ହେଡଲାଇନସ୍:

ବେଦାନ୍ତ ଆଲୁମିନିୟମ ଏମ ଭି ମୁରଲୀକୃୀଷ୍ଣା - କୋଚ, ଭାରତୀୟ ପାରା-ବ୍ୟାଡମିଂଟନ ଦଳ ସହିତ ଇଂଟରାକ୍ଟିଭ୍ ଅଧିବେଶନ ଆୟୋଜନ କରିଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡାରେ ଆୟୋଜିତ ଏହି ଅଧିବେଶନରେ ତୃଣମୂଳ କ୍ରୀଡ଼ା ସଂସ୍କୃତିର ପ୍ରଚାରପ୍ରସାର ଉପରେ ଗୁରୁତ୍ୱ ଦିଆଯାଇଥିଲା

ଝାରସୁଗୁଡା, ମଇ ୨୮, ୨୦୨୪: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଇଣ୍ଡିଆ ପାରାବ୍ୟାଡମିଂଟନ ଦଳର ପ୍ରଶିକ୍ଷକ ଏମ. ଭି ମୁରଲୀକୃୀଷ୍ଣାଙ୍କ ସହ ଏକ ଇଂଟରାକ୍ଟିଭ୍ ଅଧିବେଶନ ଆୟୋଜନ କରି ତୃଣମୂଳ ସ୍ତରର କ୍ରୀଡ଼ାକୁ ପ୍ରୋତ୍ସାହିତ କରିବାଏବଂ ସମ୍ପ୍ରଦାୟର ବିକାଶ ପାଇଁ କ୍ରୀଡ଼ାକୁ ଉପଯୋଗ କରିବା ଉପରେ ଧ୍ୟାନ ଦେଇଛି । ଶ୍ରୀକୃୀଷ୍ଣା ସାଇନା ନେହୱାଲ, ପିଭିସିନ୍ଧୁ, ସାଇ ପ୍ରଣୀତ ଏବଂ ସତୱିକ୍ସାଇରାଜଙ୍କ ପରି ପ୍ରଖ୍ୟାତ ବ୍ୟାଡମିଂଟନ ଆଥଲେଟ ମାନଙ୍କୁ ତାଲିମ ଦେଇଛନ୍ତି ।
ଝାରସୁଗୁଡାରେ ବେଦାନ୍ତର ଅତ୍ୟାଧୁନିକ ଟାଉନସିପ୍ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କ ପାଇଁ ମୌଳିକ ବ୍ୟାଡମିଂଟନ୍ ତାଲିମ ଏବଂ ଶ୍ରୀ କୃୀଷ୍ଣାଙ୍କ ସହିତ ଏକ ଇଂଟରାକ୍ଟିଭ୍ ଅଧିବେଶନ ପ୍ରଦର୍ଶିତ ହୋଇଥିଲା ଯେଉଁଠାରେ ସେ ତାଙ୍କ ଯାତ୍ରା ବିଷୟରେ ଅବଗତ କରିଥିଲେ ଏବଂ କ୍ରୀଡ଼ାମାଧ୍ୟମରେ ଦୃଢତା ଏବଂ ନୈତିକତା ଉପରେ ଜ୍ଞାନ ବାଂଟିଥିଲେ । ବେଦାନ୍ତ ଝାରସୁଗୁଡାର ବରିଷ୍ଠ ପରିଚାଳନା ମଧ୍ୟରେ ଏକ ଶୁଭେଚ୍ଛା ବ୍ୟାଡମିଂଟନ ମ୍ୟାଚରେ ଅଧିବେଶନ ଶେଷ ହୋଇଥିଲା ଏବଂ କର୍ମଚାରୀ ଏବଂ ଟାଉନସିପ ବାସିନ୍ଦାମାନେ ଏଥିରେ ଅଂଶଗ୍ରହଣ କରିଥିଲେ ।
ତୃଣମୂଳ କ୍ରୀଡ଼ା ପ୍ରତିପୋଷଣ ଏବଂ ଗ୍ରାମାଂଚଳର ଯୁବକମାନଙ୍କୁ ବ୍ୟାପକ ସୁଯୋଗ ଯୋଗାଇବା ପାଇଁ ଦେଇଥିବା ପ୍ରତିବଦ୍ଧତା ସହିତ କମ୍ପାନୀ ସକ୍ରିୟ ଭାବେ ସ୍ଥାନୀୟ ହକି ଏବଂ ଫୁଟବଲ ପ୍ରତିଭାକୁ ପୋଷଣ କରୁଛି ଏବଂ ଏକ ବନ୍ଧୁତ୍ୱପୂର୍ଣ୍ଣ ଟୁର୍ନାମେଂଟ ସହିତ ଜିଲ୍ଲା ମୋ-ସ୍କୁଲ ହକି ଟୁର୍ନାମେଂଟ ତଥା ପୁରୁଷ ଏଫଆଇଏଚ ହକି ବିଶ୍ୱକପ୍ ୨୦୨୩ ଏବଂ ବାର୍ଷିକ ଫୁଟବଲ୍ଟୁର୍ନାମେଂଟ ସ୍ଥାନୀୟ ସମ୍ପ୍ରଦାୟ ପାଇଁ ଆହୁରି ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଛି । ଏହାସହିତ ବେଦାନ୍ତ ଆଲୁମିନିୟମ ଝାରସୁଗୁଡା ଜିଲ୍ଲା ଆଥଲେଟିକ୍ସ ଆସୋସିଏସନ ପାଇଁ ଏକ ନୂତନ ପ୍ରଶାସନିକ ଭବନ ନିର୍ମାଣ ପାଇଁ ପ୍ରାୟୋଜିତ କରିଛି । ବେଦାନ୍ତର ଟାଉନସିପ୍ଗୁଡିକ ଆଧୁନିକ ଖେଳପଡିଆ ଏବଂ କ୍ରୀଡା ସୁବିଧା ସହିତ ସଜ୍ଜିତହୋଇ ଉଭୟ ଯୁବକ ଏବଂ ବାସିନ୍ଦାଙ୍କୁ କ୍ରୀଡା ସହ ଜଡିତ ହେବା ଏବଂ ଏକ ସକ୍ରିୟ ଜୀବନଶୈଳୀ ବଜାୟ ରଖିବା ପାଇଁ ଉତ୍ସାହିତ କରିଥାଏ ।
ଏହି ଅଧିବେଶନରେ ଯୋଗଦେଇ ଆଲୁମିନିୟମ ବ୍ୟବସାୟର ସିଇଓ ଶ୍ରୀ ସୁନୀଲ ଗୁପ୍ତା କହିଛନ୍ତି ଯେ ସମ୍ପ୍ରଦାୟକୁ ପ୍ରେରଣା ଏବଂ ଏକୀକରଣ କରିବାର କ୍ରୀଡ଼ାଶକ୍ତି ଅଛି । ଏହି ଇଂଟରାକ୍ଟିଭ୍ ଅଧିବେଶନ ମାଧ୍ୟମରେ, ଆମେ ଆମର ଯୁବ ଅଂଶଗ୍ରହଣ କାରୀଙ୍କ ମଧ୍ୟରେ ଦୃଢତା, ଶୃଙ୍ଖଳା ଏବଂ ଦଳଗତ କାର୍ଯ୍ୟର ମୂଲ୍ୟବୋଧକୁ ଉତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛୁ । ହୋଷ୍ଟିଂ କୋଚ୍ଏମ.ଭି ମୁରଲୀକୃୀଷ୍ଣା ଆମ ପିଲାମାନଙ୍କ ପାଇଁ ସର୍ବୋତମ ମଧ୍ୟରୁ ଗୋଟିଏ ଶିଖିବା ପାଇଁ ଏକ ଅବିଶ୍ୱସନୀୟ ସୁଯୋଗ । ଆମର ଯୁବକମାନଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବାକୁ ଆମେ ପ୍ରତିବଦ୍ଧ ।

