ହେଡଲାଇନସ୍:

ରାଜସ୍ୱ ପ୍ରଶାସନ ସ୍ୱଚ୍ଛ ଓ ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ହେବା ଉଚିତ: ମନ୍ତ୍ରୀ ଶ୍ରୀ ପୂଜାରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମୀକ୍ଷା ବୈଠକ

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ନୂଆକରି ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ବିଭାଗର କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରି କହିଲେ ଯେ ରାଜସ୍ୱ ପ୍ରଶାସନ ସ୍ୱଚ୍ଛ ଓ ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ହେବା ଉଚିତା ତେବେ ଏହି ପ୍ରକ୍ରିୟାକୁ ଆହୁରି ଜନସାଧାରଣଙ୍କ ନିକଟତର କରିବା ପାଇଁ ସମସ୍ତଙ୍କର ଆନ୍ତରିକ ଉଦ୍ୟମ ଆବଶ୍ୟକା ହୀରାକୁଦ ଜଳଭଣ୍ଡାର ବୁଡ଼ି ଅଞ୍ଚଳର ବିସ୍ଥାପିତ ଲୋକମାନଙ୍କର ସମସ୍ୟା ଦୂର କରିବା ଉପରେ ଗୁରୁତ୍ୱାରୋପ କରିବା ସହ ଚୂଡ଼ାନ୍ତ କ୍ଷତିପୂରଣ, ସ୍ଥାୟୀ ପଟ୍ଟା ପ୍ରଦାନ, ଘରଡିହ ଓ ଚାଷଜମି ଯୋଗାଇଦେବା କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସାରିବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଥିଲୋ
ଏବେ ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ୬୩୨ ଫୁଟରୁ ୬୩୦ ଫୁଟକୁ କମି ଆସିଥିବାରୁ କିଛି ବୁଡ଼ି ଅଞ୍ଚଳର ଜଳସ୍ତର ହ୍ରାସ ପାଇଛିା ଏହିସବୁ ଅଞ୍ଚଳର ଜମିଗୁଡ଼ିକର ସ୍ଥାୟୀ ପଟ୍ଟା ପ୍ରଦାନ ଉପରେ ବିଭାଗ ପକ୍ଷରୁ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ପରାମର୍ଶ ଦେଇଥିଲୋ ରେଙ୍ଗାଲି ବନ୍ଧ ଯୋଜନା ଓ ତତ୍ପରବର୍ତ୍ତୀ ଜଳସେଚନ ପ୍ରକଳ୍ପ ପାଇଁ ବାସଚୁ୍ୟତ ହୋଇଥିବା ଲୋକମାନଙ୍କର ଥଇଥାନ ଉପରେ ସେ ଗୁରୁତ୍ୱାରୋପ କରିଥିଲୋ ଥଇଥାନ ଓ ପୁନର୍ବାସ ଯୋଜନାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଶିଳ୍ପ ପ୍ରତିଷ୍ଠା ପାଇଁ ବ୍ରଜରାଜ ନଗରର ଓରିଏଣ୍ଟ କାଗଜକଳ ସହ ଅନ୍ୟ ଶିଳ୍ପାନୁଷ୍ଠାନଗୁଡ଼ିକ ନିଜ ପାଖରେ ରଖିଥିବା ଅବ୍ୟବହୃତ ଜମିକୁ ଫେରାଇ ଆଣିବା ଦିଗରେ ରାଜସ୍ୱ ବିଭାଗ ତତ୍ପର ହେବା ଉଚିତ ବୋଲି ସେ କହିଥିଲୋ
