ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଥିଲା । ସେ ଥିଲେ ମଧ୍ୟପ୍ରଦେଶ ଲିଖନପୁରର ରାଜକନ୍ୟା । ତାଙ୍କର ମୃତ୍ୟୁରେ ତତ୍କାଳୀନ ଶାସନାଧୀନ ୭ ଖଣ୍ଡ ମୈାଜା ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି । ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଓ ବନ୍ଧୁ ବର୍ଗ ଆସି ଦର୍ଶନ କରିବା ପରେ ତାଙ୍କର ନିଜସ୍ବ ଶ୍ମଶାନରେ ବୈଦିକ ବିଦ୍ଧିବିଧାନ ଅନୁସାରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା । ଏକମାତ୍ର ପୁତ୍ର ତ୍ରୀଭୁବନ ଚନ୍ଦ୍ର ଦେଓ ମୁଖାଗ୍ନୀ ଦେଇଥିଲେ । ସୂଚନା ଥାଉକି ନୟାଗଡ଼ ରାଜାଙ୍କ ଅଧିନରେ ଥିବା ଓଡ଼ଗାଁ ଅନ୍ତର୍ଗତ ୭ ଖଣ୍ଡ ଗ୍ରାମର ସ୍ବାଧୀନ ସାମନ୍ତ ରାଜାଥିଲେ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ଦେଓଙ୍କ ପିତା । ଭାରତ ସ୍ବଧୀନତା ପାଇବା ପରେ ରାଜାଙ୍କର କ୍ଷମତାକୁ ସଙ୍କୋଚନ କରାଯାଇଥିଲା ।

0
0
0
s2sdefault