ହେଡଲାଇନସ୍:

ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ୮୦ ବର୍ଷିୟ ବୃଦ୍ଧ ବ୍ୟକ୍ତିଙ୍କୁ ରକ୍ତଦାନ କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୁର୍ଲା: ଭିମସାର ବୁର୍ଲାଠାରେ ଜମନକିରା ଥାନା ଅଂଚଳର ଜଣେ ବ୍ୟକ୍ତି ଗଜାଧର ସାହୁ (୮୦ ବର୍ଷ) ଦୁର୍ଘଟଣାରେ ଆହତହୋଇ ଗତ କାଲିଠାରୁ ଚିକିତ୍ସା ପାଇଁ ଭିମସାର ବୁର୍ଲ।।ରେ ଭର୍ତି ହୋଇଥିଲେ । ତାଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତର, ପବିତ୍ର ହେମ୍ରମ ରୋଗୀଙ୍କୁ ରକ୍ତ ଦେବା ପାଇଁ ତାଙ୍କ ସହାୟକଙ୍କୁ କହିଥିଲେ । ଗତକାଲି ଠାରୁ ଭିମସାର ବୁର୍ଲା ରକ୍ତଭଣ୍ଡାରରେ ଓ+ ରକ୍ତ ନଥିଲା । ସେଥିପାଇଁ ତାଙ୍କ ସହାୟକ ଆବଶ୍ୟକ ରକ୍ତ ଯୋଗାଡ଼ ହୋଇପାରୁନଥିବାରୁ ନିରାଶ ହୋଇପଡ଼ିଥିଲେ । ଜଣେ ରକ୍ତଭଣ୍ଡାର କର୍ମଚାରୀଙ୍କ ଠାରୁ ଆବଶ୍ୟକ ପଡ଼ିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ରକ୍ତଦାନ କରୁଥିବା ଖବର ପାଇ ସେଠାରେଥିବା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କୁ ତାଙ୍କର ରକ୍ତର ଆବଶ୍ୟକତା ବିଷୟରେ କହିଥିଲେ । ଜଣେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଠାରୁ ଖବର ପାଇ ଫାସିମାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତଥିବା ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ, ସମୀର ବେହେରା ରକ୍ତଦାନ କରିବାକୁ ଆଗେଇ ଆସିଥିଲେ । ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ମହତ୍ୱ କାର୍ଯ୍ୟକୁ ଡ଼ାକ୍ତରଖାନା କର୍ତୁପକ୍ଷ ଭୁୟସୀ ପ୍ରଂଶସା କରିଛନ୍ତି ।

0
0
0
s2sdefault