ହେଡଲାଇନସ୍:

ଜଳ ବିହୁନେ ଫସଲ ନାଶ : ଜମି ମାଟି ଫାଟି ଆଁ କଲାଣି, ଧାନ ଜମିରେ ଗାଈ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Paikamal-Padmapur/ Gouranga Dash-Nila Deep : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମରେ ପାଣି ଅଭାବରୁ ଚାଷ ଜମି ମାଟି ସବୁ ଫାଟି ଯାଇ ଧାନ ଗଛ ସବୁ ମରି ଯାଇଛୀ । ପାଣି ଅଭାବରୁ ଛାଷୀ ମାନେ ହତାସ ହୋଇ ଶେଷରେ ଚାଷ ଜମି ଉପରେ ଗାଇ ଚରାଇବା ଆରମ୍ଭ କଲେଣି । ସାରା ବର୍ଷ ଖରା ଶିତ ବର୍ଷା କୁ ଖାତିର ନ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ ଜମିରେ ମାଟୀ ସହ ମାଟୀ ହୋଇ ଫସଲ ଜଗାଇ ଥାଏ ଚାଷୀ । ହେଲେ ଫସଲ ଅମଳ ହେବା ସମୟ କିଛି ଆଗରୁ ଜଳ ଅଭାବରୁ ଫସଲ ମରିବାକୁ ବସିଲାଣି । ଚିନ୍ତାରେ ଚାଷୀ । ଜଳ ଅଭାବରୁ ଚାଷ ଜମିର ମାଟି ଫାଟି ଆଁ କଲାଣି, ହତାସ ହୋଇ ଧାନ ଜମିରେ ଗାଈ ଚରାଉଛନ୍ତି । ପଦ୍ମପୁର ଉପଖନ୍ଡ ିର ମରୁଡି ପ୍ରପିଡିତ ଅଂଚଳ ହୋଇ ଥିଲେ ସୁଦ୍ଧା ସରକାରଙ୍କ କୌଣସି ନଜର ନାହିଁ । ଆବସ୍ୟକିୟ ଜଳ ସେଚନର ବ୍ୟବସ୍ଥା ନାହିଁ । ସରକାର ଙ୍କ ଉଦାସିନ ମନୋଭାବ ଅଂଚଳର ଚାଷୀ ମାନଙ୍କୁ ହତାସ କରୁଛୀ । ଆର୍ଥିକ ଅନାଟନର ସହ ମାନସିକ ଚିନ୍ତାରେ ଦିନ କାଟୁଛନ୍ତି ଚାଷୀ । ଆଖ ପାଖ ପୋଖରୀ ମାନଙ୍କରେ ମଧ୍ୟ ପାଣି ଅଭାବ ଥିବା ଯୋଗୁଁ ଚାଲି ପାରୁ ନି ପମ୍ପ ସେଟ । ଅନ୍ୟ ପଟେ ଚାଷୀ ମାନଙ୍କ ପଷଲ ରକ୍ଷା କରିବା ପାଇଁ ଅଧିକାରୀ ମାନେ କାର୍ଯ୍ୟରତ ଅଛନ୍ତି ଏବଂ ଚାଷୀ ଙ୍କୁ ନ ଡରିବା ପାଇଁ କହିଛନ୍ତି ପଦ୍ମପୁର ଛାଷୀ ଜିଲ୍ଲା ଅଧିକାରୀ । ଶିଘ୍ର ଏହା ପ୍ରତି ଧ୍ୟାନ ନଦିଅଅ ଗଲେ ଚାଷ ଜମି ସବୁ ନଷ୍ଟ ହୋଯିବ ସହ ଚାଷୀର ପରିଶ୍ରମ ମାଟିରେ ମିଶି ଯିବ । ଏଣୁ ସରକାର ଏହି ସମସ୍ୟାର ସମାଧାନ ପ୍ରତି ଧ୍ୟାନ ନଦେଲେ ଚାଷୀ ରାଜ ରାସ୍ତା କୁ ଓହ୍ଲେଇବେ ବୋଲି ଚର୍ଚ୍ଚା ହେଉଛି ।

0
0
0
s2sdefault