ହେଡଲାଇନସ୍:

ଭଞ୍ଜନଗର ସହରରେ ଭାରତୀୟ ଜନତା ପାର୍ଟି ର ବିଜୟ ଉତ୍ସବ ପାଳନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:  ଭଞ୍ଜନଗର ସହରରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି ଭଞ୍ଜନଗର ବି.ଜେ.ପି ର ମହା ବିଜୟ ଉତ୍ସବ ର ନଗରଭ୍ରମଣ କାର୍ଯ୍ୟକ୍ରମ । ଏଥିରେ ଭଞ୍ଜନଗର ଭାରତୀୟ ଜନତା ପାର୍ଟି ର ବିଧାୟକ ପ୍ରାର୍ଥୀ ଓ କନ୍ଧମାଳ ସାଂସଦ ପ୍ରାର୍ଥୀ ଙ୍କ ସହିତ ହଜାର ହଜାର କର୍ମୀ ଓ ଶୁଭେଚ୍ଛୁ ଜନସାଧାରଣ ଯୋଗଦାନ କରିଥିଲେ।

୨୦୨୪ ସାଧାରଣ ନିର୍ବାଚନରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ଭାବେ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ନାୟକ ଓ କନ୍ଧମାଳ ସାଂସଦ ପାର୍ଥି ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ ବିପୁଳ ଭୋଟରେ ବିଜୟ ଲାଭ କରିଥିଲେ । ଏବଂ ଏହା ସହିତ ଭଞ୍ଜମାଟି ଭଞ୍ଜନଗରରେ ନୂଆ ଆଶାର ଆଲୋକ କୁ ଦେଖିବାକୁ ପାଇଥିଲେ ଭଞ୍ଜନଗର ବାସୀ। ବିଜୟ ହାସଲ କରିବା ପରେ ବହୁ ଶୁଭେଛୁ, ବିଜେପି କର୍ମକର୍ତ୍ତା ତଥା ବହୁ ବ୍ୟକ୍ତି ବିଶେଷ ଶୁଭେଚ୍ଛା ଜଣାଇବାକୁ ଅପେକ୍ଷା କରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ଭଞ୍ଜନଗର ଅଞ୍ଚଳ ରେ ଅନୁଷ୍ଠିତ ହୋଇଥିଲା ନଗର ଭ୍ରମଣ କାର୍ଯ୍ୟକ୍ରମ। ମହା ଵିଜୟରେ ଉତ୍ସାହିତ ଭାରତୀୟ ଜନତା ପାର୍ଟି ର ଏହି ନଗର ଭ୍ରମଣ କାର୍ଯ୍ୟକ୍ରମ ସଂଧ୍ୟା ୪:୩୦ ମିନିଟ୍ ଠାରୁ ବାଉଁଶ ଲୁଣ୍ଡି ପଞ୍ଚାୟତ କଇଣ୍ଡି ଗ୍ରାମର ହନୁମାନ ମନ୍ଦିର ରୁ ବାଜ ବାଜଣା, ବିରାଟ ଆତସବାଜି, ଡିଜେ, ଦୁଲଦୁଲି, ଓ ପାରମ୍ପାରିକ ବାଜା ସହିତ ଆରମ୍ଭ ହୋଇଥିଲା। ଏଥିରେ ସହର ଓ ଗ୍ରାମର ହଜାର ହଜାର ସଂଖ୍ୟାରେ ଜନସାଧାରଣ ସାମିଲ୍ ହୋଇଥିବାର ଦେଖିବାକୁ ମିଳିଥିଲା। ଏହି ବିଜୟ ଉତ୍ସବ ବାଉଁଶଲୁଣ୍ଡି ପଞ୍ଚାୟତ କଇଣ୍ଡି ରୁ ଆରମ୍ଭ ହୋଇ ଜିଲୁଣ୍ଡି , ବାଉଁଶଲୁଣ୍ଡି, ଭଞ୍ଜନଗର ମେଇନରୋଡ୍, ଥାନା ବସଷ୍ଟାଣ୍ଡ ଭେଜିପୁଟ ହୋଇ ବାଇପାସ୍ ଛକ ରେ ଥିବା ବୀର ବିପ୍ଲବୀ ଚକରାବିଷୋୟୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା । ସେହିପରି ପ୍ରବାଦ ପୁରୁଷ ବିଜୁବାବୁଙ୍କର ପ୍ରତିମୂର୍ତ୍ତି ରେ ଓ ଷ୍ଟେଟବ୍ୟାଙ୍କ ଛକ ରେ ଥିବା ମହାନ୍ କବି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ମେଡ଼ିକାଲ ରୋଡ଼, ଖାଲାସିସାହି ଠୁ ପୁଣି ମେଇନରୋଡ୍ ହୋଇ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମରେ ପହଞ୍ଚିଥିଲେ। ନଗର ଭ୍ରମଣ ସମୟରେ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ନାୟକ ଙ୍କୁ ଓ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କୁ ରାସ୍ତା ସାରା ବିଭିନ୍ନ ସଂଘ, ଅନୁଷ୍ଠାନ ଓ ସହସ୍ରାଧିକ ଜନସାଧାରଣ ପୁଷ୍ପ ଗୁଛ ସହ ଉପଢୌକନ ଓ ଫୁଲ ମାଳ ଦେଇ ଓ ଆତସବାଜି ରେ ସ୍ଵାଗତ ଶୁଭେଚ୍ଛା ଜଣାଇଥିଲେ। ଆତସବାଜି ଜୟ୍ ଶ୍ରୀରାମ୍ ଧ୍ୱନୀରେ ଶବ୍ଦରେ ସମଗ୍ର ଭଞ୍ଜମାଟି ଭଞ୍ଜନଗର ସହର କମ୍ପି ଉଠିଥିଲା। ପ୍ରତିୟ ମାନ ହେଉଥିଲା ଯେପରି ଅଦିନିଆ ଦିପାବଳୀ । ଆଜିର ନଗର ଭ୍ରମଣ ପଟୁଆର ସହର ର ବିଭିନ୍ନ ଅଞ୍ଚଳ ବୁଲିବା ପରେ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମ୍ ଠାରେ ଏକ ସଭା ଓ ଭୋଜି ର ଆୟୋଜନ ରେ ବିଳମ୍ବିତ ରାତ୍ର ପ୍ରାୟ ୧୨ ସୁଧା ଶେଷ ହୋଇଥିଲା। ଉଭୟ ବିଧାୟକ ଓ ସାଂସଦ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ବିକାଶ ଓ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ପ୍ରତିଶୃତି ଦେଇଥିଲେ ଓ ସବୁବେଳେ ଜନସାଧାରଣ ଙ୍କ ସହ ରହିବା ଓ ସେମାନଙ୍କ ସମସ୍ୟା ଉଭୟ ବିଧାନସଭା ଓ ସଂସଦ ରେ ଉପସ୍ଥାପନ କରିବା ପାଇଁ କହିଥିଲେ।

0
0
0
s2sdefault