ହେଡଲାଇନସ୍:

"ବିଶିଷ୍ଟ ସାହିତ୍ୟିକମାନେ ଶିଶୁ ସାହିତ୍ୟକୁ ଉତ୍ସାହ ଦେବା ଆବଶ୍ୟକ'

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ସାହିତ୍ୟ ମାସିକୀ' କାର୍ଯ୍ୟକ୍ରମ

ରାଜ୍ୟ ବାଲ୍ ସାହିତ୍ୟ ପୁରସ୍କାର ବିଜେତା ମାନସ ରଞ୍ଜନ ସାମଲ ସମ୍ବର୍ଦ୍ଧିତ

ଭୁବନେଶ୍ୱର:ଶିଶୁ ସାହିତ୍ୟ କ୍ଷେତ୍ରରେ ନୂତନ ପ୍ରତିଭାମାନଙ୍କ ପ୍ରୋତ୍ସାହନ, ପ୍ରକାଶକମାନଙ୍କ ଦିଗଦର୍ଶନ ନେଇ ଶିଶୁ ସାହିତ୍ୟିକ ମାନସ ରଞନ ସାମଲ ଗୁରୁତ୍ୱ ଆରୋପ କରିଛନ୍ତିା  ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟର "ସାହିତ୍ୟ ମାସିକୀ' କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ବାଲ୍ ସାହିତ୍ୟ ପୁରସ୍କାର ବିଜେତା ଶ୍ରୀ ସାମଲ "ମୋ ଜୀବନ: ମୋ ସୃଜନ' ପ୍ରସଙ୍ଗରେ ବକ୍ତବ୍ୟ ରଖି ତାଙ୍କର ଲେଖକୀୟ ଜୀବନର ପ୍ରେରଣା, ପ୍ରଥମ ଲେଖା ପ୍ରକାଶନ, ପତି୍ରକା ସଂପାଦନା ଓ ପ୍ରକାଶନରେ ସମସ୍ୟା ତଥା ପାଠକୀୟତା ବୃଦ୍ଧି ପାଇଁ ଉଦ୍ୟମ ଇତ୍ୟାଦି ବିଷୟରେ ଆଲୋକପାତ କରିଥିଲୋ ସେ ତାଙ୍କ ସଂପାଦିତ "ଝୁମୁକା' ଶିଶୁ ପତ୍ରିକାର ବିଭିନ୍ନ ଦିଗ ଉପରେ ମଧ୍ୟ ଉଲ୍ଲେଖ କରିଥିଲୋ ବିଶିଷ୍ଟ ସାହିତ୍ୟିକମାନେ ଶିଶୁ ସାହିତ୍ୟ କ୍ଷେତ୍ରରେ ମନୋନିବେଶ କରି ଭବିଷ୍ୟତ ନାଗରିକଙ୍କ ସୃଜନ କୃତିତ୍ୱକୁ ଉତ୍ସାହ ଦେବାକୁ ସେ ଅନୁରୋଧ କରିଥିଲୋ
ଅନୁଷ୍ଠାନ ପକ୍ଷରୁ ଶ୍ରୀ ସାମଲଙ୍କୁ ଅଙ୍ଗବସ୍ତ୍ର ଓ ଉପଢୌକନ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲାା ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକ ପୌରୋହିତ୍ୟ କରିଥିବାବେଳେ ସଭାପତି ସୂର୍ଯ୍ୟ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲୋ ଡା. ଜୀବନକୃଷ୍ଣ ମିଶ୍ର ବେଦପାଠ କରିଥିଲାବେଳେ "ଏ ମାସର କବି' ଭାବରେ ସ୍ୱାଗତିକା ମିଶ୍ର ସ୍ୱରଚିତ କବିତା ପାଠ କରିଥିଲୋ
ପରେ ଅଭୟ ନାରାୟଣ ନାୟକ ଓ ସ୍ନେହଲତା ଦାସଲେଙ୍କାଙ୍କ ଯୁଗ୍ମ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ନନ୍ଦକିଶୋର ବିଶ୍ୱାଳ, ମୌସୂମୀ ଦାସ, ଶୃତକୀର୍ତ୍ତି ତ୍ରିପାଠୀ, ପ୍ରଦୀପ୍ତ ବାରିକ, ମହେନ୍ଦ୍ର କୁମାର ମଲ୍ଲିକ, ପ୍ରବୀଣା ପରିଡ଼ା, ସୁଷମା ଦାଶ, ସତ୍ୟନାରାୟଣ ସିଂହ, ଶୈଳେନ୍ଦ୍ର ଜେନା, ସତ୍ୟରଞ୍ଜନ ପ୍ରହରାଜ, ଚିନ୍ମୟୀ ଜେନା, ଆଭାସ ବରାଳ ଓ ନମିତା ପାଇକରାୟ ପ୍ରମୁଖ କବିତା ପାଠ କରିଥିଲୋ ଅନୁଷ୍ଠାନର ସଦସ୍ୟ ବିଧୁଭୂଷଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲୋ

0
0
0
s2sdefault