ହେଡଲାଇନସ୍:

ବେଲଗୁଣ୍ଠା ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ପେଣ୍ଠସାହି ସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ବିଧି ବିଧାନ ଅନୁସାରେ ଅନୁଷ୍ଠିତ ହୋଇଯାଇଛି I ଶନିବାର ପ୍ରାତଃ 5 ଘଣ୍ଟା 15 ମିନଟ୍ ସମୟରେ ଠାକୁରଙ୍କର ମଙ୍ଗଳ ଆଳତି ଅନୁଷ୍ଠିତ ହୋଇଥିବା ବେଳେ ସକାଳ 6 ଘଣ୍ଟା 15 ମିନିଟ୍ ସମୟରେ ଚତୁର୍ଦ୍ଧା ମୂର୍ତ୍ତୀ ସ୍ନାନ ବେଦୀକୁ ପହଣ୍ଡି ବିଜେ କରିଥିଲେ I ଏହା ସହିତ ବିଧିମୁତାବକ ସୂର୍ଯ୍ୟପୂଜା, କଳସ ପୂଜା କରାଯାଇ ଠାକୁର ମାନଙ୍କୁ ହଳଦୀ, ଦହି, ମହୁ, ଘୃତ, କ୍ଷୀର ସ୍ନାନ ସହ 108 ଗରା ସୁବାସିନୀ ଜଳରେ ସ୍ନାନ କରାଯାଇଥିଲା I ଏହାପରେ ଦାରୁ ବ୍ରହ୍ମ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ I ଏହି କାର୍ଯ୍ୟକ୍ରମରେ ନିଖିଳ ଉତ୍କଳ ଖଡୁରା ସମାଜ କଲ୍ୟାଣ ପରିଷଦର ବେଲପୁଞ୍ଜି ଶାଖା ସଦସ୍ୟଙ୍କ ଦ୍ୱାରା ଘଣ୍ଟ ବାଦ୍ୟ ପରିବେଷଣ ହୋଇଥିଲା I ପଣ୍ଡିତ ଶ୍ୟାମସୁନ୍ଦର ପଣ୍ଡା,ପଣ୍ଡିତ ଦୂର୍ଗା ପ୍ରସାଦ ପତି ଏବଂ ମନ୍ଦିର ଟ୍ରଷ୍ଟ୍ ବୋର୍ଡ୍ ସଦସ୍ୟଙ୍କ ଦ୍ୱାରା ଦେବସ୍ନାନ ପୂର୍ଣ୍ଣିମା ନୀତି ସମ୍ପନ୍ନ ହୋଇଥିଲା I ମନ୍ଦିର ଟ୍ରଷ୍ଟ୍ ବୋର୍ଡ୍ ନ୍ଯାସୀ ଚିଦାନନ୍ଦ ପାତ୍ର, ସଭ୍ୟ ସୁରେଶ ସାହୁ, ଅଶୋକ ସୁବୁଦ୍ଧି ଏବଂ ଗୌରୀ ଶଙ୍କର ପତି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ଅପରାହ୍ଣରେ ଦାରୁ ବ୍ରହ୍ମ ଅଣସର ଗୃହକୁ ବିଜେ ହୋଇଥିଲେ ସେଇଭଳି ବାଲିଡି ସାହି ଠାରେ ମଧ୍ୟ ଯଥା ରୀତି ଅନୁଯାଇ ଦେବ ସ୍ନାନ ପୁର୍ଣମା ପାଳନ କରାଯାଇଛି, ପୂଜକ ବୁଢା ପଣ୍ଡା ଓ ଦଣ୍ଡପାଣି ସାମନ୍ତରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ

0
0
0
s2sdefault