ହେଡଲାଇନସ୍:

ଏମିତି ବି ଦୁଃଖ ଆସେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର - ଯେବେ ଆସେ ସେ ସମୟ ରେ କଥା ବର୍ଣ୍ଣନା କରିବା ହୁଏତ କଷ୍ଟ ସାଧ୍ୟ। ଏମିତି ଏକ କାହାଣୀ ଯାହା କହିବା ବେଳେ ଆଖିରେ ଆସି ଯାଉଛି ଅଜସ୍ର ଅଶ୍ରୁ। ପିଲାଟି ଜନ୍ମ ହୋଇ ନ ଥିଲା ଆଉ କିଛି ଦିନ ଥିଲା ସଂସାର କୁ ଆସିବାକୁ, ହେଲେ ଦଇବ ସାଜିଲା ଦାଉ, ଦୁନିଆ ଦେଖିବା ପୂର୍ବରୁ ତା ବାପା କୁ ନେଇ ଗଲା ଦଇବ, ଏମିତି ବି ବାପା ର ଏକାଦଶ ହ କ୍ରମ ଚାଲିଥିବା ବେଳେ ପିଲାଟି ଦୁନିଆ କୁ ଆସିଥିଲା, ମା କୋଳ ରେ ଥାଇ କୁଆଁ କୁଆଁ ଡାକ ଦେଇଥିଲା। ହଁ  ବନ୍ଧୁ ବାସୁଦେବପୁର ବ୍ଲକ ଅନ୍ତର୍ଗତ ପଢ଼ୁଆଁ ଗ୍ରାମ ପଞ୍ଚାୟତ ରେ ମଣିଭଦ୍ର ମଲିକ ଙ୍କର ସଂସାର କହିଲେ ସ୍ତ୍ରୀ ଓ ଗୋଟେ ଝିଅ, କଷ୍ଟ ମଷ୍ଟେ ପରିଶ୍ରମ କରି ଯାହା ରୋଜଗାର କରନ୍ତି ଘର ଚଳି ଯାଏଁ। ଏମିତି ସମୟ ରେ ମଣିଭଦ୍ର ଙ୍କ ସ୍ତ୍ରୀ ରିନା ରାଣୀ ପୁଣି ଗର୍ଭ ବତି ହୋଇ ସ୍ବାମୀ ଓ ସ୍ତ୍ରୀ ଦ୍ୱିତୀୟ ସନ୍ତାନ ର ଆଗମନ କୁ ଅପେକ୍ଷା କରି ରହିଥିଲେ। ଠିକ୍ ଏହି ସମୟ ରେ ଦଇବ ସାଜି ଥିଲା ଦାଉ, ଛଡେଇ ନେଇ ଥିଲା ରିନା ଓ ତାଙ୍କ ଝିଅ ଙ୍କ ଠାରୁ ମଣିଭଦ୍ର ଙ୍କୁ। ସବୁଦିନ ପାଇଁ ମଣିଭଦ୍ର ଆଖି ବୁଝି ଦେଇଥିଲେ। କିଛି ଜାଣି ନ ଥିବା ଦ୍ୱିତୀୟ କନ୍ୟା ସନ୍ତାନ ଜନ୍ମ ନେଇଥିଲା । ହିଁ ଦର୍ଶକ ବନ୍ଧୁ ଅମାବାସ୍ୟା ର ଘୋର ଅନ୍ଧକାର ପରି ଦୁଃଖ ମାଡ଼ି ଆସିଲା ଏହି ପରିବାର କୁ। ଦୁଇ ଟି କନ୍ୟା ସନ୍ତାନ କୁ ନେଇ ରିନା ହୋଇ ଯାଇଥିଲେ ନିରୁପାୟ।ନା ଥିଲା ତାଙ୍କ ପାଖେ ରାସନ୍ କାର୍ଡ , ନା ଆବାସ ନା ଅନ୍ୟ କିଛି ସହାୟତା। ଦୁଃଖ ଓ କଷ୍ଟ ରେ ଏମିତି ଜୀବନ ଅତିବାହିତ କରୁଥିଲେ। ଖବର ପାଇ ବିଜେପି କାର୍ଯ୍ୟ କର୍ତ୍ତା ମାନେ ବୁଧବାର ତାଙ୍କ ନିକଟ ରେ ଉପସ୍ଥିତ ରହି ଥିଲେ। ସୁଦୂର ଭୁବନେଶ୍ୱର ରୁ ଛୁଟି ଆସିଥିଲେ ବିଜେପି ମହିଳା ମୋର୍ଚ୍ଚା ର କାର୍ଯ୍ୟ କର୍ତ୍ତା ପଦ୍ମିନୀ ପରିଡ଼ା, ଯାଜପୁର ରୁ ଲିଲିମା ଭଦ୍ର, ଯୁବ ମୋର୍ଚ୍ଚା ଯାଜପୁର ଜିଲ୍ଲା ର କାର୍ଯ୍ୟ କର୍ତ୍ତା ସତ୍ୟ ରଞ୍ଜନ ସାହୁ, ବାସୁଦେବପୁର ବିଜେପି କାର୍ଯ୍ୟ କର୍ତ୍ତା ଜୟ ପ୍ରକାଶ ମଲ୍ଲିକ, ବିଜୟ ମାଝୀ, ମିନତି ପାତ୍ର, ରମେଶ ସ୍ୱାଇଁ,ବିଭୂତି ପାଣିଗ୍ରାହୀ, ଓ ପ୍ରଭାତ ନାୟକ ଓ ଅନ୍ୟ ମାନେ। କେମିତି ସରକାରୀ ସହଯୋଗ ଓ ସୁବିଧା ପାଇ ପାରିବେ ଆଲୋଚନା କରିବା ସହ କିଛି ଶୁଖିଲା ଖାଦ୍ୟ ପଦାର୍ଥ ପ୍ରଦାନ କରିଥିଲେ। ତୁରନ୍ତ ସରକାରୀ ସହାୟତା ଓ ସରକାରୀ ଯୋଜନା ରେ ଅନ୍ତର୍ଭୁକ୍ତ ପାଇଁ ସାଧାରଣ ରେ ଦାବି ହେଉଛି।

0
0
0
s2sdefault