ହେଡଲାଇନସ୍:

ନବୀନ ଓଡ଼ିଶା ମ୍ୟାଜିକ କାର୍ଡକୁ ଅଧିକ ଉପାଦେୟ କରିବା ପାଣ୍ଡିଆନ ଲୋଡିଲେ ଲୋକଙ୍କ ମତାମତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର:୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଓଡ଼ିଶାର ଜନସାଧାରଣଙ୍କୁଏହି କାର୍ଡକୁ ଅଧିକ ଉପାଦେୟ କରିବା ନିମନ୍ତେ ସେମାନଙ୍କ ସୁଚିନ୍ତିତ ମତାମତ ଦେବାକୁ ଅନୁରୋଧ କରିଛନ୍ତି । ଉଲ୍ଲେଖଯୋଗ୍ୟ, ନିକଟରେ ପ୍ରଦାନ କରାଯାଇଥିବା ନୂଆ-ଓ ବୃତ୍ତି ଓଡ଼ିଶା ସରକାରଙ୍କ ଏକ ଐତିହାସିକ ପଦକ୍ଷେପ । ଏହିବୃତ୍ତି ପ୍ରଦାନ ପରେ ଓଡ଼ିଶାର ଯୁବକ ଯୁବତୀ ମାନଙ୍କମଧ୍ୟରେ ଏକ ବିଶେଷ ଉତ୍ସାହ ପରିଲକ୍ଷିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ପ୍ରଣୟନ କରିବାକୁ ଯାଉଛନ୍ତି ।
ଏହି କାର୍ଡ ମାଧ୍ୟମରେ ଓଡ଼ିଶାର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ସୁବିଧା ପାଇପାରିବେ । ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ କ୍ୟାରିୟର ଗଢ଼ିବା ପାଇଁ ସହାୟକ ହେବା ସଙ୍ଗେସଙ୍ଗେଏହି କାର୍ଡ ସେମାନଙ୍କୁ ସ୍ୱାବଲମ୍ବୀ କରିବାରେ ସହାୟକ ହେବ ଓ ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ମଧ୍ୟ ସହାୟକହେବ । ଏହି କାର୍ଡର ଉପାଦେୟତାକୁ ବୃଦ୍ଧି କରିବା ଲକ୍ଷ୍ୟରେ ଓଡ଼ିଶାର ଜନସାଧାରଣଙ୍କୁ ମଧ୍ୟ ସେମାନଙ୍କ ମତାମତ ଦେବା ପାଇଁ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସୋସିଆଲ ମିଡ଼ିଆ ମାଧ୍ୟମରେ ଅନୁରୋଧ କରିଛନ୍ତି ।ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ପ୍ରସାରିତ ହେବା ପରେ ନବୀନ ଓଡ଼ିଶା ମ୍ୟାଜିକ କାର୍ଡକୁ ନେଇ ଯୁବବର୍ଗଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଅନେକ ଯୁବବର୍ଗ ଏହିକାଡର଼୍ବ୍ୟବସ୍ଥାକୁ ସ୍ୱାଗତ କରିବା ସଙ୍ଗେସଙ୍ଗେ ନିଜର ମତାମତ ପ୍ରଦାନ କରିଛନ୍ତି । ଏଥିପାଇଁ ମତାମତ ଦେବାକୁ ଇଚ୍ଛା କରୁଥିବା ବ୍ୟକ୍ତିମାନେ This email address is being protected from spambots. You need JavaScript enabled to view it.ରେ ନିଜର ମତାମତ ପ୍ରଦାନ କରିପାରିବେ ବୋଲି ସୋସିଆଲ ମିଡ଼ିଆ ପୋଷ୍ଟରେ କୁହାଯାଇଛି ।

0
0
0
s2sdefault