ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ଏକ ସ୍ବେଚ୍ଛାକୃତ ଆନ୍ତ ରାଜ୍ୟ ମେଗା ରକ୍ତଦାନ ଶିବିର ଵିଶ୍ଵବିଦ୍ୟାଳୟ ପରିସର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ମୋଟ ୨୨୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।ଏହି ଶିବିରକୁ ବିଶ୍ଵବିଦ୍ୟାଳୟର କୁଳପତି ଡ ଏ ଭି ଏନ ଏଲ ଶର୍ମା ଯୋଗ ଦେଇ ଶିବିରର ଶୁଭ ଉଦଘାଟନ କରି ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରି ରାୟଗଡା ଜିଲ୍ଲା ଗୁଣୁପୁର ରକ୍ତ ଭଣ୍ଡାର ସହ ଗଜପତି, ଗଞ୍ଜାମ ଓ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ରେଡକ୍ରସ ରକ୍ତ ଭଣ୍ଡାରକୁ ରକ୍ତ ପ୍ରେରିତ କରି ରକ୍ତ ହୀନତା ରୋଗୀ ମାନଙ୍କୁ ଜୀବନ ଦାନ କରୁଥିବାରୁ ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରକୁ ଜାତୀୟ ସେବା ଯୋଜନାର ଆବାହକ ତଥା କାର୍ଯ୍ୟକ୍ରମ ଅଧିକାରୀ ୟୁନିଟ- ୧ ଡ଼ଃ ପ୍ରେମାନଶୁ ଶେଖର ରଥ , ୟୁନିଟ -୨ ଘନିଷ୍ଟା ପୃଷ୍ଟି, ବର୍ଷା ଦାସ,ପ୍ରମୋଦ ରଞ୍ଜନ ପଣ୍ଡା ,ବାଣୀ ପ୍ରସାଦ ନାୟକ,ଗୋପାଳ କୃଷ୍ଣ ମହନ୍ତ, ଡ ନିର୍ମଳା ପଟେଲ, ନିହରିକା ପଟେଲ, ଜୟନ୍ତୀ ଡ଼ାଙ୍ଗ, ଡ ନିଶିତ୍ ଦାସ ,କୃଷ୍ଣ ପ୍ରସାଦ ଦାସ,ଜସିଲ ପଟ୍ଟନାୟକ ପ୍ରମୁଖ ଶିବରକୁ ପରିଚାଳନା କରିଥିଲେ ।ଗୁଣୁପୁର ରକ୍ତ ଭଣ୍ଡାରରର ଡାକ୍ତର ସୁଜାତା ଦେବୀ ଟେକ୍ନିସୀୟାନ ସୁରୁଚି ରାଣୀ ପାତ୍ର, ରାକେଶ କୁମାର ପଣ୍ଡା, ଲୋପିତା ଗମାଙ୍ଗ, ରୋଜୀ ନାୟକ, ପ୍ରଶାନ୍ତ କୁମାର ଲିମା ପ୍ରମୁଖ ଯୋଗ ଦେଇ ୭୯ୟୁନିଟ ଏବଂ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ରେଡକ୍ରସ ରକ୍ତ ଭଣ୍ଡାରର ଡାକ୍ତର ଏମ ଶ୍ରୀକାନ୍ତ ଏବଂ ଶ୍ରୀକାକୁଲମ ରେଡକ୍ରସ ଜିଲ୍ଲା ସଂଯୋଜକ ପି . ଚୈତନ୍ୟ କୁମାର ପ୍ରମୁଖ ଯୋଗଦେଇ ୧୫୦ ୟୁନିଟ ରକ୍ତ ସଂଗ୍ରହ କରିଥିଲେ।ଏହି ଶିବିରରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଯୋଗ ଦେଇ ଉତ୍ସାହର ସହ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।ଏହି ଅବସରରେ ରକ୍ତଦାତାଙ୍କୁ ମାନପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା। ଏହି ଅବସରରେ ବିଶ୍ଵବିଦ୍ୟାଳୟର ସଭାପତି ଡ ସତ୍ୟ ପ୍ରକାଶ ପଣ୍ଡା,ଉପ-ସଭାପତି ଡ ଚନ୍ଦ୍ରଧ୍ଵଜ ପଣ୍ଡା, ମହା ନିର୍ଦ୍ଦେଶକ ଡ ଜଗଦୀଶ ପଣ୍ଡା, ରେଜିଷ୍ଟ୍ରାର ଡ ଏନ ଭି ଜଗନାଧା ରାଓ ସମସ୍ତ ରକ୍ତଦାତା ଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ଭଳି ମହତ ସେବା କାର୍ଯ୍ୟକୁ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ।