ଗାୟତ୍ରୀ ବିଦ୍ୟା ମନ୍ଦିର ପ୍ରତିଷ୍ଠା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୧।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପନ୍ତୀଖାରି ଗ୍ରାମ ପଞ୍ଚାୟତ ମଶାବାରି ଠାରେ ଗଢ଼ିଉଠିଥିବା ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗାୟତ୍ରୀ ବିଦ୍ୟାମନ୍ଦିରର ୩୨ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବିଦ୍ୟାମନ୍ଦିର ଅଧ୍ୟକ୍ଷ ବିରେନ୍ଦ୍ର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ଶିକ୍ଷାବିତ ଅଶୋକ କୁମାର ମହାପାତ୍ର ଯୋଗଦେଇ ଜନ୍ମଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଦ୍ୟାମନ୍ଦିର ଦ୍ବାରା ଅନୁଷ୍ଠିତ ହୋଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ବିବରଣୀ ରଖିଥିଲେ । ଏହାସହିତ ଅନୁଷ୍ଠାନରୁ ଉତିନ୍ନ ବିଦ୍ୟାର୍ଥୀମାନେ ଆଜି ରାଜ୍ୟ, ଦେଶ ଏବଂ ବିଦେଶର ବିଭିନ୍ନ ସେବାରେ ବ୍ରତିହୋଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏବେ ଶିକ୍ଷା ବ୍ୟବସ୍ଥାରେ ଆମୁଳଚୁଳ ପରିବର୍ତ୍ତନ କରାଯାଇ ନୂଆଶିକ୍ଷାନିତୀ ଲାଗୁ ହୋଇଥିବାରୁ ବର୍ତ୍ତମାନର ଶିଶୁମାନଙ୍କ ଠାରେ ଆଗାମୀଙ୍କ ୨୦ ବର୍ଷ ପରେ ତାହାର ସଫଳତା ଦେଖିବାକୁ ମିଳିବ । ଏବେ ଅତି ସନ୍ତର୍ପଣ ଓ ସାବଧାନ ସହକାରେ ଶିକ୍ଷାଦାନ ବେଳେ ବିଦ୍ୟାର୍ଥୀ ମାନଙ୍କୁ ସହଯୋଗ କରିବା ଜରୁରୀ ହୋଇ ପଡ଼ିଛି ବୋଲି କହିଥିଲେ । ବିଦ୍ୟାମନ୍ଦିର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶିଶୁମାନଙ୍କୁ ବିଭିନ୍ନ ପ୍ରକାର କଥା ଓ ଗୀତ ଗାଇ ସେମାନଙ୍କର ମନୋରଞ୍ଜନ କରିବା ସହିତ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।

0
0
0
s2sdefault