ବାସସ୍ଥାନ, ଜାତିଗତ ଓ ଅନ୍ୟାନ୍ୟ ପ୍ରମାଣପତ୍ର ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରଦାନ କରାଯିବା ଉପରେ ମନ୍ତ୍ରୀ ଶ୍ରୀ ପୂଜାରୀ ଗୁରୁତ୍ୱାରୋପ କରିଥିଲୋ ତହସଲଦାରଙ୍କଠାରୁ ଆରମ୍ଭ କରି ବୋର୍ଡ ଅଫ୍ ରେଭିନୁ୍ୟର ମେମ୍ବର ଠିକ୍ ସମୟରେ ରାଜସ୍ୱ ମକଦ୍ଦମା ଫଇସଲା କରିବାକୁ ସେ ପରାମର୍ଶ ଦେଇଥିଲୋ ଜମିର ସତ୍ତ୍ୱାଧିକାରୀଙ୍କ ମୃତୁ୍ୟ ପରେ ଉତ୍ତରାଧିକାରୀମାନଙ୍କ ନାମରେ ଖତିଆନର ନାମ ପରିବର୍ତ୍ତନ କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ଅଗ୍ରାଧିକାର ଦେବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଥିଲୋ
ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବା ନିର୍ଦ୍ଦିଷ୍ଟ ଅଞ୍ଚଳର ପ୍ରଶାସନକୁ ସହଯୋଗ କରିବା ପାଇଁ ସେହି ଅଞ୍ଚଳର ଯୁବକଯୁବତୀମାନଙ୍କୁ ତାଲିମ ଦେଇ ବିପର୍ଯ୍ୟୟ ସମୟରେ ସହଭାଗୀ ହେବା ପାଇଁ ପ୍ରସ୍ତୁତ କରିବା ଉପରେ ମନ୍ତ୍ରୀ ଶ୍ରୀ ପୂଜାରୀ ଗୁରୁତ୍ୱାରୋପ କରିଥିଲୋ
Imageବରଗଡ଼ ଓ ଅନୁଗୋଳ ଜିଲ୍ଲାରେ ରେଳପଥ ସଂପ୍ରସାରଣ ପାଇଁ ଚକଜମିରେ ଥିବା ଅସଙ୍ଗତିର ସମାଧାନ ପାଇଁ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଥିଲୋ
ଏହି ଅବସରରେ ଉପସ୍ଥିତ ରହି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଏହାର ଅଗ୍ରଗତି ବାବଦରେ ଅବଗତ କରାଇଥିଲୋ ସେ କହିଥିଲେ ଯେ ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ୧୦୦ ଦିନିଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛିା ସରକାରୀ ଜମି ଓ ଜଙ୍ଗଲ ଜମିର ବଜାର ଦର ନିର୍ଦ୍ଧାରଣ, ବସୁନ୍ଧରା ଯୋଜନାରେ ଅଧିକ ହିତାଧିକାରୀମାନଙ୍କୁ ସାମିଲ କରିବା ପାଇଁ ନୂତନ ସର୍ଭେରେ ବାର୍ଷିକ ଆୟରେ କୋହଳ ବ୍ୟବସ୍ଥା, ୧୫ଟି ନୂଆ ଏକ୍ସ ଅଫିସିଓ ରେଜିଷ୍ଟ୍ରେସନ୍ ଅଫିସ ଖୋଲିବା, ସମସ୍ତ ରେଜିଷ୍ଟ୍ରସନ୍ ଅଫିସରେ ସ୍ମାର୍ଟ ସର୍ଭିଲେନ୍ସ ବ୍ୟବସ୍ଥା ଲାଗୁ କରିବା ଏସବୁର ଅନ୍ତର୍ଭୁକ୍ତା
ରାଜ୍ୟରେ ଆପଦକାଳୀନ ସ୍ଥିତିର ମୁକାବିଲା ଓ ବିପର୍ଯ୍ୟୟ ପରିିଚାଳନା ପାଇଁ ସରକାର ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପ୍ରତିଷ୍ଠା କରିଛନ୍ତିା ଓସ୍ଡମା ଆଜି ଅନ୍ୟମାନଙ୍କ ପ୍ରତି ଉଦାହରଣ ପାଲଟିଛି ଓ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନଠାରୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସ୍ୱୀକୃତି ହାସଲ କରିଛିା
ଏହି ସମୀକ୍ଷା ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲୋ

0
0
0
s2sdefault