ହେଡଲାଇନସ୍:

ପ୍ରିମିୟର୍ ଲିଗ୍ - ୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଶଙ୍କରଡ଼ା ପଞ୍ଚାୟତ  ପଞ୍ଚାଳୀ ଗ୍ରାମ ଠାରେ   ପଞ୍ଚାଳୀ ପ୍ରିମିୟର୍ ଲିଗ୍ - ୧୦  କ୍ରିକେଟ ଟୁର୍ଣ୍ଣାମେଣ୍ଟ  ଅନୁଷ୍ଠିତ ହୋଇଯାଇଛି  ।  ପ୍ରଥମ ଦିନରେ ପ୍ରଥମେ ଆପଲସ୍ୱମୀ କାଡ଼ରାକା ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିଲେ । ଉକ୍ତ ମେ ୧ ତାରିଖ ଟୁ ମେ ୨୫ ତାରିଖ ପର୍ଯ୍ୟନ୍ତ ଉଦ୍ୟାପିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟ ରେ  ୩୨ଟି ଦଳ ଭାଗନେଇଥିଲେ । ଫାଇନାଲ୍ ମ୍ୟାଚ୍ ରେ କୁଟୁଳି ଓ ଗୋରଖପୁର ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ମ୍ୟାଚ୍ ରେ କୁଟୁଳି ଦଳ ପ୍ରଥମେ ଟଚ୍ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭର ରେ ୧୪୮ ରନ୍ କରିଥିଲେ । ଏହା ର ଜବାବ୍ ରେ ଗୋରଖପୁର ଦଳ ଗୋଟିଏ ବଲ୍ ରେ ୧୪ ରନ୍ ର ଆବଶ୍ୟକ ଥିଲା ।ହେଲେ କୁଟୁଳି ଦଳ ଏହି ଲକ୍ଷପୁରଣ କରି  ଚାମ୍ପିଅନ ବିଜୟୀ ଲାଭ ହୋଇଥିଲେ। ଟୁର୍ଣ୍ଣାମେଣ୍ଟ ର ବିଜୟ ଦଳକୁ ନଗଦ ୩୦ ହଜାର ଟଙ୍କା ସହ ଟ୍ରଫି ଓ ରନ୍‌ରଅପ୍ ଗୋରଖପୁର ଦଳକୁ ୨୦ ହଜାର ଟଙ୍କା ଏବଂ ଟ୍ରଫି ପ୍ରଧାନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ  MR. ମଜହର ବେଗ (ସିଇଓ,ଉତ୍କଳ ଆଲୁମିନା ) , ଲୋପାମୁଦ୍ରା ମିଶ୍ର (ସିଏସଆର ମୁଖ୍ୟ, ଉତ୍କଳ ଆଲୁମିନା) , ସମ୍ମାନିତ ଅତିଥି ବ୍ଲକ୍ ଅଧ୍ୟକ୍ଷ କଣ୍ଠ ମାଝୀ  , ସମିତିସଭ୍ୟ ସଜନୀ ମାଝୀ ,  ନାଏବ ସରପଞ୍ଚ ପ୍ରବୀଣ କୁମାର ଟାକ୍ରି ,  ଏବଂ ଗ୍ରାମର ଧାଙ୍ଗଡ଼ା ମାଝି  ନରେନ୍ଦ୍ର ଖରା , ସ୍ପୋଟସେକ୍ରେଟାରୀ ଭକ୍ତ ଗରଡ଼ା , ମହାଦେବ ଯୁବକ ସଂଘ ସଭାପତି ପ୍ରସାନ୍ତ ଖରା , ସମ୍ପାଦକ ସୁଚେନ ଟାକ୍ରି ,  ତ୍ରିନାଥ ମାଝୀ ,  ସୋମନାଥ ଗରଡ଼ା , ପୁରୁନ୍ଧର ନାୟକ, ଦୁଲଭ୍ ସାଉନ୍ତା , ମାନସ୍ତ ମାଝୀ , ତହସିଲ୍ ମାଝୀ ,  ମଳୟ ଟାକ୍ରି , ଓର୍ଗାନାଇସନ ଟିମ୍ ପଞ୍ଚାଳି  ଏବଂ ଏମ୍ପାର ଭାବେ ଗିରିଧାରୀ ଖରା , ରିଙ୍କୁ ଟାକ୍ରି ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉଚ୍ଚାହିତ କରିଥିଲେ

0
0
0
s2sdefault