ଜିଲ୍ଲାରେ କ୍ରୀଡା ମାଧ୍ୟମରେ ସମ୍ପ୍ରଦାୟର ବିକାଶ ଦିଗରେ ବେଦାନ୍ତଙ୍କ ଉଦ୍ୟମକୁ ପ୍ରଶଂସା କରି ଶ୍ରୀ ଏମ. ଭି ମୁରଲୀ କୃୀଷ୍ଣା କହିଛନ୍ତି ଯେ ତୃଣମୂଳ କ୍ରୀଡ଼ାର ପ୍ରଚାର ପାଇଁ ବେଦାନ୍ତର ପ୍ରତିବଦ୍ଧତା ପ୍ରକୃତରେ ପ୍ରେରଣାଦାୟକ । ଦୁନିଆର ବୃହତମ ଆଲୁମିନିୟମ ପ୍ଲାଣ୍ଟରେ କ୍ରୀଡ଼ା ପ୍ରତିଭା ସହିତ ଜଡିତ ହେବାର ସୁଯୋଗ ପାଇ ମୁଁ ଆନନ୍ଦିତ ଏବଂ ଚରିତ୍ର, ଶୃଙ୍ଖଳା, ଚତୁରତା, ସଠିକତା ଏବଂ ନିରନ୍ତର ନିଷ୍ଠା ପର ଯୁବ ପିଢି ଗଠନରେ କ୍ରୀଡ଼ାର ଗୁରୁତ୍ୱକୁ ଆଲୋକିତ କରେ । ଯୁବପ୍ରତିଭାଙ୍କ ସହ ଜଡିତ ହେବା ଏବଂ ବ୍ୟାଡମିଂଟନ ପ୍ରତି ସେମାନଙ୍କର ଉତ୍ସାହର ସାକ୍ଷୀ ହେବା ଅତ୍ୟନ୍ତ ଲାଭଦାୟକ ଅଟେ । ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି ।

