ହେଡଲାଇନସ୍:

ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ମନମାନୀ : ପାର୍ବତୀ ଗିରୀ ମେଗା ଉଠା ଜଳସେଚନ ପକଳ୍ପ କାମରେ ଲାଗୁନି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଶୁଭିପାରେ  ମରୁଡିର ପଦଧ୍ୱନି,  ଚାଷୀଙ୍କ ଭିତରେ ପଡ଼ିଲାଣି ଭାଳେଣି 

ପଦ୍ମପୁର (ନୀଳ ଦୀପ)--  ରାଜ୍ୟ ସରକାର ଅଣଜଳସେଚିତ ଚାଷଜମିକୁ  ଚାଷ ପାଇଁ ପାଣି ଯୋଗାଇ ଦେବା  ଉଦ୍ଦେଶ୍ୟରେ ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭ କରିଥିଲେ  । ସରକାର ଏହି ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନଙ୍କ ବେପରୁଆ ,ମନୋଭାବ ଯୋଗୁଁ ଏହାର ସୁଫଳ ପାଇବାରୁ ବଂଚିତ ହେଉଛନ୍ତି ଚାଷୀ  । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଗାଇସିଲାଟ ବ୍ଲକ ଜାମୁଟପାଲି ଗ୍ରାମରେ  ।

ଚିର ମଋଡିଗ୍ରସ୍ତ ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକର ଜାମୁଟପାଲି ଅଂଚଳରେ ନିର୍ମିିତ ହୋଇଥିଲା ପାର୍ବତୀ ଗିରି ମେଗା ଉଠାଜଳସେଚନ ପ୍ରକଳ୍ପ  । ବିଜେପୁର ଉପନିର୍ବାଚନର ଫଳାଫଳ ପରେ ଅଂଚଳବାସୀଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଆସିଥିବା ଓଡିଶାର ମୁଖ୍ୟମନ୍ତ୍ରୀ ବରପାଲିଠାରେ ଏହାକୁ ଭିଡିଓ କନଫେରେନ୍ସି ମାଧ୍ୟମରେ ଉଦଘାଟନ କରିଥିଲେ  । ଉଦଘାଟନର ଚାରି ମାସ ବିତି ଯାଇଥିଲେ ସୁଦ୍ଧା ଠିକ ଭାବରେ କାର୍ଯ୍ୟକାରୀ ହୋଇ ପାରିନି ଏହି ପ୍ରକଳ୍ପ  । ଜାମୁଟପାଲି ପଂଚାୟତର ଚାଷିମାନେ ତାଙ୍କ ନିକଟରେ ଥିବା ଅଙ୍ଗ ନଦୀଠାରେ ଏହି ପ୍ରକଳ୍ପ ଘୋଷଣା ହେବା ପରେ ଅତି ମାତ୍ରାରେ ଉତ୍ସାହିତ ହେବା ସହିତ ବହୁ ଆଶା ରଖିଥିଲେ  । ପଂଚାୟତ ଅନ୍ତର୍ଗତ ୧୨୦୦ ହେକ୍ଟରକୁ ଜଳସେଚିତ କରିବା ଉଦେ୍ଧଶ୍ୟରେ ଏହି ପ୍ରକଲ୍ପ ନିର୍ମାଣ କରାଯାଇଥିଲେ ମଧ୍ୟ ଏହାର ୩୦ ପ୍ରତିଶତ ମଧ୍ୟ ଜମି ପାଣି ପାଇ ପାରୁ ନ ଥିବାରୁ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି  । ଏହା ସହ ଜଳଯୋଗାଣ ପାଇଁ ବିଛା ଯାଇଥିବା ପାଇପ ଗୁଡିକ ଖାଳ ଜମି ଦେଇ ନିଆ ଯାଇ ଥିବାରୁ ଉପର ଜମି ସବୁକୁ ପାଣି ମଡାଇବା ସମ୍ଭବ ନ ହେବା ସହ ନଦୀ ପାଣି ପୁଣି ନଦିକୁ ଯାଉଛି  । ଖାଲ ଜମିରେ ପାଇପ ବିଛାଉଥିବା ସମୟରେ ଗ୍ରାମବାସୀ ଏହାର ଲାଭ ଚାଷୀ ପାଇ ପାରିବେ ନାହିଁ ବୋଲି ଅଭିଯୋଗ କରି କାମକୁ ବନ୍ଦ କରି ଦେଇଥିଲେ  । ପରେ ଭୁବନେଶ୍ୱରରୁ  ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ଆସି ସମସ୍ତ ଜମିକୁ ପାଣି ଯିବାର ପ୍ରତିଶୃତି ଦେବା ପରେ କାମ ପୁଣି ଆରମ୍ଭ ହୋଇଥିଲା  । 

