ହେଡଲାଇନସ୍:

"ବିଧାନସଭାର ସମସ୍ତ କାର୍ଯ୍ୟ କାଗଜମୁକ୍ତ ହେବ'

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟସ୍ତରୀୟ ଇ-ବିଧାନ ତାଲିମ ଶିବିର ଉଦ୍ଘାଟିତ


"ଜୀବନ୍ତ ସଦନ, ଜୀବନ୍ତ ପ୍ରଜାତନ୍ତ୍ର' : ବାଚସ୍ପତି


ଭୁବନେଶ୍ୱର: ଓଡ଼ିଶା ବିଧାନସଭା ସ୍ୱରୂପ ବଦଳିଛି ଓ କାର୍ଯ୍ୟଧାରାରେ ବ୍ୟାପକ ପରିବର୍ତ୍ତନ ସମ୍ଭବ ହୋଇପାରିଛିା ସମସ୍ତ କାର୍ଯ୍ୟର ଡିଜିଟାଇଜେସନ୍ ପ୍ରକ୍ରିୟା ଆରମ୍ଭ ହୋଇଛିା ବିଧାନସଭାର କାର୍ଯ୍ୟକୁ କାଗଜବିହୀନ କରିବା ଉପରେ ଗୁରୁତ୍ୱାରୋପ କରାଯାଉଛିା ଏହା ଫଳ ସ୍ୱରୂପ ଜାତୀୟ ଇନ୍ଫର୍ମେଟିକ୍ ସେଣ୍ଟର (ଏନ୍ଆଇସି) ପକ୍ଷରୁ ରାଜ୍ୟ ବିଧାନସଭାରେ ନେଭା ନାମରେ ଇ-ବିଧାନ ପ୍ରକଳ୍ପ ଆରମ୍ଭ ହୋଇଛିା ଓଡ଼ିଶା ବିଧାନସଭା ସିଏସ୍୍ଆଇ-ଇ-ଗଭର୍ଣ୍ଣାନ୍ସ ଉତ୍କର୍ଷ ସମ୍ମାନରେ ସମ୍ମାନିତ ହୋଇଛି ବୋଲି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ପ୍ରକାଶ କରିଛନ୍ତିା
ଓଡ଼ିଶା ବିଧାନସଭା ପରିସରରେ ରାଜ୍ୟସ୍ତରୀୟ ଇ-ବିଧାନ ତାଲିମ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଲେ ଯେ ବିଧାନସଭାର ସମସ୍ତ କାର୍ଯ୍ୟ କାଗଜମୁକ୍ତ ହେବା ଦ୍ୱାରା ପରିବେଶ ସନ୍ତୁଳନ ରକ୍ଷାରେ ଏହା ସହାୟକ ହେବା ପୂର୍ବ ବିଧାନସଭାରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଚଳିତ ବିଧାନସଭାରେ ଏହା ସଂପୂର୍ଣ୍ଣ ହେବା ବିଧାନସଭାର ସମସ୍ତ କାର୍ଯ୍ୟଧାରା, ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ସମସ୍ତ ବିଲ୍ ଓ ଆନୁଷଙ୍ଗିକ କାର୍ଯ୍ୟକଳାପ ନେଭା ମାଧ୍ୟମରେ ସହଜ ଓ ସରଳ ହୋଇପାରିବା
କୃତି୍ରମ ବୁଦ୍ଧିମତ୍ତାର ପରିସର ଯେପରି ବ୍ୟାପକ ହେବାରେ ଲାଗିଛିା ଏହି ପ୍ରକଳ୍ପକୁ ଆମକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସାରିବାକୁ ପଡ଼ିବ, ନହେଲେ ବୈଷୟିକ ଦୃଷ୍ଟିରୁ ଆମେ ପଛରେ ପଡ଼ିଯିବାା ଆଗାମୀ ଦିନରେ ନେଭା କାର୍ଯ୍ୟକ୍ରମକୁ କାଗଜମୁକ୍ତ କରାଯିବା ଫଳରେ ଜୀବନ୍ତ ସଦନ, ଜୀବନ୍ତ ପ୍ରଜାତନ୍ତ୍ରର ଆଭିମୁଖ୍ୟ ହାସଲ ହୋଇପାରିବ ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଥିଲୋ
ଏହି ଅବସରରେ ବିଧାନସଭାର ସଚିବ ଶ୍ରୀ ଦାଶରଥି ଶତପଥୀ କହିଲେ ଯେ ଗଣତାନ୍ତ୍ରିକ ପଦ୍ଧତିରେ ଚାଲୁଥିବା ବିଧାନସଭାର କାର୍ଯ୍ୟଧାରା କାଗଜମୁକ୍ତ ହୋଇପାରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପା ଏହା ଫଳରେ ସମସ୍ତ କାର୍ଯ୍ୟ ସମୟସାପେକ୍ଷ ଓ ସ୍ୱଚ୍ଛ ହୋଇପାରିବା ନେଭା ପ୍ରକଳ୍ପର ମୂଳ ଲକ୍ଷ୍ୟ ହେଉଛି କାଗଜମୁକ୍ତ ଯୋଜନାକୁ କାର୍ଯ୍ୟକାରୀ କରିବାା ଆମର ଜିଲ୍ଲାସ୍ତରରେ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀମାନଙ୍କର ଭୂମିକା ଏ କ୍ଷେତ୍ରରେ ଖୁବ୍ ଗୁରୁତ୍ୱପୂର୍ଣ୍ଣା
କାର୍ଯ୍ୟକ୍ରମ ଆରମ୍ଭରେ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରି ରାଜ୍ୟ ଉନ୍ଫର୍ମେଟିକ୍ ଅଫିସର ଡ. ଅଶୋକ କୁମାର ହୋତା କହିଲେ ଯେ ନେଭା ଆପ୍ଲିକେସନ୍ ହେଉଛି ବିଧାନସଭାରେ କାଗଜମୁକ୍ତ କାର୍ଯ୍ୟକ୍ରମର ଏକ ଅଭିଯାନା ଏହି ଯୋଜନା ମାଧ୍ୟମରେ ଜିଲ୍ଲାସ୍ତରଠାରୁ ଆରମ୍ଭ କରି ସମସ୍ତ ବିଧାୟକମାନଙ୍କୁ ଆବଶ୍ୟକ ସୂଚନା ଯୋଗାଇ ଦିଆଯାଇପାରିବା
ଏହି ଅବସରରେ ମାନ୍ୟବର ବାଚସ୍ପତି ସମାପ୍ତ ହୋଇଥିବା ନିର୍ବାଚନ କାର୍ଯ୍ୟରେ ସଫଳତାର ସହ ଦାୟିତ୍ୱ ତୁଲାଇଥିବା ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀମାନଙ୍କ ସମ୍ବର୍ଦ୍ଧିତ କରିଥିଲୋ ବିଧାନସଭା ଦାୟିତ୍ୱରେ ଥିବା ଏନ୍ଆଇସିର ବରିଷ୍ଠ ବୈଷୟିକ ନିର୍ଦ୍ଦେଶିକା ସରିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲୋ

 

0
0
0
s2sdefault