କବି ସମ୍ରାଟ ମିଡ଼ିଆ କ୍ଲବ୍" ଆନୁକୂଲ୍ୟରେ ବିଶାଳ ରକ୍ତ ଦାନ ଶିବିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଜୀବନ ଅଛି ତ ମୃତ୍ୟୁ ଅଛି। ମୃତ୍ୟୁ କେତେବେଳେ ଯେ କାହାକୁ ଆସିବ ତାହାର କିଛି ଗ୍ୟାରେଣ୍ଟି ନାହିଁ। କିନ୍ତୁ ମରଣ ଯଦି ଅସ୍ବଭାବିକ ଭାବେ ଆସେ ତେବେ ମଣିଷ ଦୁଃଖରେ ଭାଙ୍ଗି ପଡେ। ଆଜିର ଦିନରେ ରକ୍ତ ହୀନତା ର ଶିକାର ଓ ଅପ୍ରତ୍ୟାଶିତ ଦୁର୍ଘଟଣା ଘଟଣାକ୍ରମରେ ରକ୍ତ ର ଅଭାବ ଯୋଗୁଁ ଅକାଳ ରେ ଶହ ଶହ ଲୋକେ ମରଣ ମୁହଁ ରେ ପଡୁଥିବା ଅଭିଯୋଗ ହେଉଛି। ରକ୍ତ ଦାନ କରି ଯଦି ଆମେ କାହାର ଜୀବନକୁ ବଞ୍ଚାଇ ପାରିଲେ ତେବେ ମଣିଷ ଜୀବନର ସାର୍ଥକତା ଅଛି। କୁହାଯାଏ ମାନବିକତା ବା ମଣିଷ ପଣିଆ ହିଁ ସର୍ବଶ୍ରେଷ୍ଠ ଧର୍ମ। ଶାସ୍ତ୍ରୀୟ ମତ ଅନୁଯାୟୀ ପରୋପକାରାୟଃ ସ୍ଵର୍ଗାୟ। ମାନବ ସେବା ହିଁ ମାଧବ ସେବା। ରକ୍ତ ଦାନ, ମହାପୁଣ୍ୟ, ରକ୍ତ ଦାନ, ଜୀବନ ଦାନ। ଜୀବନ ଧାରଣ ପାଇଁ ରକ୍ତ ର ଭୂମିକା ,ଗୁରୁତ୍ଵ , ଆବଶ୍ୟକତା ଏବଂ ଅଭାବ କୁ ନଜରରେ ରଖି ଜନହିତକର ପଦକ୍ଷେପ ନେଇ ବିଶାଳ ରକ୍ତ ଦାନ ଶିବିର ଆୟୋଜନ ର ଅତି ଆବଶ୍ୟକ ରହିଛି।
ଆଷାଢ଼ ମାସର ଶୁଭାରମ୍ଭ ତଥା ସଂଯୁକ୍ତ ରାଷ୍ଟ୍ର ଲୋକସେବା ଦିବସ ଓ ଡ଼ା ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପବିତ୍ର ଜନ୍ମତିଥିରେ ଭଂଜନଗର ଅଗ୍ରଣୀ ସାମ୍ବାଦିକ ସଂଘ "କବି ସମ୍ରାଟ ମିଡ଼ିଆ କ୍ଲବ୍" ଆନୁକୂଲ୍ୟରେ ଭଞ୍ଜନଗର ସ୍ଥିତ ଆର୍ ଏମ୍ ସି ଠାରେ ଏକ ବିଶାଳ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା। ସଂଘର ସଭାପତି ଶ୍ରୀ ପ୍ରଦୀପ କୁମାର ସ୍ଵାଇଁ ଙ୍କ ଉଦ୍ୟମ ତଥା ନେତୃତ୍ବରେ ଏବଂ ସଂଘର ଉପସଭାପତି ଶ୍ରୀ ପୁରୁଷୋତ୍ତମ ମହାପାତ୍ର, ସଂପାଦକ ଶ୍ରୀ ଚିନ୍ମୟ କୁମାର ବେବର୍ତ୍ତା, ସହ ସଂପାଦକ ଶ୍ରୀ ଉଦୟ ନାଥ ପଣ୍ଡା, ସଂଯୋଜକ ଶ୍ରୀ ରଂଜିତ କୁମାର ଜେନା ଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଂଘର ସମସ୍ତ ସଦସ୍ୟ ମାନଙ୍କ ପ୍ରତ୍ୟକ୍ଷ ସହଯୋଗ ଓ ଉତ୍ସର୍ଗୀକୃତ ସେବା ବଳରେ ଏହି କାର୍ଯ୍ୟକ୍ରମ ସଫଳତା ର ସହ ସଂପାଦନ ହୋଇଥିଲା।
ଭଂଜନଗରର  ବିଧାୟକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ ମୂଖ୍ୟ ଅତିଥି ରୂପେ ଯୋଗଦେଇ ଏହି କାର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ କରିଥିଲେ। ବିଶିଷ୍ଟ ଅତିଥି ରୂପେ ଯୋଗଦେଇଥିଲେ ଭଂଜନଗର ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ, ସହ ଉପଜିଲ୍ଲାପାଳ, ଭଞ୍ଜ ନଗର ଉପଖଣ୍ଡ ଚିକିତ୍ସାଳୟ ଡାକ୍ତର ଶ୍ରୀ ଗୋବିନ୍ଦ ଚନ୍ଦ୍ର ବିଶ୍ଵାସ, ମେନେଜର ଶ୍ରୀ ବିଚିତ୍ର ପାଣିଗ୍ରାହୀ । ସମସ୍ତ ମଞ୍ଚାସୀନ ଅତିଥି ଆଜିର ଏହି କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଦେଶ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ। ମାନବ ଶରୀରରେ ରକ୍ତ ର ଭୂମିକା ଓ ଆବଶ୍ୟକତା ଏବଂ ରକ୍ତର ଭରଣା ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସମସ୍ତ ଅତିଥି ରକ୍ତ ଦାନ ପ୍ରତି ସମସ୍ତଙ୍କୁ ଆଗ୍ରହ ପ୍ରକାଶ କରିବା ପାଇଁ ଆହ୍ୱାନ ଦେଇଥିଲେ ଓ ଏବଂ ଏଥିପାଇଁ ସମାଜସେବୀ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତପୋଷଣ କରିବା ସହିତ ସାମ୍ବାଦିକ ବନ୍ଧୁ ମାନଙ୍କୁ ଏଥି ପାଇଁ ସାରଥୀ ରୂପେ କାର୍ଯ୍ୟ କରିବା ପାଇଁ ଆହ୍ୱାନ ତଥା ଅନୁରୋଧ କରିଥିଲେ। ରକ୍ତ ଦାନ କରିଥିବା ସମସ୍ତ ରକ୍ତ ବୀର ମାନଙ୍କୁ ଅତିଥି ଗଣ ଟ୍ରଫି, ରକ୍ତ ଦାନ ସାର୍ଟିଫିକେଟ, ମିଡ଼ିଆ କ୍ଲବ୍ ସାର୍ଟିଫିକେଟ ଓ ଗୋଲାପ ଫୁଲ ଦେଇ ସମ୍ମାନୀତ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ପ୍ରକୃତି ବନ୍ଧୁ ଶିକ୍ଷକ ତଥା ସିଆରସିସି ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କା ରକ୍ତ ଦାନ ସହ ଅଙ୍ଗଦାନ କରି ନିଜର ଜନ୍ମ ଦିନ ପାଳନ କରିଥିଲେ। ବିଧାୟକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ ଗୋଲାପ ଫୁଲ ଓ ମିଠା ଖୁଆଇ ଶିକ୍ଷକ ମହୋଦୟ ଙ୍କୁ ଜନ୍ମଦିନ ର ଶୁଭେଚ୍ଛା ଜଣାଇଥିଲେ ଏବଂ ଭଂଜନଗର ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ ଟ୍ରଫି, ସାର୍ଟିଫିକେଟ ଓ ଫୁଲ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଆଜିର ଏହି ମହାନ୍ କାର୍ଯ୍ୟକ୍ରମ ରେ ଭଂଜନଗର ରକ୍ତ ଭଣ୍ଡାର ର କାର୍ଯ୍ୟକର୍ତ୍ତା, ଭଂଜନଗର ବିପଦ ର ବନ୍ଧୁ ଅନୁଷ୍ଠାନର କର୍ମକର୍ତ୍ତା, ଜଗନ୍ନାଥ ପ୍ରସାଦ ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟ, ସୋରଡ଼ା ବରୋଦା ଯୁବକ ସଂଘ ର ସଭ୍ୟ, ଭଂଜନଗର ଶୁଭାଶିଷ ଫ୍ୟାନ କ୍ଲବ୍ ର ସଦସ୍ୟ ମାନେ ଉପସ୍ଥିତ ରହି ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦୦ ରୁ ଅଧିକ ଜନସାଧାରଣ ଉପସ୍ଥିତ ରହି ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ । ପ୍ରକାଶ ଥାଉକି ଆଜିର ଏହି ମହାନ୍ ଓ ପବିତ୍ର କାର୍ଯ୍ୟ ରେ ପ୍ରାୟ ୧୨୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ସମସ୍ତ ଙ୍କ ପାଇଁ ଜଳଖିଆ ଓ ମଧ୍ୟାହ୍ନ ଭୋଜନ ରେ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା। ଆଜିର ଏହି ନିଆରା କାର୍ଯ୍ୟକ୍ରମ ପାଇଁ ସମସ୍ତ ଅତିଥି ଓ ସମାଜସେବୀ ତଥା ଜନସାଧାରଣ ଆନନ୍ଦ ପ୍ରକାଶ କରିଥିଲେ।

0
0
0
s2sdefault