ତୃଣମୂଳ କ୍ରୀଡାପାଇଁ ବେଦାନ୍ତଙ୍କ ସମର୍ଥନ ପ୍ରକୃତରେ ପ୍ରଶଂସନୀୟ ବୋଲି ସଚିବ ଝାରସୁଗୁଡା ବ୍ୟାଡମିଂଟନ ନ୍ଆସୋସିଏସନର ଶୁବମ ଶର୍ମା କହିଛନ୍ତି । କୋଚ୍ ଏମ.ଭି ମୁରଲୀ କୃୀଷ୍ଣାଙ୍କ ସହ ଏହି ଇଂଟରାକ୍ଟିଭ୍ ଅଧିବେଶନ ଅମୂଲ୍ୟ ହୋଇ ସ୍ଥାନୀୟ ଯୁବକମାନଙ୍କୁ ପ୍ରେରଣା ଯୋଗାଇଲା ଏବଂ ବ୍ୟାଡମିଂଟନ ପାଇଁ ସେମାନଙ୍କର ଅଭିବୃଦ୍ଧି ଏବଂ ଉତ୍ସାହକୁ ବଢାଇଲା । ଭବିଷ୍ୟତରେ ଆମେ ଅଧିକ ଅଧିବେଶନ କରିବାକୁ ଅପେକ୍ଷା କରିଛୁ ।

ଶିକ୍ଷା, ସ୍ୱାସ୍ଥ୍ୟସେବା, ଜୀବିକା, ଦକ୍ଷତାବିକାଶ, ତୃଣମୂଳକ୍ରୀଡା, କଳାଏବଂ ସଂସ୍କୃତି କ୍ଷେତ୍ରରେ ବେଦାନ୍ତର ସାମାଜିକ ହସ୍ତକ୍ଷେପ ମହିଳା ଏବଂ ଶିଶୁମାନଙ୍କ ବିକାଶଉପରେ ଧ୍ୟାନଦେଇ ଝାରସୁଗୁଡା ଏବଂନିକଟବର୍ତୀ ଅଂଚଳର ପ୍ରାୟ ୮୦ଟି ଗ୍ରାମରେ ପହଂଚି ୩ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇ ପାରିଛନ୍ତି । ଗୋଟିଏ ବର୍ଷ ମଧ୍ୟରେ ୩୫୦ରୁ ଅଧିକ ଏସଏଚଜିରୁ ପ୍ରାୟ ୫୦୦୦ ମହିଳାଙ୍କୁ ସଶକ୍ତ କରିଛି, ବାର୍ଷିକପ୍ରାୟ ୫୦,୦୦୦ ଲୋକଙ୍କୁ ଦ୍ୱାରଦେଶରେ ସ୍ୱାସ୍ଥ୍ୟସେବା ଯୋଗାଇଛି, ୧୩,୦୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଗତ ସହାୟତା ପ୍ରଦାନ କରିଛି, ସମ୍ପ୍ରଦାୟସ୍ତରରେ ସ୍ଥାନୀୟ ଲୋକଙ୍କ ସହ ଭାଗିତାରେ ପ୍ରାୟ ୧.୫୦ ଲକ୍ଷ ବୃକ୍ଷରୋପଣ କରାଯାଇଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସ ଆଣ୍ଡ ପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମର୍ୟାନଙ୍କଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାର ପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀତାର ଲକ୍ଷ୍ୟ ପୂରଣ କରୁଛି ।

0
0
0
s2sdefault