ହେଡଲାଇନସ୍:

ଆଦିବାସୀ ମାନ୍ୟତା ଦାବି ରେ କୁଡୁମୀ ସେନା ପକ୍ଷ ରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଅତିରିକ୍ତଜିଲ୍ଲପାଳଙ୍କୁ ଦାବିପତ୍ର ପ୍ରଦାନ।।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ଶାସକ ପ୍ରଶାସକ) ମୟୂରଭଞ୍ଜ ଜିଲ୍ଲା ରେ ଏକ ଆଦିବାସୀ ବହୁଳ ଜିଲ୍ଲା ଏଠାରେ ପ୍ରାୟ ୨୮ଶତକଡାକୁଡୁମି ସଂପ୍ରଦାୟର ଲୋକ ବସବାସ କରନ୍ତି। ଆଜି କୁଡ଼ୁମୀ ସେନା ପକ୍ଷ ରୁ କୁଡୁମୀ ଜାତି କୁ ଆଦିବାସୀ ବର୍ଗ ରେ ପୁନଃ ସାମିଲ କରିବା ପାଇଁ ଏକ ଦଶନ୍ଧୀ ରୁ ଉର୍ଦ୍ଧ ହେବ ଆନ୍ଦୋଳନ ଜାରି ରହିଛି। ତେଣୁ ଏବେ ଏହି ଦାବି କୁ ପୂରଣ କରିବା ପାଇଁ ମୟୁରଭଂଜ ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ଦୌଲତ ଚନ୍ଦ୍ରକର ଙ୍କ ଜରିଆ ରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କୁଡୁମୀ ସେନା ପ୍ରତିଷ୍ଠାତା ସଭାପତି ଜୈମୁନୀ କୁମାର ମହାନ୍ତ ଙ୍କ ନେତୃତ୍ଵ ରେ ସାଇରାମ ମହାନ୍ତ, ବିଶ୍ଵନାଥ ମହାନ୍ତ,ବିରେନ୍ଦ୍ର ମହାନ୍ତ, ଘନ ମହାନ୍ତ, କ୍ଷୀରୋଦ ମହାନ୍ତ, ଶିବାଜୀ ମହାନ୍ତ,ବୁଲୁ ମହାନ୍ତ,ନୁକୁ ମହାନ୍ତ,ବାବୁ ମହାନ୍ତ, ଲିଟୁ ମହାନ୍ତ ଓ ମହିଳା ସେନା ର ସୁଜାତା ମହାନ୍ତ, ଅଞ୍ଜଳୀ ମହାନ୍ତ,କବିତା ମହାନ୍ତ, ଝୁନି ମହାନ୍ତ, ବୀଣାପାଣି ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । କୁଡୁମୀ ସେନା ସଭାପତି ଜୈମୁନି କୁମାର ମହାନ୍ତ ଙ୍କ ଆହ୍ୱାନ କ୍ରମେ ଓଡିଶା ର କୁଡୁମୀ ବହୁଳ ବିଭିନ୍ନ ଜିଲ୍ଲା ତଥା ମୟୂରଭଂଜ ର ସବୁ ସବ୍ ଡିଭିଜନ ରେ ମଧ୍ୟ ଆଜି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରା ଯାଇଛି। ତେବେ ଆଗାମୀ ଦିନରେ ସରକାର ଙ୍କ ଆଭିମୁଖ୍ୟ କ'ଣ ରହିବ ତାହା ଆଗକୁ ଜଣାପଡିବ। ମୟୂରଭଞ୍ଜ ଜିଲ୍ଲା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।

0
0
0
s2sdefault