ହେଡଲାଇନସ୍:

"ମୁଁ ମାଓବାଦୀ ନୁହଁ ,ପୁଲିସ କହୁଛି ମାଓବାଦୀ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଲ୍ୟାଣସିଂହପୁର:"ପୁଲିସ ମାଓବାଦୀ ଆଖ୍ୟା ଦେଇ ଆତ୍ମସମର୍ପଣ କରିବା ପାଇଁ ଦୁଇ ଲକ୍ଷ ଟଙ୍କା ଘୋଷଣା କରି ଧରିବା ପାଇଁ ଚେଷ୍ଟା କରୁ ଥିବାରୁ ମୁଁ ଲୁଚି ରହୁଛି । ମୁଁ ମାଓବାଦୀ ନୁହଁ ,ତାଙ୍କୁ ମୁଁ ଦେଖି ନାହିଁ ,ସେମାନେ କଣ ପିନ୍ଧୁଛନ୍ତି, କଣ କରୁଛନ୍ତି ,କେଉଁଠି ରହୁଛନ୍ତି ,ମୁଁ ଜାଣି ନାହିଁ ,ମୋତେ ମିଛରେ ପୁଲିସ ଫସାଇ ଦେଉଛି । ମୁଁ ବାପା ମାଆ ଭାଇ ଭଉଣୀ ସାଙ୍ଗରେ ରହି ଡଙ୍ଗର କାମ କରୁଛି,ମୁଁ କାହିଁକି ଆତ୍ମସମର୍ପଣ କରିବି ବୋଲି କହିଛନ୍ତି ନିୟମଗିରି ଅଞ୍ଚଳର ଯୁବତୀ ମିଞ୍ଜିଳା ଶିକକା ।
ମିଞ୍ଜିଳା କହିଛନ୍ତି " ମୁଁ ଆତ୍ମ ସମର୍ପଣ କଲେ ମୋତେ କଣ ଲାଭ ହେବ । ଘରେ ରହି ଚାଷ ବାସ କଲେ ଦୁଇପଇସା ମିଳିଲେ ଲୁଗାପଟା କିଣିବି ।ମତେ ପୁଲିସ ମିଛରେ ଫସାଇବାକୁ ଚେଷ୍ଟା କରୁଛି । ମୁଁ ମାଓ ବାଦୀ ସହିତ ମିଶି ନାହିଁ ,କି ଦେଖିନାହିଁ ,ବନ୍ଧୁକ ଧରି ନାହିଁ ,ଦଲାଲ ମାନେ ବନ୍ଧୁକ ପାଖରେ ମତେ ବସାଇ ଫୋଟ ବାହାର କରି ମାଓବାଦୀ କହୁଛନ୍ତି ।" ବୋଲି ମିଞ୍ଜାଲି କହିଛନ୍ତି | ଏହାକୁ ମଧ୍ୟ ନିୟମ ଗିରି ଆବାହକ ଲଦ ଶିକକା ମଧ୍ୟ ଘୋର ବିରୋଧ କରିଛନ୍ତି ।ମିଞ୍ଜାଲିଙ୍କ ବାପା ଶିକକା କାଣୁ ମଧ୍ୟ କହିଛନ୍ତି "ମୋ ଝିଅ କେଉଁଆଡ଼େ ଯାଉନାହିଁ । ତାକୁ ବେକାରରେ ମାଓବାଦୀ ବୋଲି କହୁଛନ୍ତି"

0
0
0
s2sdefault