ହେଡଲାଇନସ୍:

ସକରାତ୍ମକ ଭାବନା ବୃଦ୍ଧି କରୁଛି କ୍ରୀଡାଙ୍ଗନ ଶିକ୍ଷାର୍ଥୀ କ୍ଲବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ▪️ ରାଜ୍ୟରେ ଏପର୍ଯ୍ୟନ୍ତ ୮୪୦୭ଟି କ୍ଲବ୍ ଗଠନ

  • ▪️ ବିଦ୍ୟାଳୟସ୍ତରରେ ଜୀବନକୌଶଳ ଶିକ୍ଷାର ପ୍ରମୁଖ ଭୂମିକା ନେଉଛି କ୍ରୀଡ଼ାଙ୍ଗନ କ୍ଲବ୍

ଭୁବନେଶ୍ୱର, ୨୮/୨ : ଛାତ୍ରଛାତ୍ରୀମାନଙ୍କମଧ୍ୟରେ ନେତୃତ ନେବାର ଦକ୍ଷତା ବୃଦ୍ଧି ପାଉଛି । ଖେଳ ମାଧ୍ୟମରେ ଆତ୍ମ ସଚେତନତା, ସହଯୋଗୀତା, ସମୟ ପରିଚାଳନା, ସମସ୍ୟା ସମାଧାନ ଉପରେ ଶିକ୍ଷାଗ୍ରହଣ କରୁଛନ୍ତି ଛାତ୍ରଛାତ୍ରୀ ଏବଂ ଏହି ଶିକ୍ଷାର ପ୍ରମୁଖ ଆଧାର ପାଲଟିଛି କ୍ରୀଡାଙ୍ଗନ କ୍ଲବ । ଏହି ସଫଳତା ପରେ ଆଗାମୀ ଶିକ୍ଷାବର୍ଷରେ କିପରି ଏହି କ୍ଲବ ସୁଚାରୁରୂପେ କର୍ଯ୍ୟ କରିବ ଏବଂ ଅଧିକରୁ ଅଧିକ ଶିକ୍ଷକ ପ୍ରଶିକ୍ଷକ (ମାଷ୍ଟର ଟ୍ରନର) ପ୍ରଶିକ୍ଷଣ ନେଇପାରିବେ ଏ ସଂପର୍କରେ ତୋଷାଳିଭବନସ୍ଥିତ 'ମୋ ସ୍କୁଲ ଅଭିଯାନ' ସମ୍ମିଳନୀ କକ୍ଷରେ ଏକ ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି ।


ଏହି ଆଲୋଚନା ଚକ୍ରରେ ଯୋଗ ଦେଇ 'ମୋ ସ୍କୁଲ' ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗଚୀ, ଛାତ୍ରଛାତ୍ରୀମାନଙ୍କୁ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ଗଠନରେ ଏହି କ୍ଲବ କିପରି ସହାୟକ ହୋଇପାରିବ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟ ସ୍ତରରେ ଉପୁଜୁଥିବା ଅସୁବିଧାର ସମାଧାନ ଉପରେ ଗୁରୁତ୍ୱାରୋପ ସେ ଗୁରୁତ୍ବ ଦେଇଥିଲେ । ଏହାସହ ଏହି ଆଲୋଚନା ଚକ୍ରରେ 'ମୋ ସ୍କୁଲ ଅଭିଯାନ' ସହିତ ସହଭାଗିତାରେ କାର୍ଯ୍ୟ କରୁଥିବା ମ୍ୟାଜିକ୍ ବସ୍ ଇଣ୍ଡିଆ ଫାଉଣ୍ଡେସନର ସମସ୍ତ ଜିଲ୍ଲା ସଂଯୋଜକ ଓ ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜର ଅଭିଜ୍ଞତା ଏବଂ ଅନୁଭୂତି ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ସଂଯୋଜକମାନେ ନିଜ ନିଜ ଜିଲ୍ଲା ସମ୍ବନ୍ଧରେ ସବିଶେଷ ବିବରଣୀ ଉଲ୍ଲେଖ କରିଥିଲେ । କ୍ରୀଡା଼ଙ୍ଗନ କ୍ଲବର ଉପଯୁକ୍ତ ଏବଂ ସଠିକ୍ ପର୍ଯ୍ୟବେକ୍ଷଣ ପାଇଁ ମ୍ୟାଜିକ୍ ବସ୍ ଏକ ଚାର୍ଟ ବୋର୍ଡ ବିକଶିତ କରିଥିବା ବେଳେ ହ୍ୱାଟସ୍‌ଆପ ମାଧ୍ୟମରେ ସମସ୍ତ ବିଦ୍ୟାଳୟରେ ଏହାର ଉପଯୋଗ କରିବାକୁ ଆଲୋଚନା ହୋଇଥିଲା।


ଏହାସହ ଜିଲ୍ଲାୱରୀ ବିଦ୍ୟାଳୟସ୍ତରରେ କ୍ରୀଡ଼ାଙ୍ଗନ କ୍ଲବର ଗଠନ ଓ କାଯ୍ୟକ୍ରମର ତଥ୍ୟ ଉପସ୍ଥାପନା କରାଯାଇ, ତାହାର ସମୀକ୍ଷା କରାଯାଇଥିଲା । ଜିଲ୍ଲାରୁ ସଂଗ୍ରହ କରାଯାଇଥିବା ଶିକ୍ଷକମାନଙ୍କ ମତାମତକୁ ଏହି ବୈଠକରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା। ଏହା ବ୍ୟତୀତ ବିଭିନ୍ନ ଘଟଣାସ୍ଥଳରେ ଦେଖାଯାଉଥିବା ବିଭିନ୍ନ ପରିସ୍ଥିତିର ଯାଞ୍ଚ ମଧ୍ୟ କରାଯାଇଥିଲା । ସେହିପରି ରାଜ୍ୟର ଉଚ୍ଚ ବିଦ୍ୟାଳୟଗୁଡି଼କରେ ନବ ନିଯୁକ୍ତ ୪୫୨କ୍ରୀଡ଼ା ଏବଂ ଶାରୀରିକ ଶିକ୍ଷା ଶିକ୍ଷକଙ୍କ (ପିଇଟି)ତାଲିମ ଓ ସେମାନଙ୍କ ଦ୍ବାରା କ୍ରୀଡ଼ାଙ୍ଗନ ଶିକ୍ଷାର୍ଥୀ କ୍ଲବକୁ ତ୍ୱରାନ୍ୱିତ କରିବା ସହିତ ଛାତ୍ରଛାତ୍ରୀମାନ ଉତ୍ସାହ ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା।

0
0
0
s2sdefault