ଗୁଣପୁର ରେ ଦେବସ୍ନାନ ନିତୀ ଅନୁଷ୍ଠିତ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଜଗନ୍ନାଥ ମନ୍ଦିର ରେ ଅନୁଷ୍ଠିତ ହୋଇଯାଇଛି ଦେବସ୍ନାନ ନିତି। ପ୍ରଥମେ ବଡ ଜଗନ୍ନାଥ ମନ୍ଦିର ପରେ ସାନ ଜଗନ୍ନାଥ ମନ୍ଦିର ରେ ସ୍ନାନ ନିତୀ କରାଯାଇଥିଲା। ବଡ ମନ୍ଦିର ରେ ବ୍ରାହ୍ମୁଣ ସାହି, ପୁରୁଣା ଗୁଣପୁର ଓ କଟିକା ସାହିର ସେବାୟତ ମାନଙ୍କ ଦ୍ବାରା ପହଣ୍ଡି କରାଯାଇ ଠାକୁରଙ୍କୁ ସ୍ନାନ ମଣ୍ଡପକୁ ଅଣାଯାଇ ଥିଲା। ଏହାପରେ ବ୍ରହ୍ମା ଗୁପ୍ତେଶ୍ୱର ରଥସର୍ମା ଓ ମୁଖ୍ଯ ପୂଜକ ମୋନଜ ପାଢିଙ୍କ ଦ୍ବାରା ପୂଜା ଓ ଆରତୀ ପରେ ଆରମ୍ଭ ହୋଇଥିଲା ସ୍ନାନ । ଏହାପରେ ସାନ ମନ୍ଦିର ରେ ସ୍ନାନ ନିତି ସମାପ ହୋଇଥିଲା। ଦୁଇଟି ମନ୍ଦିର ର ଠାକୁର ହାତୀବେଶ ରେ ଦର୍ଶନ ଦେଇଥିଲେ। ଏହା କାର୍ଯ୍ଯକ୍ରମରେ ତହସିଲଦାର ଲୀଳାବତୀ ଆଚାର୍ଜି ଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସଦଶ୍ଯ ମାନେ ଉପସ୍ଥିତ ଥିଲେ।

 

0
0
0
s2sdefault