ହେଡଲାଇନସ୍:

ବାଣିଜ୍ୟ ଓ ପରିବହନ ବିଭାଗ ରାଜ୍ୟର ବିକାଶରେ ପ୍ରମୁଖ ଅଂଶୀଦାର ହେବ: ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର:ବାଣିଜ୍ୟ ଓ ପରିବହନ ବିଭାଗ ଅଧିକ କ୍ରିୟାଶୀଳ ହେବା ସହିତ ରାଜ୍ୟର ବିକାଶରେ ଏକ ପ୍ରମୁଖ ଅଂଶୀଦାର ହେବ ବୋଲି ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଆଶା ପ୍ରକଟ କରିଛନ୍ତିା ମନ୍ତ୍ରୀ ଶ୍ରୀ ଜେନା ଉପରୋକ୍ତ ମର୍ମରେ ବିଭାଗୀୟ ଅଧିକାରୀ ତଥା କର୍ମଚାରୀମାନଙ୍କ ନିଷ୍ଠା ଓ ଆନ୍ତରିକତାପୂର୍ଣ୍ଣ ସହଯୋଗ ନିମନ୍ତେ ପରାମର୍ଶ ଦେଇଛନ୍ତିା
ଖାରବେଳ ଭବନରେ ବିଭାଗୀୟ ସମ୍ମିଳନୀ କକ୍ଷରେ ମନ୍ତ୍ରୀ ଶ୍ରୀ ଜେନା ବିଭାଗର ବିଭିନ୍ନ କାର୍ଯ୍ୟାବଳୀ ବାବଦରେ ଅବଗତ ହୋଇଥିଲୋ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଦୃଶ୍ୟଶ୍ରାବ୍ୟ ଉପସ୍ଥାପନ ମାଧ୍ୟମରେ ବିଭାଗ ଅଧିନସ୍ଥ ବିଭିନ୍ନ କାର୍ଯ୍ୟକ୍ରମ ରୂପାୟନ ସଂଗଠନ, ସରକାରୀ ନୀତି ଓ ନିୟମାବଳୀ, ବଜେଟ ବ୍ୟବସ୍ଥା ଉପରେ ବିବରଣୀ ପ୍ରଦାନ କରିଥିଲୋ ୧୯୭୪ ମସିହାରୁ ସ୍ୱତନ୍ତ୍ର ବିଭାଗ ଭାବରେ କାର୍ଯ୍ୟ କରୁଥିବା ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଭୂପୃଷ୍ଠ ଜଳ ପରିବହନ, ବିମାନ ଚଳାଚଳ, ପରିବହନ, ବନ୍ଦର ବିକାଶ, ରେଳ ପ୍ରକଳ୍ପ, ପରିବହନ କର୍ମଚାରୀମାନଙ୍କ କଲ୍ୟାଣ ପାଣ୍ଠି , ଇ-ଯାନ ନୀତି, ସଡ଼କ ନିରାପତ୍ତା, ଗ୍ରାମୀଣ ପରିବହନ, ଯାନଚାଳକମାନଙ୍କ ପ୍ରଶିକ୍ଷଣ ଓ ତଦାରଖ ବ୍ୟବସ୍ଥା ଇତ୍ୟାଦି ପ୍ରସଙ୍ଗଗୁଡ଼ିକ ଉପରେ ବିସ୍ତୃତ ସୂଚନାକ୍ରମେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲୋ ଏହି ବୈଠକରେ ବିଭାଗର ପରିବହନ କମିଶନର ଅମିତାଭ ଠାକୁରଙ୍କ ସମେତ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ରହି ମତାମତ ଉପସ୍ଥାପନ କରିଥିଲୋ
ପୂର୍ବରୁ ପ୍ରମୁଖ ଶାସନ ସଚିବଙ୍କ ସମେତ ଅଧିକାରୀ ତଥା କର୍ମଚାରୀବୃନ୍ଦ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ଉଚ୍ଛ୍ୱସିତ ସ୍ୱାଗତ ଜଣାଇଥିଲୋ

 

0
0
0
s2sdefault