ହେଡଲାଇନସ୍:

ବିଜେପି ରେ ଯୋଗଦେଲେ ଜୟଦେବ ନିର୍ବାଚନ ମଣ୍ଡଳୀରୁ ବହୁ ବିଜେଡ଼ି ନେତା ଓ କର୍ମୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାଂସଦ ଅପରାଜିତା ଙ୍କ କାର୍ଯ୍ୟାଳୟ ରେ ଯୋଗଦେଲେ ବରିଷ୍ଠ ନେତା ତଥା ଭୁବନେଶ୍ୱର ର ୪ ଥରର ସାଂସଦ ଡ.ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର ତା:୧୭-୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ର କାର୍ଯ୍ୟଶୈଳିରେ ପ୍ରଭାବିତ ହୋଇ ପୁଣି ବିଜେପି ରେ ଯୋଗଦେଇଛନ୍ତି ଭୁବନେଶ୍ୱର ଜୟଦେବ ନିର୍ବାଚନ ମଣ୍ଡଳୀ ର ଦେଢ଼ ହଜାର ରୁ ଉର୍ଦ୍ଧ ବିଜେଡ଼ି ନେତା ଓ କର୍ମୀ। ଜୟଦେବ ନିର୍ବାଚନ ମଣ୍ଡଳୀର ନେତୃତ୍ୱ ଶ୍ରୀ ବାବି ଚୌଧୁରୀ ଏବଂ ଶ୍ରୀ ମୁନା ପାତ୍ର ଙ୍କ ଭଳି ବରିଷ୍ଠ ନେତୃତ୍ୱ ସମେତ ବହୁ ସଂଖ୍ୟାରେ ନିର୍ବାଚିତ ପ୍ରତିନିଧିଙ୍କ ଉପସ୍ଥିତିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ କାର୍ଯ୍ୟାଳୟ ରେ ସମସ୍ତେ ବିଜେପି ରେ ଯୋଗଦେଇଛନ୍ତି। ଏହି ଅବସରରେ ଅଞ୍ଚଳର ବିଧାୟକ ପ୍ରଶାନ୍ତ ଜଗଦେବ ଓ ବରିଷ୍ଠ ନେତା ତଥା ଭୁବନେଶ୍ୱର ର ୪ ଥରର ସାଂସଦ ଡ ପ୍ରସନ୍ନ ପାଟ୍ଟଶାଣୀ ଉପସ୍ଥିତ ଥିଲେ। ସମସ୍ତଙ୍କୁ ବିଜେପି ପରିବାରରେ ଅନେକ ଅନେକ ସ୍ୱାଗତ ଏବଂ ଶୁଭେଚ୍ଛା ଜଣାଇବା ସହିତ ଆଗାମୀ ଦିନରେ ସମସ୍ତେ ମିଶି ଅଞ୍ଚଳର ବିକାଶ ପାଇଁ କାମ କରିବେ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

0
0
0
s2sdefault