ହେଡଲାଇନସ୍:

ମଶାଣୀର ମାଟିଖୋଳାକୁ ନେଇ ଗ୍ରାମବାସୀଙ୍କ ତୀବ୍ର ଅସନ୍ତୋଷ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୨୯.୦୬.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ତହସିଲ ଅଧିନରେ ଥିବା ସିଂହାରପୁର ଗ୍ରାମ ପଞ୍ଚାୟତରେ ହୋଇଥିବା ମହାଘୋଟାଲାକୁ ନେଇ ଦିନକୁ ଦିନ ବଢୁଛି ଜନ ଅସନ୍ତୋଷ । ଯାହାକୁ ନେଇ ଆଜି ଶହ ଶହ ପଞ୍ଚାୟତ ବାସୀ ଏକଜୁଟ ହୋଇ ଜଗତସିଂହପୁର ତହସିଲ ସମ୍ମୁଖରେ ବିକ୍ଷୋଭ କରିବା ସହ ଗଣ ଧାରଣାରେ ବସିଥିଲେ । ପଞ୍ଚାୟତ ବାସୀଙ୍କ କହିବା ଅନୁଯାୟୀ, ଏହି ପଞ୍ଚାୟତରେ ଆଜିକୁ ୨୦ ବର୍ଷରୁ ଉର୍ଦ୍ଧ୍ବ ହେଲାଣି ଚାଲି ଆସୁଛି ଅନ୍ଧାରି ଶାସନ ଓ ତା ସହିତ ଇଂରେଜ ଶାସନ ପରି ଅତ୍ୟାଚାର । ପଞ୍ଚାୟତ ବାସୀ କହିଛନ୍ତି, ଏହି ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତମାନର ସରପଞ୍ଚଙ୍କ ପ୍ରତିନିଧୂ ଶ୍ରୀ ଧିରେନ୍ଦ୍ର ବେହେରା, ବିଭିନ୍ନ ପ୍ରକଳ୍ପ ନାଁ ରେ ମହା ଦୁର୍ନୀତି କରିବା ସହ ଘୋଟାଲା ମଧ୍ଯ କରିଛନ୍ତି ବୋଲି ପଞ୍ଚାୟତ ବାସୀ ଅଭିଯୋଗ କରିଛନ୍ତି । ଗତ ଦୁଇ ମାସ ତଳେ ସିଂହାରପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ନୂତନ ଗୃହ ନିର୍ମାଣ କାର୍ଯ୍ୟ ସିଂହାରପୁର ହାଇସ୍କୁଲ ପଢ଼ିଆରେ ଜବରଦସ୍ତି କରିବା ସହ ନିକଟରେ ଥ‌ିବା ମଶାଣିରୁ ବେଆଇନ ଭାବରେ ୧ ହଜାରରୁ ଉର୍ଦ୍ଧ୍ବ ଟ୍ରାକ୍ଟର ମାଟି ଖୋଳି ଆଣି ଏହି ନୂଆ ପଞ୍ଚାୟତ କାର୍ଯ୍ୟାଳୟର କାମ ଚାଲିଥିବା ଜାଗାରେ ଆଣି ପକାଇଛନ୍ତି । କିନ୍ତୁ ଏମିତି ବେଆଇନ ଭାବରେ ମାଟି ଖୋଳିବାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି l ଏହି ଶ୍ମଶାନରେ ପ୍ରାୟ ୨ ରୁ ୩ଟି ଓ୍ବାର୍ଡର ଲୋକମାନେ ଆସି ସେମାନ ଦାହ କରନ୍ତି । କିନ୍ତୁ ବର୍ତମାନ କେଉଁଠି ସେମାନେ ଶବଦାହ ନେଇ କରିବେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏବଂ ଯେଉଁ ଜାଗାରେ ଏହି ସିଂହାରପୁର ପଞ୍ଚାୟତର ନୂତନ କାର୍ଯ୍ୟାଳୟ କାମ ଚାଲୁଅଛି, ସେ ଯାଗା ମଧ୍ଯ ସମ୍ପୂର୍ଣ ସିଂହାରପୁର ହାଇସ୍କୁଲ ନାମରେ ଜମି ପଟ୍ଟା ରହିଛି । ଏଠି ମଧ୍ୟ ଏହି ପୂର୍ବତନ ସରପଞ୍ଚ ଜବରଦସ୍ତ ପିଲାମାନଙ୍କ ଭବିଷ୍ଯତ ସହ ଖେଳ ଖେଳୁଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି I

0
0
0
s2sdefault