ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ମହାତ୍ମାଗାନ୍ଧୀ ବାପୁଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଗତ ଅକ୍ଟୋବର ମାସ ୨ ତାରିଖରୁ ଭୁବନେଶ୍ୱର ଠାରୁ ବାହାରିଥିବା (ରାଜ୍ୟବ୍ୟାପି ପରିକ୍ରମାରେ) ଗାନ୍ଧୀ ଶାନ୍ତି ସଦ୍ଭାବନା ଜ୍ୟୋତି ଯାତ୍ରା ରଥ ପାରଳାଖେମୁଣ୍ଡି ସହରରେ ପହଞ୍ଚିଥିବା ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭବ୍ୟ ସ୍ୱାଗତ ଓ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଓଡିଶା ଗାନ୍ଧୀବାଦୀ ଫୋରମ ଆନୁକୁଲ୍ୟରେ ରାଜ୍ୟ ବ୍ୟାପି କାର୍ଯ୍ୟକ୍ରମରେ ବାହାରିଥିବା ଏହି ଗାନ୍ଧୀ ଶାନ୍ତି ସଦ୍ଭାବନା ଜ୍ୟୋତି ଯାତ୍ରା ରଥ ପାରଳାଖେମୁଣ୍ଡି ପହଞ୍ଚିବା ପରେ ଶିଶୁ ବିଦ୍ୟା ମନ୍ଦିର ନିକଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିନ୍ଦ୍ର କୁମାର ନାୟକ ଓ କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ ଏବଂ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଅମିୟ ସେଠୀ, ଜିଲ୍ଲା ଉତ୍କଳ ସମ୍ମିଳନୀ ପକ୍ଷରୁ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ବିନୋଦ ଚନ୍ଦ୍ର ଜେନା, ସାମ୍ୱାଦିକ ମାନଙ୍କ ପକ୍ଷରୁ ନବିନାନନ୍ଦ ଗନ୍ତାୟତ ଏବଂ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ପ୍ରଧାନ ଗୁରୁଜୀ, ସରୋଜ କୁମାର ପଣ୍ଡା ଓ ପିଲାମାନେ ଭବ୍ୟ ସମ୍ୱର୍ଦ୍ଧନା ଜଣାଇ ମହାତ୍ମାଗାନ୍ଧୀଙ୍କ ଜୟ ଜୟକାର କରିଥିଲେ । ଫୋରମର ଉପାଧ୍ୟକ୍ଷ ବିଶ୍ୱଜିତ ସୂର୍ଯ୍ୟବଂଶୀ ଉପସ୍ଥିତ ଥିଲେ । ସେହିପରି ଏହି ସଦ୍ଭାବନା ଜ୍ୟୋତି ଯାତ୍ରା ରଥ ସହର ପରିକ୍ରମା କରିବା ବେଳେ ଗାନ୍ଧି ଛକ ଠାରେ ପ୍ରଫୁଲ ପାଣିଗ୍ରାହୀ, ଅଭିମନ୍ୟୁ ପଣ୍ଡା ପ୍ରମୁଖ ସ୍ୱାଗତ ସମ୍ୱର୍ଦ୍ଧନା ଜଣାଇଥିଲେ । ସେଠାରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ଉପରେ ଓଡ଼ିଶା ଗାନ୍ଧୀବାଦୀ ଫୋରମର ଅଧ୍ୟକ୍ଷା ଡ:ରୀନା ରାଉତରାୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଦେଇଥିଲେ । ସେହିଭଳି ଗାନ୍ଧୀ ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜ୍ୟୋତି ଯାତ୍ରା ରଥ ପହଞ୍ଚିଥିବା ପରେ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ପିଲାମାନେ ଭବ୍ୟସ୍ୱାଗତ କରିଥିଲେ । ସେଠାରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୁର୍ତ୍ତି ଉପରେ ଫୋରମର ଅଧ୍ୟକ୍ଷାଡ:ରୀନା ରାଉତରାୟ ଓ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ବିନୋଦ ଚନ୍ଦ୍ର ଜେନା ପୁଷ୍ପମାଲ୍ୟ ଦେଇଥିଲେ । ପରେ ନବ ଜୀବନ ଟ୍ରଷ୍ଟ ଶିଶୁଯତ୍ନ କେନ୍ଦ୍ରକୁ ଯାଇଥିଲା ସେଠାରେ ପିଲାମାନେ ସ୍ୱାଗତ ସମ୍ୱର୍ଦ୍ଧନା କରିବା ପରେ ପିଲାମାନଙ୍କୁ ଯାତ୍ରା ସମ୍ପର୍କରେ ବୁଝାଯାଇଥିଲା । ସଦ୍ଭାବନା ଜ୍ୟୋତି ଯାତ୍ରା ରଥ ପରିକ୍ରମା ସମ୍ପର୍କରେ ଫୋରମର ଅଧ୍ୟକ୍ଷା ଡ: ରାଉତରାୟ କହିଥିଲେଯେ ଏହି ପବିତ୍ର ଜ୍ୟୋତି ନୂଆଦିଲ୍ଲୀରେ ଥିବା ମହାତ୍ମାଗାନ୍ଧୀଙ୍କର ସମାଧúସ୍ଥଳ ରାଜଘାଟରୁ ଗାନ୍ଧୀଜୀଙ୍କ ନାତୁଣୀ ତାରା ଗାନ୍ଧୀ ସ୍ୱହସ୍ତରେ ଅର୍ପଣ କରିଥିଲେ । ମୁଖ୍ୟତଃ ଶାନ୍ତି ,ଅହିଂସା ଓ ସଦ୍ଭାବନା ଯେଉଁଭଳି ରହିଛି ତାହା ଧିରେ ଧିରେ ବିଲୋପ୍ତ ହୋଇଯାଉଛି । ବିଶେଷ କରି ଯୁବପିଢୀ ମଧ୍ୟରେ ଧୈର୍ଯ୍ୟ ଓ ସହନଶୀଳତାରେ ଘୋର ଅଭାବ ଦେଖାଯାଇଛି । ତେଣୁ ଏହି ଯାତ୍ରା ମାଧ୍ୟମରେ ଯୁବପିଢୀ ଓ ଦେଶର ଭବିଷ୍ୟତ ଯେଉଁ ଛୋଟ ଛୋଟ ପିଲାମାନେ ରହିଛନ୍ତି ସେମାନଙ୍କ ମଧ୍ୟରେ ରହିଥିବା ସଭ୍ୟତା , ନିର୍ଭିକ ଓ ଅହିଂସାକୁ ଏହି ଜ୍ୟୋତି ଯାତ୍ରା ମାଧ୍ୟମରେ ଉଦ୍ଜିବିତ କରି ସେମାନଙ୍କ ଲକ୍ଷ୍ୟ ପଥରେ ପହଞ୍ଚାଇବା ଏହାର ଉଦ୍ଦେଶ୍ୟ କହିଥିଲେ ।
ରାଜ୍ୟ
ଗାନ୍ଧୀ ଶାନ୍ତି ସଦ୍ଭାବନା ଜ୍ୟୋତି ଯାତ୍ରା ରଥକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ ସମ୍ୱର୍ଦ୍ଧନା
- Hits: 465