ଭୁବନେଶ୍ୱର:ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଗତ ଜାନୁଆରୀ ମାସ ୫ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ୨୦୨୪ ପ୍ରକାଶିତ ହୋଇଅଛିା ଏହାର ନକଲ ବୁଥସ୍ତରୀୟ ଅଧିକାରୀ (BLO) ଓ ସମସ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ଅଛିା ଚୂଡ଼ାନ୍ତ ଭୋଟର ତାଲିକା ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କ ୱେବସାଇଟ ceoodisha.nic.inରେ ଉପଲବ୍ଧ ଅଛିା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ଅନେକଙ୍କର ଧାରଣା ହେଉଥିବ ଯେ ଆଉ ଭୋଟର ତାଲିକାରେ ନାମ ପଞ୍ଜିକୃତ ହୋଇପାରିବ ନାହିାଁ ଏହା ସଂପୂର୍ଣ୍ଣ ଭୁଲ ଧାରଣାା ଭୋଟର ତାଲିକାରେ ନାମପଞ୍ଜିକରଣ କାର୍ଯ୍ୟ ଏକ ନିରନ୍ତର ପ୍ରକ୍ରିୟା ଏବଂ ଏହି କାର୍ଯ୍ୟ ସବୁବେଳେ ଚାଲୁ ରହିଛିା ରାଜ୍ୟର ସମସ୍ତ ଭୋଟରମାନଙ୍କୁ ନିବେଦନ କରାଯାଉଛି, ସେମାନେ ପ୍ରକାଶ ପାଇଥିବା ଚୂଡ଼ାନ୍ତ ଭୋଟର ତାଲିକାରେ ନିଜ ନିଜର ନାମ ତନଖି କରନ୍ତୁା ଯଦି ଭୋଟର ତାଲିକାରେ କୌଣସି ଭୋଟରଙ୍କ ନାମ ନଥିବ ତାହାହେଲେ ସେ ନୂତନ ଭୋଟର ଭାବେ ନାମ ପଞ୍ଜିକରଣ ପାଇଁ ଫର୍ମ ନଂ-୬ ଓ ସ୍ଥାନାନ୍ତର ପାଇଁ ଫର୍ମ ନଂ-୮ ମାଧ୍ୟମରେ ଆବେଦନ କରିପାରିବୋ ଭୋଟରମାନେ ମଧ୍ୟ ଅନ୍ଲାଇନ୍ ମାଧ୍ୟମରେ voters.eci.gov.inରେ ଲଗ୍ଇନ୍ କରି କିମ୍ବା Voter Help Line App ରୁ ଡାଉନଲୋଡ଼ କରି ଘରେ ବସି ମଧ୍ୟ ଆବେଦନ କରିପାରିବୋ ଏତଦ୍ବ୍ୟତୀତ ଭୋଟରମାନେ ମଧ୍ୟ ସଂପୃକ୍ତ ବୁଥସ୍ତରୀୟ ଅଧିକାରୀ (BLO)ଙ୍କ ସହ ଯୋଗାଯୋଗ କରି ନିର୍ଦ୍ଧାରିତ ଫର୍ମ ମାଧ୍ୟମରେ ଭୋଟର ତାଲିକାରେ ନାମ ପଞ୍ଜିକରଣ ନିମନ୍ତେ ଆବେଦନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତିା







