ହେଡଲାଇନସ୍:

ଲିଙ୍ଗ ନିରୁପଣ ନିଷିଦ୍ଧ ଆଇନ୍ ୧୯୯୪ ଉପଦେଷ୍ଠା ମଣ୍ଡଳୀ କମିଟି ବୈଠକ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ଼ - ଆଜି ରାୟଗଡ଼ ଜିଲ୍ଲାର ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ୍ ମହାଜନଙ୍କ ଅଧ୍ୟକ୍ଷତା ରେ ଗର୍ଭଧାରଣ ପୂର୍ବ ଓ ପ୍ରସୂତି ପୂର୍ବ ନିଦାନ କୌଶଳ (ଲିଙ୍ଗ ଚୟନ ନିଷେଧ ) ଆଇନ୍ ୧୯୯୪ ଅନ୍ତର୍ଗତ ଜିଲ୍ଲା ଉପଦେଷ୍ଟା ମଣ୍ଡଳୀ ବୈଠକ ବାରିଝୋଲା ସ୍ଥିତ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଙ୍କ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲିଙ୍ଗ ଚୟନ ନିଷେଧ ଆଇନ୍ ୧୯୯୪ ର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି।ଲିଙ୍ଗ ନିରୂପଣ ଆଇନ୍ ତଃ ଦଣ୍ଡନୀୟ ହୋଇଥିବାରୁ ଏହାର ବ୍ୟାପକ ସଚେତନତା ଆବଶ୍ୟକତା ରହିଛି ଏବଂ ଏଥିପାଇଁ ବ୍ୟାପକ ଜନ ସଚେତନତା ସୃଷ୍ଟି ପାଇଁ ଜିଲ୍ଲାପାଳ ଗୁରୁତ୍ୱାରୋପ। କରିଛନ୍ତି। ଏହି ପରିପ୍ରେକ୍ଷୀରେ ରେ ଜିଲ୍ଲାପାଳ ଜିଲ୍ଲାରେ ଥିବା ପଞ୍ଜୀକୃତ ଅଲଟ୍ରାସାଉଣ୍ଡ କ୍ଲିନିକ୍ ଗୁଡ଼ିକୁ ନିୟମିତ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିୟମ ଉଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା ଲାଲ ମୋହନ ରାଉତରାୟ, ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ ) ଡ଼ା ମମତା ସାହୁ, ଗଭର୍ଣ୍ଣମେଣ୍ଟ ପ୍ଲିଡର୍ ଶ୍ରୀ ଏସ୍ ବାବୁରାଓ, ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ପ୍ରଫୁଲ୍ଲ କୁମାର ପାଢ଼ୀ, ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ମମତା ଶତପଥୀ, ଭେଷଜ ବିଶେଷଜ୍ଞ ଡ ସଂଜ୍ଞା ଦାସ ଏବଂ ସମାଜସେବୀ ତଥା ଆଇନଜୀବୀ ଶ୍ରୀମତୀ ପ୍ରଣତି ପାତ୍ର, ବିଶିଷ୍ଟ ଶିକ୍ଷାବିତ୍ ଡ଼ ଦୁଷ୍ମନ୍ତ କୁମାର ମହାନ୍ତି ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

0
0
0
s2sdefault