ହେଡଲାଇନସ୍:

ଦିବ୍ୟଜ୍ୟୋତି ପରିଡ଼ା ବାରିପଦା ଉପଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କଲେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଉପଜିଲ୍ଲାପାଳ ଭାବେ ଦିବ୍ୟଜ୍ୟୋତି ପରିଡ଼ା ଅକ୍ଟୋବର ୨୫ରେ ପୂର୍ବତନ ଉପଜିଲ୍ଲାପାଳ ମହମ୍ମଦ ଅବଦାଲ ଆଖତାରଙ୍କ ନିକଟରୁ ଦାୟିତ୍ୱ ଭାର ଗ୍ରହଣ କଲେ । ଉପଜିଲ୍ଲାପାଳ ଶ୍ରୀପରିଡ଼ା ୨୦୧୬ ବ୍ୟାଚ ଓଡ଼ିଶା କେଡ଼ରର ଆଇଏଏସ ଅଟନ୍ତି ଓ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଣେ ମେଧାବୀ ଛାତ୍ର ଭାବେ ତାଙ୍କର ଖ୍ୟାତି ରହିଅଛି । ସେହିପରି ବିଦାୟୀ ଉପଜିଲ୍ଲାପାଳ ଅବଦାଲ ଆଖତାର ୨୦୧୫ ବ୍ୟାଚ ଓଡ଼ିଶା କ୍ୟାଡର ଆଇଏଏସ ରହିଥିଲେ । ତାଙ୍କୁ କୋରାପୁଟ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ପଦୋନ୍ନତି ଦିଆଯାଇଛି ।

ବାରିପଦା ଉପଜିଲ୍ଲାପାଳ ଭାବେ ପ୍ରାୟ ଏକ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ଜନସାଧାରଣଙ୍କ ବିଶ୍ୱାସ ଭାଜନ ହୋଇପାରିଥିଲେ । ସଚ୍ଚୋଟ, ନିରପେକ୍ଷ, ନିଷ୍ଠାପର ଓ କର୍ତ୍ତବ୍ୟ ପରାୟଣ ସରକାରୀ ପଦାଧିକାରୀ ଭାବେ ବାରିପଦା ଉପଖଣ୍ଡରେ ନିଜର ପରିଚୟ ସୃଷି କରାଇପାରିଥିଲେ । ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ନୂତନ ଉପଜିଲ୍ଲାପାଳ ଶ୍ରୀପରିଡ଼ାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହିତ ପୂର୍ବତନ ଉପଜିଲ୍ଲାପାଳ ଅବଦାଲ ଆଖତାରଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ ।

0
0
0
s2sdefault