ନୂତନ ଭାରତ ଅପରାଧିକ ଆଇନ୍ ସମ୍ପର୍କରେ ସଚେତନ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୧।୭(ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପରିସରରେ ନୂତନ ଭାରତ ଅପରାଧିକ ଆଇନ କାର୍ଯ୍ୟକାରିତା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶରଣକୁଳ ଏସଡିପିଓ ସୁଧାକର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ତହସିଲଦାର ମାନସ ରଞ୍ଜନ ଭୋଇ, ଅତିରିକ୍ତ ତହସିଲଦାର ଜି ଶ୍ରୀନୁ, ବିଡ଼ିଓ ଜିତେନ୍ଦ୍ର କୁମାର ନାଏକ, ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ, ବାରାସୋସିଏନ ସଭାପତି ଗୋବିନ୍ଦ ଚନ୍ଦ୍ର ସାହୁ, ଆଡଭୋକେଟ ଚନ୍ଦ୍ର ବିଜୟୀ ମିଶ୍ର, ଶରଣକୁଳ ଆଇ ଆଇସି ପୁଷ୍ପ ଲତା ସାହୁ, ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ନିଲାଞ୍ଜନ ଦାସ, ଅଗ୍ନିଶମ ସେବା ଅଧିକାରୀ ପ୍ରତାପ କୁମାର ପ୍ରଧାନ, ବନାଞ୍ଚଳ ଅଧିକାରୀ ନିଖିଲେଶ ମଲ୍ଲିକ, ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ନାୟକ, ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଜଳନ୍ଧର ରଥ ପ୍ରମୁଖ ଯୋଗଦେଇଥିବା ବେଳେ ବିଭିନ୍ନ ଆନୁଷ୍ଠାନିକ ମୁଖ୍ୟମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ବ୍ରିଟିଶ ଅମଳରୁ ପ୍ରଚଳିତ ଇଣ୍ଡିଆ ପେନାଲ କୋଡ଼(ଆପିସି), କ୍ରିମିନାଲ ପ୍ରୋସିଜିଓର କୋଡ(ସିଆରପିସି) ଏବଂ ଇଣ୍ଡିଆନ ଏଭିଡିଏନ୍ସ ଆକ୍ଟ(ଆଇଇଏ) ପରିବର୍ତ୍ତେ ଆଜିଠାରୁ ଭାରତୀୟ ନ୍ୟାୟ ସଂହିତା(ବିଏନଏସ), ଭାରତୀୟ ନାଗରିକ ସୁରକ୍ଷା ସହିଁତା(ବିଏନ ଏସଏସ) ଏବଂ ଭାରତୀୟ ସାକ୍ଷ୍ୟ ନୀୟମ(ବି ଏସ୍ଏ) ଲାଗୁହେଲା । ନୂଆ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ଯେକୌଣସି ଘଟଣା ସମ୍ପର୍କରେ ଦେଶର ଯେକେହି ନାଗରିକ ଭାରତର ଯେକୌଣସି ପୋଲିସ ଷ୍ଟେସନରେ ସୁନ ଏତଲା ଦାଖଲ କରିପାରିବେ । ଏବଂ ବିନା ମୂଲ୍ୟରେ ଏଫ୍ ଆଇଆର କପି ପୋଲିସ ଦେବାକୁ ବାଧ୍ୟହେବେ । ଆଗେ ଦୋଷିକୁ ଦଣ୍ଡ ଦେବାକୁ ପ୍ରାଥମିକତା ଦିଆଯାଉଥିବା ପରିବର୍ତ୍ତେ, ଏବେ ପିଡିତକୁ ନ୍ୟାୟ ପ୍ରଦାନ ଉପରେ ପ୍ରାଥମିକତା ଦିଆଯିବ । ଯେକୌଣସି ବ୍ୟକ୍ତି ଅନଲାଇନ ମାଧ୍ୟମରେ ଥାନାକୁ ଅଭିଯୋଗ ପ୍ରେରଣ କରିପାରିବେ । ଏବଂ ତାହା ପଞ୍ଜିକୃତ କରିବା ପାଇଁ ୩ ଦିନ ମଧ୍ୟରେ ଥାନାକୁ ଯାଇ ମୂଳ ଏତଲାରେ ଦସ୍ତଖତ କରିବେ । ପଞ୍ଜିକୃତ ମାମଲା ତଦନ୍ତ ବେଳେ ଅଧିକୃତ ଅଧିକାରୀ ମାନେ ନିର୍ଦ୍ଧାରିତ ସମୟ ବ୍ୟବଧାନରେ କାର୍ଯ୍ୟ ସାରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ସାଧାରଣ ଲୋକଙ୍କୁ ତ୍ବରୀତ ନ୍ୟାୟ ପ୍ରଦାନ, ଅପରାଧିକ ନିୟନ୍ତ୍ରଣରେ ବୈଷୟିକ ଜ୍ଞାନକୋୖଶଳର ପ୍ରୟୋଗ, ପ୍ରଭାବଶାଳୀ ମାନେ ଆଇନ୍ ଆଖିରେ ଧୁଳିଦେଇ ପାରିବେନି ବୋଲି ନୂଆ ଭାରତ ନୂଆ ଆଇନର ଲକ୍ଷ ବୋଲି ଆଲୋଚିତ ହୋଇଥିଲା । ଏଏସାଇ ଚକ୍ରଧର ସିଂ, ସ୍ବାଗତ ଦାସ, ଏସ ଆଇ ମନୋଜ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।

0
0
0
s2sdefault