ହେଡଲାଇନସ୍:

ବିଦ୍ୟା ସଂସ୍କାର ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ନୂତନ ଶିକ୍ଷା ବର୍ଷ ୨୦୨୪-୨୫ ଶୁଭାରମ୍ଭ ଅବସରରେ ପ୍ରଥମ ଦିନ ଉତ୍ସବ ପାଳିତ ହୋଇଯାଇଛି।
ଏହି ଅବସରରେ ବିଦ୍ୟାଳୟରେ ଗାୟତ୍ରୀ ଯଜ୍ଞ ଆୟୋଜନ କରାଯାଇଥିଲା। ପିଲାମାନେ ଶୁଦ୍ଧବସ୍ତ୍ର ପରିଧାନ କରି ଫୁଲ , ଧୂପ , ଦୀପ ଧରି ବିଦ୍ୟାଳୟକୁ ଆସିଥିଲେ। ଗାୟତ୍ରୀ ପରିବାରର ଶ୍ରୀଯୁକ୍ତ ଉମାଚରଣ ପଟ୍ଟନାୟକ ତଥା କର୍ମକର୍ତ୍ତା ଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକ ସହଯୋଗରେ ବିଦ୍ୟାଳୟରେ ଗାୟତ୍ରୀ ହୋମ ଓ ଯଜ୍ଞ ଅନୁଷ୍ଠିତ ହୋଇଥିଲା।
ଏଥିରେ ବିଦ୍ୟାଳୟର ଗୁରୁମା ଶ୍ରୀମତୀ ପୁଷ୍ପାଞ୍ଜଳି ପଲେଇ ଓ ଶ୍ରୀଯୁକ୍ତ ସରୋଜ ବରାଡ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମଟି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡାଙ୍କ ନେତୃତ୍ୱରେ ତଥା ଅନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ ସଫଳ ହୋଇଥିଲା।

0
0
0
s2sdefault