ଅଭିଜ୍ଞ ବିଧବାଙ୍କୁ ପାଚିକା ନିଯୁକ୍ତିରୁ ବାଦ ଦେଇ ନୂତନ ନିଯୁକ୍ତି :ପ୍ରଶାସନର ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ (ଶ୍ରୀକାନ୍ତ କୁମାର ମିଶ୍ର ) ନୂତନ ପାଚିକା ନିଯୁକ୍ତି ପ୍ରକ୍ରିୟାରେ  ଜଣେ ଅଭିଜ୍ଞ ବିଧବାଙ୍କୁ ବାଦ ଦେଇ ସମସ୍ତ ପ୍ରକାର ନିତୀ ନିୟମକୁ ଏଡାଇ ଅନ୍ୟଜଣକୁ ନିଯୁକ୍ତି ଦେବା ଘଟଣାକୁ ନେଇ ନୂଆଗାଁ ବ୍ଲକ ବାହାଡାଝୋଲା ଅଂଚଳରେ ପ୍ରଶାସନର କାର୍ଯ୍ୟକାରୀତା ଉପରେ ସନେ୍ଧହ ପ୍ରକାଶ ପାଇଛି । ଘଟଣାରୁ ଜଣାଯାଏ ଓଡଗାଁ ଥାନା ନୂଆଗାଁ ବ୍ଲକ ବାହାଡ଼ାଝୋଲା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ପାଇଁ ଆବଶ୍ୟକ ହେଉଥିବା ୨ୟ ରୋଷେୟା ନିମନ୍ତେ ଅଗଷ୍ଟ ମାସ ୪ ତାରିଖରେ ବିଦ୍ୟାଳୟ ତରଫରୁ ବିଦ୍ଧିବଧ ଭାବରେ ବିଜ୍ଞାପନ ପ୍ରକାଶ ପାଇଥିଲା ।  ବାହାଡ଼ାଝୋଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୮ମ ଶ୍ରେଣୀ ଅନ୍ୟ ସ୍କୁଲରେ ମିଶ୍ରଣ ହେବାରୁ ୭ ଅଗଷ୍ଟ ୨୦୦୮ ଠାରୁ ୩୧ ମାର୍ଚ୍ଚ ୨୦୧୭ ପର୍ଯ୍ୟନ୍ତ ୯ବର୍ଷ ଧରି ସଫଳଳତାର ସହିତ ରୋଷେଇ ଦାୟିତ୍ୱ ତୁଲାଇ ଥିବା ପାଚିକା ପାର୍ବତୀ ସାହୁ(୪୯)ଙ୍କୁ ଛଟେଇ କରାଗଲା । ସେ ବାହାଡାଝୋଲା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ପାଚିକା ପଦବି ପାଇଁ ପ୍ରକାଶିତ ବିଜ୍ଞାପନ ଅନୁସାରେ ଅଭିଜ୍ଞତାର ସମସ୍ତ ପ୍ରମାଣପତ୍ର ସହ ଆବେଦନ କରିଥିଲେ । ଏଠାରେ ସୂଚନା ଯୋଗ୍ୟ, ବିଦ୍ୟାଳୟ ଗୁଡିକର ମିଶ୍ରଣ ଯୋଗୁଁ ମଧ୍ୟାନ୍ନ ଭୋଜନ କାର୍ଯ୍ୟକ୍ରମରୁ ବାଦ ପଡୁଥିବା ପାଚିକା ଏବଂ ସହାୟିକାଙ୍କୁ ସମ୍ପୃକ୍ତ ବ୍ଲକରେ ଆବଶ୍ୟକ ସ୍ଥଳେ ନିଯୁକ୍ତ ଦେବା ପାଇଁ ପ୍ରାଥମିକତା ଦେବାକୁ ନୟାଗଡର ତକ୍ରାଳୀନ ଜିଲାପାଳ ଓ ଡିଇଓ ୨୪ ଏପ୍ରିଲ ୨୦୧୭ ତାରିଖରେ ନେଇଥିବା ନିଷ୍ପତି ଏବଂ ରାଜ୍ୟ ଅତିରିକ୍ତ ଶାସନ ସଚିବ ତଥା ନୋଡାଲ ଅଫିସର (ମଧ୍ୟାହ୍ନ ଭୋଜନ)ଙ୍କଦ୍ୱାରା ୮୦୪ ନମ୍ବର ବିଜ୍ଞପ୍ତି ୨୫ ଜୁଲାଇରେ ପ୍ରକାଶ ପାଇଥିଲା । କିନ୍ତୁ ଉକ୍ତ ନିସ୍ପତିକୁ ଅଣଦେଖା କରି ଏକମାତ୍ର ଅଭିଜ୍ଞ ଏବଂ ଯୋଗ୍ୟତା ସମ୍ପର୍ଣ୍ଣ  ଆବେଦନକାରୀ ପାର୍ବତୀ ସାହୁଙ୍କୁ ଏଡାଇ ଦିଆଯାଇ ଅନ୍ୟଜଣେ ଅନଭିଜ୍ଞ ଆବେଦନକାରୀଙ୍କୁ ଉକ୍ତ ସ୍ଥାନରେ ନିଯୁକ୍ତ ଦେବା ପାଇଁ ମସୁଧା ଚାଲିଥିବା କଥା ଜାଣିପାରି ଗତ ୧ତାରିଖରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି   ପ୍ରକୋଷ୍ଠ ରେ ପାର୍ବତୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହା ସହିତ ଜିଲ୍ଲା ଶିକ୍ଷାଅଧିକାରୀ, ବ୍ଲକ ଶିକ୍ଷାଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ବାହାଡାଝୋଲା ସରପଂଚ ପୃଥକ ପୃଥକ ଭାବେ ଭେଟି ଅଭିଯୋଗ କରିଥିଲେ । ଘଟଣା କ୍ରମେ ଉକ୍ତ ସ୍କୁଲରେ ଅନ୍ୟଜଣେ ମହିଳାଙ୍କୁ ରୋଷେୟା ଭାବେ ନିଯୁକ୍ତି ଦିଆଯାଇଥିବା ସ୍ପଷ୍ଟ ହୋଇଥରଲା । ପାର୍ବତୀ ପୁଣିଥରେ ଏନେଇ ଗତ ୧୩ ତାରିଖରେ ଜିଲାପାଳଙ୍କ ସମେତ ସମସ୍ତ ଅଧିକାରୀଙ୍କୁ ଅବଗତ କରିବା ସହିତ ତାଙ୍କୁ ନିଯିୁକ୍ତି ଦେବା ନିମନ୍ତେ ବିଚାର କରିବାକୁ ନିବେଦନ କରିଥିଲେ । ହେଲେ ଏତେ ଚେଷ୍ଟା ପରେ ବି ବର୍ତମାନ ସୁଧା କୈାଣସି ସୁଫଳ ପାଇନଥିବା ରୁଗ୍ଣ ସ୍ୱାମୀଙ୍କୁ ନିକଟଡ ଅତିତରେ ହରାଇ ବୈଧବ ଯନ୍ତ୍ରଣାକୁ ବସୁଧାପରି ସହି ଚାଲିଥରବା ପାର୍ବତୀ ଏବେବି ଆଶା ରଖି ଅପେକ୍ଷା କରିଛନ୍ତି । ଏଇ ସମସ୍ତ ଘଟଣା କ୍ରମ ସ୍ଥାନୀୟ ଅଂଚଳ ବାସୀ ଜାଣିଥିବା ବେଳେ ପ୍ରଶାସନିକ ସ୍ୱଚ୍ଛତା ନେଇ ସନେ୍ଦହ ପ୍ରକାଶ ପାଇଛି । 

 

0
0
0
s2sdefault