ହେଡଲାଇନସ୍:

ମାସ ମାସ ଧରି ନଳକୂପ ଅଚଳ ମରାମତି ପାଇଁ କହିଲେ କୁମ୍ଭ କର୍ଣ୍ଣ ନିଦ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭବାନୀପାଟଣା(ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଗାଡେବନ୍ଦ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଫତକାବାହାଲି ଗ୍ରାମ ରେ ଦେଖିବାକୁ ମିଳିଛି ଏକ ବିକଳ ଚିତ୍ର l ଗ୍ରୀଷ୍ମ ଯାଇ ବର୍ଷା ଆରମ୍ବ ହେଲା ହେଲେ ଏବେବି ଦୂର ହେଇନି ପାନୀୟ ଜଳ ସମସ୍ୟା ଯେଉଁଥି ପାଇଁ ଏକ କିଲୋମିଟର ଯାଇ ପୋଖରୀ ର ପାଣି ଖାଉଛନ୍ତି ଗ୍ରାମ ବାସି l ସେଥି ମଧ୍ୟରୁ ୨ଟି ନଳକୂପ ଅଛି ଗୋଟିଏ ଅଚଳ ହୋଇଥିବେଳେ ନଳ ଖୋଲି ୬ମାସ ହେଇଗଲାଣି ତାହାର କିଛି କାର୍ଯ୍ୟ କରୁନାହାନ୍ତି ବସୁଧା ଯୋଜନା ଅଧିକାରୀ ମାନେ l ବସୁଧା ଯୋଜନା ଅଧିକାରି ଙ୍କୁ ଫୋନ ଯୁଗେ ସେଠି JE ଓ ପଞ୍ଚାୟତ କର୍ମଚାରି ସୁବାଷ ଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କର୍ଣ୍ଣ ପାତ କରୁନାହାନ୍ତି ବୋଲି ଗ୍ରାମ ବାସି କହିଛନ୍ତି l ପିଇବାର ଜଗ୍ୟପାଣି ବାହାରୁ ନି ଯାହାର ଶିକାର ହେଉଛନ୍ତି ଫତକାବାହାଲି ରଜାମୁଣ୍ଡା ପଡା ଲୋକେ ଗୋଟିଏ ପଡାରେ ୨୦ରୁ ଅଧିକ ପରିବାର ବସବାସ କରନ୍ତି l ଯାହା ଫଳରେ ଗୋଟିଏ ନଳକୂପ ଉପରେ ଭରସା କରି ରହି ଆସୁଥିଲେ ତାହା ମଧ୍ୟ ଏହି କିଛି ମାସ ହେଲା ପିଇବାର ଜଗ୍ୟ ପାଣି ବାହାରନି l ବସୁଧା ଯୋଜନା କହିଲେ ନ ସରେ ସରକାର ବସୁଧା କୁ ବାହା ବାହା ମାରିଥିବା ବେଳେ ସେଥି ମଧ୍ୟରୁ ମଇଳା ପାଣି ବାହୁରିଛି l ଯେଉଁଥି ପାଇଁ ପଡାବାସି ଅନେକ ଥର ବିଭାଗ୍ୟ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ ଏ ପର୍ଯ୍ୟନ୍ତ ମରା ମତି ହୋଇ ପାରୁନାହିଁ l ଯାହା ପିଲା ଛୁଆଁକୁ ଛାଡି ଅନେକ ଦୁରକୁ ଯାଇ ପାଣି ସଂଗ୍ରହ କରୁଛନ୍ତି l ତେଣୁ କରି ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ବିଭାଗ୍ୟ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହିତ ତୁରନ୍ତ ମରାମତି କରିବା ପାଇଁ ଗ୍ରାମ ବାସି ଙ୍କ ଦାବି

0
0
0
s2sdefault