ହେଡଲାଇନସ୍:

ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗରେ ବନ୍ଦ ଶାନ୍ତିପୂର୍ଣ୍ଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ ) : ଭଦ୍ରକରେ ସରକାରୀ ମେଡ଼ିକାଲ କଲେଜ ଦାବିରେ ଦିଆଯାଇଥିବା ଭଦ୍ରକ ବନ୍ଦ ଆଜି ଶାନ୍ତିପୂର୍ଣ୍ଣ ରହିଛି । ଏହି ୧୨ଘଣ୍ଟିଆ ବନ୍ଦକୁ ଜିଲ୍ଲାରେ ସ୍ୱତଃସ୍ପୂର୍ତ୍ତ ସମର୍ଥନ ମିଳିଛି । ଭଦ୍ରକ ସଂଗ୍ରାମୀ ସେନା, ଭାରତୀୟ ଚିକିସôକ ସଂଘ, ଜିଲ୍ଲା ଉନ୍ନୟନ ସଂଘର୍ଷ ସମିତି, ଭଗତ ସେନା, ଜିଲ୍ଲା କ୍ରିୟାନୁଷ୍ଠାନ କମିଟି, ଉସôର୍ଗ, ୟୁଡ଼ି ଗ୍ରୁପ ପରି ବିଭିନ୍ନ ସଂଗଠନ ପକ୍ଷରୁ ଏହି ବନ୍ଦ ଡ଼ାକରା ଦିଆଯାଇଥିଲା । ଉକ୍ତ ବନ୍ଦ କାର୍ଯ୍ୟକ୍ରମକୁ କଂଗ୍ରେସ, ବିଜେପି, ସିପିଆଇ ଏମ, ସିପିଆଇ ଏମଏଲ, ବହୁଜନ ସମାଜ ପାର୍ଟି, ଆମ ଆମୀ ପାର୍ଟି, ଭଦ୍ରକ ଓକିଲ ସଂଘ, ବାର ଆସୋସିଏସନ, ଫଟୋଗ୍ରାଫର ଆସୋସିଏସନ, ପୁରୁଣାବଜାର ଯୁବକ ସଂଘ, ସ୍ମାଇଲ ଗ୍ରୁପ, ବସ ସିଣ୍ଡିକେଟ, ଟ୍ରେକର ଓ ଅଟୋ ଆସୋସିଏସନ, ଚରମ୍ପା ସୋସିଆଲ ସର୍ଭିସ, କିନ୍ନର ସଂଘ, ଏବିଭିପି ସମେତ ବିଭିନ୍ନ ଅନୁଷ୍ଠାନ ବନ୍ଦ ଡ଼ାକରାକୁ ସମର୍ଥନ ଦେଇ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ତେବେ ଶାସକ ବିଜେଡ଼ି ଦଳ ପକ୍ଷରୁ ମଧ୍ୟ ଶେଷ ମୁହୂର୍ତ୍ତରେ ଏହି ବନ୍ଦ ଡ଼ାକରାକୁ ସମର୍ଥନ ଦିଆଯାଇଥିଲା । ବନ୍ଦର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ଭଦ୍ରକ ପୌରାଞ୍ଚଳରେ ଦେଖିବାକୁ ମିଳିଥିଲା । ସମସ୍ତ ଦୋକାନ ବଜାର, ବ୍ୟାଙ୍କ, ସ୍କୁଲ, ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା । ରାସ୍ତାରେ କୌଣସି ଯାନବାହାନ ଚଳପ୍ରଚଳ କରିନଥିବାବେଳେ, ଜାତୀୟ ରାଜପଥ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା । ତେବେ ଭଦ୍ରକରୁ ବ୍ରହ୍ମପୁର ଯାଉଥିବା ଡ଼ିଏମୟୁକୁ ରେଳ କର୍ତ୍ତୃପକ୍ଷ ବାତିଲ କରିଥିବାବେଳେ, ବାରିପଦା-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର, କରମଣ୍ଡଲ ଏକ୍ସପ୍ରେସ, ଭଦ୍ରୟକ-ହାଓଡ଼ା ପାସେଞ୍ଜର ଦେଢ଼ ଘଣ୍ଟା ବିଳମ୍ବରେ ଯାତ୍ରା କରିଥିଲା । ତେବେ ଅପରାହ୍ନ ୩ଟା ବେଳକୁ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ସ୍ୱାଭାବିକ୍ ହୋଇଥିଲା ।

ସଂଗ୍ରାମୀ ସେନା, ଜିଲ୍ଲା ଉନ୍ନୟନ ସଂଘର୍ଷ ସମିତି, କଂଗ୍ରେସ, ବିଜେପି, ବିଜେଡ଼ି ଓ ବିଭିନ୍ନ ସାମାଜିକ ସଂଗଠନର ଶତାଧିକ ସଦସ୍ୟ ଭଦ୍ରକ ଷ୍ଟେସନନରେ ପହଞ୍ଚି ଡ଼ିଏମୟୁ ଟ୍ରେନ ସମ୍ମୁଖରେ ପିକେଟିଂ କରିଥିଲେ । ପରେ ବିଭିନ୍ନ ରୁଟରେ ଆସୁଥିବା ଟ୍ରେନକୁ ମଧ୍ୟ ପ୍ରତିକାତ୍ମକ ଭାବେ ଅଟକ ରଖିଥିଲେ । କିନ୍ତୁ ଉପରୋକ୍ତ ସଂଗଠନର ସଦସ୍ୟମାନେ ଜାତୀୟ ରାଜପଥକୁ ସକାଳ ୬ଟାରୁ ଅବରୋଧ କରି ସମ୍ପୂର୍ଣ୍ଣ ଅଚଳ କରିଦେଇଥିଲେ । ଏପରିକି ଛୋଟଛୋଟ ଗାଡ଼ିକୁ ମଧ୍ୟ ଛାଡ଼ିନଥିଲେ । ଆନେ୍ଦାଳନକାରୀମାନେ ଏକ ବିଶାଳ ବାଇକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜାତୀୟ ରାଜପଥ ଅବରୋଧ ହଟାଇବାକୁ ଉଦ୍ୟମ କରି ମଧ୍ୟ ଏଥିରେ ସଫଳ ହୋଇନଥିଲେ । ଜିଲ୍ଲାର ପ୍ରଶାସିନ ଅଧିକାରୀଙ୍କ ଉପସ୍ଥିତି ଦାବି କରି ଆନେ୍ଦାଳନକାରୀ ନାରାବାଜି କରିଥିଲେ ମଧ୍ୟ ବହୁ ବିଳମ୍ବରେ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଆଶ୍ୱସନା ଦେଇଥିଲେ । ତେବେ ଅପରାହ୍ନ ୩ଟା ବେଳକୁ ଆନେ୍ଦାଳନକାରୀମାନେ ରାସ୍ତା ଅବରୋଧର ପ୍ରତ୍ୟାହୃତ କରିଥିଲେ । ବନ୍ଦ ଯୋଗୁଁ ପୌରାଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନ, କକଲେକ୍ଟରିଏଟ, ବ୍ୟାଙ୍କ, ପେଟ୍ରୋଲପମ୍ପ, କୋର୍ଟ, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା । ତେବେ ବନ୍ଦର ଶତପ୍ରତିଶତ ସଫଳତା ମେଡ଼ିକାଲ କଲେଜ ପ୍ରତିଷ୍ଠା ଆନ୍ଦୋଳନକାରୀଙ୍କୁ ଉତ୍ସାହିତ କରିଥିବାବେଳେ, ଆଗାମୀ ଦିନରେ ଏହା ଆହୁରି ତୀବ୍ର ହେବ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି

0
0
0
s2sdefault