ରେଢ଼ାଖୋଲରୁ ଯଶୋବନ୍ତ ସାହୁ: ରେଢ଼ାଖୋଲର ବିଭିନ୍ନ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି l ବର୍ଷା ଅଭାବରୁ ଧାନଗଛଗୁଡ଼ିକ ଶୁଖି ମରିଗଲାଣି l ଏହାକୁ ନେଇ ଚାଷୀ ମାନେ ହତାଶ ହୋଇପଡ଼ିଛନ୍ତି l ଉକ୍ତ ସମସ୍ୟା ସମ୍ପର୍କରେ ଆଜି ଚାଷୀ ମାନଙ୍କ ପକ୍ଷରୁ ଯୋଗେଶ ହୋତା,ପ୍ରଫୁଲ୍ଲ ବିଶ୍ୱାଳ ପ୍ରମୁଖ ଉପଜିଲ୍ଲାପାଳ ବିଶିକେସନ ଦେହୁରୀ ଙ୍କ ନିକଟରେ ଅଭିଯୋଗ କରିଛନ୍ତି l ସେମାନେ ଅଭିଯୋଗ କରିଛନ୍ତି,ବଡ଼ମାଲ,ରେଙ୍ଗାଲି ଓ ଭାଲିଆକଟା ଅଞ୍ଚଳରେ ମାଳ କିସମ ଜମିରେ ଧାନ ଫସଲ ଶୁଖି ସଳିତା ହୋଇଗଲାଣି l ତିତଲି ପ୍ରଭାବ ରେ ବର୍ଷା ହେବ ବୋଲି ଚାଷୀ ସାମାନ୍ୟ ଆଶ୍ୱସ୍ତ ହୋଇଥିବାବେଳେ ତିତଲି ଧୋକା ଦେବା ପରେ ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି lଧାର କରଜ କରି ଧାନ ଚାଷ କରିଥିବାବେଳେ ଏହା ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି l ଚାଷୀ ଙ୍କ ସ୍ୱାର୍ଥ ଦୃଷ୍ଟିରୁ ସରକାର ଙ୍କ ପକ୍ଷରୁ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀ ମାନେ ଦାବି କରୁଛନ୍ତି l
ରାଜ୍ୟ
ରେଢ଼ାଖୋଲରେ ମରୁଡ଼ି ପରିସ୍ଥିତି, ଚାଷୀ ଚିନ୍ତାରେ
- Hits: 559