ହେଡଲାଇନସ୍:

କନଗାଁ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋହେଲା:  ସୋହେଲା ବ୍ଲକ କନଗାଁ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ବୁଡ଼ାମାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ  ହୋଇ ଯାଇଛି । ଏହି ଅବସରରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭା ସୋହେଲା ଗୋଷ୍ଠୀଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ସୋହେଲା ବ୍ଲକ ଅ୍ମକ୍ଷ ଜୀବର୍ଦ୍ଧନ ବରିହା,ମୁଖ୍ୟ ବକ୍ତା ଭାବରେ ସହ ଗୋଷ୍ଠୀ  ଶିକ୍ଷା ଅଧିକାରୀ ସରୋଜ କୁମାର ଦୀପ ଯୋଗଦାନ କରିଥିଲେ । ଅତିଥି ମାନେ ତାଙ୍କ ବକ୍ତବ୍ୟରେ ଛାତ୍ର ଛାତ୍ରୀ ମାନଙ୍କ ଅର୍ନ୍ତନିହିତ ପ୍ରତିଭାର ବିକାଶ ନିମନ୍ତେ ସୁରଭି କାର୍ଯ୍ୟକ୍ରମର ପ୍ରୟାସ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ତୁଷାରକାନ୍ତ ସାହୁ ଅତିଥି ପରିଚୟ,ପ୍ରଧାନ ଶିକ୍ଷକ ବୁଦ୍ଧଦେବ ସାହୁ ଉଦେ୍ଧଶ୍ୟଜ୍ଞାପନ,ସି.ଆର. ସି.ସି ସଂଜୟ ଦେବତା ବିବରଣୀ ପଠନ କରିଥିବା ବେଲେ ବାଲମୁକୁନ୍ଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ସଭା କାର୍ଯ୍ୟ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଶିକ୍ଷକ କେଦାରନାଥ ସାହୁ ସଂଯୋଜନା କରିଥିଲେ । ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ରୁକ୍ମିଣୀ ପ୍ରଧାନ,ଡିଲେଶ୍ୱରୀ ଭୁଏ ସହଯୋଗ କରିଥିଲେ । ଏହି ଅବସରରେ କ୍ଲଷ୍ଟରର ୧୦ ଟି ବିଦ୍ୟାଳୟରୁ ମୋଟ ୧୧୪ ଜଣ ଛାତ୍ର ଛାତ୍ରୀ ବିଭିନ୍ନ ବର୍ଗର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠିତ  ବିଭିନ୍ନ ପ୍ରତିଯୋଗିତାରେ ଶିକ୍ଷକ ଥବୀର ମେହେର,ମୋତିଲାଲ ବେହେରା,ଉମାକାନ୍ତ ବେହେରା,ଗଣନାଥ ବାରିକ,ଶ୍ରୀବତ୍ସ ସାହୁ,ତୁଲସୀରାମ ପାଣୀ,ପ୍ରଦୀପ କୁମାର ସାହୁ,ଗଣେଶ ମହାନନ୍ଦ,ନୀଲମଣୀ ପଧାନ ପ୍ରମୂଖ ବିଚାରକ ଦାୟିତ୍ୱ ତୁଲାଇଥିଲେ । ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟୀ ର ସମସ୍ତ ସଦସ୍ୟ ଙ୍କ ସହ ଗ୍ରାମର ଦିବାକର ସା,ଦିବ୍ୟକିଶୋର ସା,ଧନେଶ୍ୱର କଲାରୀ,ଗୋଲାପ ନାୟକ,ପଂଚମ ବେହେରା,ରୀନାତରିଆ,ରଜନୀ ବେହେରା ସହଯୋଗ କରିଥିଲେ ।

0
0
0
s2sdefault