ହେଡଲାଇନସ୍:

ତିତଲି ପ୍ରଭାବିତ ଅଞ୍ଚଳରେ ସ୍ୱଭାବିକ ପରିସ୍ଥିତିରେ ଅଗ୍ରଗତି ପାଇଁ ଶ୍ରମ ଏବଂ ଏସସି ଏସଟି ଉନ୍ନୟନ କମିଶନରଙ୍କ ସମୀକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ତିତଲି ପ୍ରଭାବିତ ସମସ୍ତ ଅଞ୍ଚଳର ଯେଉଁ ବ୍ୟାପକ କ୍ଷୟକ୍ଷତି ହୋଇ ଜନ ଜୀବନ ପ୍ରଭାବିତ ହୋଇଛି ସେ ସବୁର ସ୍ୱଭାବିତ ପରିସ୍ଥିତିକୁ ଫେରାଇ ଆଣିବା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ସବୁ କରାଯାଇଅଛି । ପୁନରୁଦ୍ଧାର କାର୍ଯ୍ୟକ୍ରମ ସବୁ ରାସ୍ତା ସଫେଇ, ବିଦ୍ୟୁତ ସଂଯୋଗ, ରିଲିଫ ବଣ୍ଟନ, ପ୍ରଭୃତି ଅନେକ ବ୍ୟବସ୍ଥା ସହ ଲୋକଙ୍କ ଜୀବନ ଜିବୀକାରେ କଣ ସବୁ କାର୍ଯ୍ୟକ୍ରମ କରାଯାଇଅଛି ଏବଂ ତାହାର ଅଗ୍ରଗତି କେତେ ଦୂର ହେଲାଣୀ ଅଞ୍ଚଳବାସୀ ଏହା ଦ୍ୱାରା କିଭଳି ଉପକୃତ ହେଉଛନ୍ତି ସେ ସମସ୍ତ ବିଷୟରେ ଟିକିନିଖି ତଥା ପୁଙ୍ଖାନୁପୁଙ୍ଖ ଭାବେ ବିଭିନ୍ନବିଭାଗ ଅଧିକାରୀ ମାନଙ୍କୁ ପଚାରି ବୁଝି ସମୀକ୍ଷା କରିବା ପାଇଁ ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟ ଶ୍ରମ କମିଶନର ଅଞ୍ଜନ କୁମାର ମାଣିକ ଏବଂ ଅନୁସୁଚିତ ଜାତି ଓ ଜନଜାତି ଉନ୍ନୟନ କମିଟିର ତଥା ସଚିବ ରଘୁପ୍ରସାଦଙ୍କ ସମେତ ସମ୍ୱଲପୁର ରାଜସ୍ୱ କମିଶନର ତଥା ଗଜପତି ଜିଲ୍ଲା ଦାୟୀତ୍ୱରେ ଥିବା ଡି.ଭି ସ୍ୱାମୀ, ଜିଲ୍ଲାପାଳ ଅନୁପମ ସାହା ଏବଂ ଆଇ.ଏ.ଏସ ତଥା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦାୟିତ୍ୱରେ ଥିବା ଚଞ୍ଚଲ ରଣା ପ୍ରମୁଖ ମଞ୍ଚାସୀନ ଥିଲେ । ତିତଲି ପ୍ରଭାବରେ ଗଜପତି ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତି ଓ ତାର ପରବର୍ତ୍ତି କାର୍ଯ୍ୟକ୍ରମ ତାହା କିଭଳି ଚାଲିଛି ଅଗ୍ରଗତି କେତେଦୂର ଗଲାଣି ତା ଉପରେ କମିଶନରମାନେ ପୁଙ୍ଖାନୁପୁଙ୍ଖ ପଚାରି ବୁଝି ସମୀକ୍ଷା କରିଥିଲେ ।

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୫ ହଜାର ଶ୍ରମିକ ପଞ୍ଜୀକୃତ ହୋଇଥିବା ବେଳେ ୫୦୦୦ ଶ୍ରମିକ ଉପକୃତ ହୋଇଥିବା ଜାଣି ଶ୍ରମ କମିଶନର ମାଣିକ ଅସନ୍ତୋଷ ପ୍ରକାଶ କରିଥିଲେ । ତିତଲି ପ୍ରଭାବ ଓ ପ୍ରଭାବିତର ପରବର୍ତ୍ତି ସ୍ଥିତ ସୁଧାରିବା ଦିଗରେ ବିଭିନ୍ନ ବିଭାଗ ପକ୍ଷରୁ ପୁନରୁଦ୍ଧାର ଥଇଥାନ ରିଲିଫ ବଣ୍ଟନ ପ୍ରଭୃତି କାର୍ଯ୍ୟକ୍ରମ ଦୃଢ ଗତିରେ ଆଗେଇ ନେବା ପାଇଁ ବ୍ୟାପକ ପଦକ୍ଷେପ ନିଆଯିବା ସହ ବିଶେଷ ଗୁରୁତ୍ୱ ଦିଆଯାଇଅଛି । ଗଜପତିରେ ତିତଲି ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଧନଜୀବନ ହାନୀ ହୋଇଥିଲେ ହେଁ ସର୍ବାଧିକ ଘର ଓ ଜୀବନ ଜିବିକା ସଂପୁର୍ଣ୍ଣ ଉଜୁଡିଯାଇ ନଷ୍ଟ ହୋଇଯାଇଛି । ମେଣ୍ଢା, ଛେଳି, ଗୋରୁ,ଗାଈ , କୁକୁଡା,ଘୁସୁରି ସହ ପଡୁଚାଷ ଓ ୫୦୦୦ହେକ୍‍ଟର କାଜୁ ଗଛ ନଷ୍ଟ ହୋଇଯାଇଛି । ତେଣୁ ସେମାନଙ୍କ ଜୀବନ ଜିବିକା ଓ ସାମାଜିକ ପରିସ୍ଥିତ ପାଇଁ କୃଷି ଉଦ୍ୟାନ , ଓ.ଟି.ଇ.ଏଲ ପି ପ୍ଲସ, ଆଇଟିଡିଏ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ବ୍ୟାପକ ଭାବରେ ଯଥେଷ୍ଟ କାର୍ଯ୍ୟକ୍ରମ ସବୁ କରାଯିବା ସହ ବଡ ଆକାରରେ ବ୍ୟାପକ ଭାବେ ଚାରାରୋପଣ କାର୍ଯ୍ୟସବୁ କରାଯିବ । ଯୁଦ୍ଧକାଳୀନସ୍ଥିତିରେ ସମସ୍ତ ସ୍ଥିତି ସୁଧାରିବା ଦିଗରେ ଦୃଢ ଗତିରେ ଉଦ୍ଧାର କାର୍ଯ୍ୟକ୍ରମ ରିଲିଫ କାର୍ଯ୍ୟକ୍ରମ କରାଯାଉଅଛି ବୋଲି ଏସସି ଏସଟି ଉନ୍ନୟନ କମିଶନର ରଘୁ ପ୍ରସାଦ କହିଥିଲେ ।

0
0
0
s2sdefault