 କିନ୍ତୁ ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀ ନିଜସ୍ୱ ଇଚ୍ଛାରେ ନିଜ ସୁବିଧା ମୁତାବକ ପାଇପ ବିଛା ଯାଇଥିବାରୁ ୨୫ କୋଟି ଟଙ୍କାର ଏହି ପ୍ରକଳ୍ପ ଏବେ ଅଦରକାରୀ ହୋଇ ପଡିଛି  । ମାଟି ତଳେ ପୋତା ଯାଇଥିବା ପାଇପ ମଧ୍ୟ ଅତ୍ୟନ୍ତ ନିମ୍ନ ମାନର ହୋଇଥିବା ଯୋଗୁଁ ଏହା ପାଣିର ପ୍ରେସରରେ ଅନେକ ଯାଗାରେ ଫାଟି ଯାଇ ପାଣି ନଷ୍ଟ ହେବା ସହ ଆଗକୁ ଯାଇ ପାରୁ ନାହିଁଁ  । ଏହି ସବୁ ଦୁରାବସ୍ଥା ଦେଖି ଏହି ଅଂଚଳରଚାଷୀ ଏବେ ନିରାଶ ଓ ହତାଶ ହୋଇ ସରକାରଙ୍କ ଉପରେ ରୋଷ ପ୍ରକାଶ କରିଛନ୍ତି  । ଧାନ ଅମଳର ଶେଷ ସମୟରେ ପାଣିର ଆବଶ୍ୟକତା ଥିବା ସ୍ଥଳେ ତିତିଲି ଓ ଲଘୁଚାପଜନିତ ବର୍ଷା ଏହି ଅଂଚଳକୁ ପହଂଚି ପାରି ନାହିଁ  । ଆଉ ଗୋଟିଏ ବର୍ଷାର ଆବଶ୍ୟକତା ଥିବା ବେଳେ ଅଂଚଳରେ ପୁଣି ବର୍ଷାଭାବ ସହ ଚାଷୀକୁ ଧୋକା ଦେଇଛି ଏହି ମେଗା ପ୍ରକଳ୍ପ ମଧ୍ୟ ।  ଯଦ୍ୱାରା ଏବେ ଚାଷୀର ଜମିରେ ମାଟି ଫାଟି ଆଁ କଲାଣି  । ତେଣୁ ଚାଷୀ ବାଧ୍ୟ ହୋଇ ନିଜ ଜମି ପାଶ୍ୱର୍ରେ ଥିବା ନଦୀ, କୁଅ, ବନ୍ଧରୁ ନିଜସ୍ୱ ଖର୍ଚ୍ଚରେ ପାଣି ମୋଟରରୁ ପାଣି ମଡାଇ ନିଜ ଚାଷକୁ ବଂଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି  । ଏହା ସହ ଚାଷୀ ନିଜେ ଅଙ୍ଗ ନଦୀରେ ଅସ୍ଥାୟୀ ବାଲିବନ୍ଧ ନିର୍ମାଣ କରି ଯେଉଁ କିଛି ଜମିରେ ପାଣି ପହଂଚୁଛି ସେଠାକୁ ଯେଭଳି ପାଣି ଠିକ ଭାବରେ ପହଂଚି ପାରିବ ତାର ବ୍ୟବସ୍ଥା କରୁଛନ୍ତି  । ଚାଷୀମାନେ ଅଙ୍ଗ ନଦୀର ଏହି ସ୍ଥାନରେ ଏକ ବ୍ୟାରେଜ ନିର୍ମାଣ କରାଗଲେ ଏହି ପ୍ରକଳ୍ପ ମାଧ୍ୟମରେ ଠିକ ଭାବରେ ପାଣି ଚାଷ ଜମିକୁ ପହଂଚି ପାରିବ ବୋଲି ଦାବୀ ଜଣାଇଛନ୍ତି  । ଏହି ବାବଦରେ ପଦ୍ମପୁର ଉପଜିଲ୍ଲାପାଳ ଅବଗତ ହେବା ପରେ ସେ ଏ ବିଷୟରେ ବିଭାଗୀୟ ଅଧିକାରୀଙ୍କୁ  ଜଣାଇବା ସହିତ  ଚଳିତ ବର୍ଷ ଧାନ ଅମଳ ପରେ ଚାଷୀମାନଙ୍କ ଏହି ସମସ୍ୟା ଓ ସମସ୍ତ ଅଭିଯୋଗ ଗୁଡିକର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି  ।

  ଜଳସେଚନ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ସୁଦ୍ଧା ସ୍ଥାନୀୟ ଚାଷୀଙ୍କ ସହ ଆଲୋଚନା ନ କରି ଏସି କୋଠରୀ ଭିତରେ ଯନ୍ତ୍ରୀମାନେ ପ୍ରକଳ୍ପର ଯୋଜନା ନିର୍ମାଣ କରୁଥିବାରୁ ଏପରି ଜନହିତକର ପ୍ରକଳ୍ପଗୁଡିକ ଚାଷୀଙ୍କ କୌଣସି କାମରେ ନ ଆସି ଫେଲ ମାରୁଛି  । ତେଣୁ  ପ୍ରକଳ୍ପ ଆରମ୍ଭଠାରୁ •ଷୀ ଜମିକୁ ପାଣି ପାଇବା ପର୍ଯ୍ୟନ୍ତ ଏହାକୁ ଠିକ ଭାବରେ ନିରିକ୍ଷଣ କରାଯିବାର ଆବଶ୍ୟକତା ରହିଛି  ।

0
0
0
s2sdefault