ହେଡଲାଇନସ୍:

ଭିଡିଓ କନଫରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ରାଉକକେଲାରେ ସେପ୍ଟେଜ୍ ବିଶୋଧନ ବ୍ୟବସ୍ଥା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଉରକେଲା/SUSHANTA BEHERA : ସ୍ଥାନୀୟ ବାଲିଘାଟ ଅଞ୍ଚଳରେ ଥିବା ରୁପଟୋଲା ନିକଟରେ ଶୁକ୍ରବାର ସେପ୍ଟେଜ୍ ବିଶୋଧନ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଏହି ବ୍ୟବସ୍ଥାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଯୋଗେ ଉଦଘାଟନ କରିଛନ୍ତି। ଏହି ଅବସରରେ ଆୟୋଜିତ ଉଦଘାଟନ ସମାରୋହରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ରଘୁନାଥପାଲି ବିଧାୟକ ଶ୍ରୀଯୁକ୍ତ ସୁବ୍ରତ କୁମାର ତରାଇ, ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶାରଦା ପ୍ରସାଦ ନାୟକ, ରାଉରକେଲା ମହାନଗର ନିଗମର କମିଶନର ଶ୍ରୀମତି ରଶ୍ମିତା ପଣ୍ଡା, ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ମୀନା ଓ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ମୋନିଷା ବାନାର୍ଜୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ଥାନୀୟ ଅଞ୍ଚଳର ଶହ ଶହ ଜନସାଧାରଣ ଏହି ଉଦଘାଟନ ସମାରୋହରେ ସାମିଲ ହୋଇଥିଲେ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଉରକେଲା ମହାନଗର ନିଗମର କମିଶନର ଶ୍ରୀମତି ରଶ୍ମିତା ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ଏହି ବ୍ୟବସ୍ଥାର ବିଭିନ୍ନ ବୈଶିଷ୍ଟ୍ୟ ସଂପର୍କରେ ସୁଚନା ଦେଇଥିଲେ। ଶ୍ରୀମତି ପଣ୍ଡା କହିଥିଲେଯେ, ଏହି ସେପ୍ଟେଜ ବିଶୋଧନ ବ୍ୟବସ୍ଥାରେ ଦୈନିକ ୪୦୦୦୦ ଲିଟର ସେପ୍ଟେଜ ବିଶୋଧନ ହୋଇପାରିବ ଏବଂ ଏହା ଆଖପାଖ ଅଞ୍ଚଳର ପାଖାପାଖି ୯୦୦୦୦ ଜନସଂଖ୍ୟାକୁ ସୁଫଳ ଦେବ। ଏହି ବ୍ୟବସ୍ଥାରେ ଗୃହରୁ ନିର୍ଗତ ବର୍ଜ୍ୟ ମଳକୁ ସେସ୍ପୁଲ ଗାଡ଼ି ଦ୍ୱାରା ଏଠାକୁ ଅଣାଯାଇ ଏହାର ବିଶୋଧନ କରାଯିବ। ଯାହାଦ୍ବାରା ନଦୀ ଓ ଭୂମିଗତ ଜଳ ପ୍ରଦୂଷିତ ହେବ ନାହିଁ। ଏଥି ସହିତ ଏହି ବ୍ୟବସ୍ଥାରେ ବର୍ଜ୍ୟ ମଳକୁ ପୁଣି ଥରେ ପ୍ରକ୍ରିୟାକରଣ କରାଯିବ ଏବଂ ସେଥିରୁ ବାହାରୁଥିବା ପାଣିକୁ ବଗିଚାରେ ବ୍ୟବହାର କରାଯାଇପାରିବ।

ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ରଘୁନାଥ ପାଲି ବିଧାୟକ ଶ୍ରୀଯୁକ୍ତ ସୁବ୍ରତ କୁମାର ତରାଇ ଉଦଘାଟନ ଫଳକକୁ ଅନାବରଣ କରିବା ସହ ସଭାକୁ ଉଦବୋଧନ ଦେଇ କହିଥିଲେଯେ, ଏହି ବ୍ୟବସ୍ଥାର ଶୁଭାରମ୍ଭ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ଏବଂ ଏହାଦ୍ୱାରା ରାଉରକେଲା ବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ପୁରଣ ହୋଇପାରିବ।

ସେହିପରି ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ଏହି ସଭାକୁ ଉଦବୋଧନ ଦେଇ କହିଥିଲେଯେ, ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଦ୍ୱାରା ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱଚ୍ଛ ଓଡ଼ିଶା ଓ ସୁସ୍ଥ ଓଡ଼ିଶା ନିମନ୍ତେ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହା ସାକାର ହୋଇପାରିବ। ଏଥିସହ ସେ ଉପସ୍ଥିତ ଜନତାଙ୍କୁ ଏହି ବ୍ୟବସ୍ଥାର ଲାଭ ନେବା ନିମନ୍ତେ ଆହ୍ୱାନ ଦେଇଥିଲେ।

ଏଠାରେ ସୁଚନା ଯୋଗ୍ୟଯେ, ଅମୃତ ଯୋଜନା ଆରମ୍ଭ ହେବା ପରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ୯ଟି ସହରରେ ସେପ୍ଟେଜ୍ ବିଶୋଧନ ବ୍ୟବସ୍ଥାର ନିର୍ମାଣ ଲାଗି ପ୍ରସ୍ତାବ ଦିଆଯିବା ସହ ରାଜ୍ୟ ବାର୍ଷିକ କାର୍ଯ୍ୟଖସଡ଼ାରେ ଏଥିନିମନ୍ତେ ବ୍ୟବସ୍ଥା କରାଯାଇଥିଲା। ପରେ ଓଡ଼ିଶା ଜଳ ଯୋଗାଣ ଓ ସ୍ୱେରେଜ୍ ବୋର୍ଡକୁ ସେପ୍ଟେଜ୍ ବିଶୋଧନ ବ୍ୟବସ୍ଥା ନିର୍ମାଣ ନିମନ୍ତେ ଦାୟିତ୍ୱ ଦିଆଗଲା। ବୋର୍ଡ ପକ୍ଷରୁ ଏନେଇ ଡିପିଆର୍ ପ୍ରସ୍ତୁତି କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହି ପ୍ରକଳ୍ପର ଅଟକଳ ମୂଲ୍ୟ ୨.୧୫ କୋଟି ଟଙ୍କା ।

0
0
0
s2sdefault