ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଛାତ୍ରଛାତ୍ରୀ ଦେଲେ ଗିନିଜ୍ ବୁକ ରେକର୍ଡର ଫଳକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ▪️ମୋ କଥା ମୋ କାହାଣୀ ଲେଖି ଛାତ୍ରଛାତ୍ରୀ ରଚିଥିଲେ ବିଶ୍ବ ରେକର୍ଡ

  • ▪️ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ବିଦ୍ୟାଳୟସ୍ତରରେ ଅନୁଷ୍ଠିତ ହେଉଥିଲା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

ଭୁବନେଶ୍ୱର, ୫/୨: ଓଡ଼ିଶା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସୋମବାର ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଛାତ୍ରଛାତ୍ରୀମାନେ ନବୀନ ନିବାସ ଆସିବା ସହିତ "ମୋ କଥା ମୋ କାହାଣୀ" ଲେଖି ହାସଲ କରିଥିବା ଗିନିଜ ବୁକ୍ ଅଫ୍ ୱର୍ଲ୍ଡ ରେକର୍ଡର ଫଳକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଏଥି ସହିତ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ବିଦ୍ୟାଳୟସ୍ତରରେ ଅନୁଷ୍ଠିତ ହୋଇଥିବା ସାହିତ୍ୟ ଓ ସୃଜନଶୀଳତା ଉତ୍ସବରେ ସେମାନେ ନିଜେ ଲେଖିଥିବା ପୁସ୍ତକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି ।

ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଭାଷା ଏବଂ ସାହିତ୍ୟ ରଚନା ପ୍ରତି ଆକୃଷ୍ଟ କରିବା ପାଇଁ ବିଦ୍ୟାଳୟସ୍ତରରେ ଭାଷା ସାହିତ୍ୟ ଏବଂ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ, ଛାତ୍ରଛାତ୍ରୀମାନେ ମୋ କଥା ମୋ କାହାଣୀ ମାଧ୍ୟମରେ ଗଳ୍ପ ଏବଂ କବିତା ରଚନା କରିଥିଲେ। ଗତ ଶୁକ୍ରବାର ଏହି ପୁସ୍ତକର ହସ୍ତଲିଖିତ ତଥ୍ୟକୁ ସାମାଜିକ ଗଣମାଧ୍ୟମ ଫେସବୁକରେ ଏକ ଘଣ୍ଟା ମଧ୍ୟରେ ସର୍ବାଧିକ ସଂଖ୍ୟାରେ ଅପଲୋଡ କରି ଗିନିଜ ରେକର୍ଡ ସୃଷ୍ଟି କରିଛନ୍ତି। ଗିନିଜ ବୁକ୍ ସଂସ୍ଥାର ବରିଷ୍ଠ ବିଚାରପତି ସ୍ବପ୍ନିଲ୍ ଡଙ୍ଗରିକର୍ ଛାତ୍ରଛାତ୍ରୀମାନଙ୍କୁ ଏହି ରେକର୍ଡର ମାନ୍ୟତା ପ୍ରଦାନ କରିବା ସହିତ ଫଳକ ମାଧ୍ୟମରେ ସମ୍ମାନିତ କରିଥିଲେ ।

ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଏହି ରେକର୍ଡ ପାଇଁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କ ଭବିଷ୍ୟତର ଲକ୍ଷ୍ୟ ବିଷୟରେ ପଚାରି ବୁଝିଥିଲେ। ଭବିଷ୍ୟତରେ କିପରି ଜଣେ ଜଣେ ଭଲ ମଣିଷ ହେବେ ସେଥିପାଇଁ ପାଇଁ ପରାମର୍ଶ ଦେଇ ଥିଲେ ଏବଂ ସେମାନଙ୍କୁ ଉପହାର ଦେଇ ଉତ୍ସାହିତ କରିଥିଲେ। ଏହି ସ୍ବର୍ଣ୍ଣିମ ମୁହୁର୍ତ୍ତ ସମୟରେ "ମୋ ସ୍କୁଲ"ର ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗଚୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ଵଥୀ ଏସ୍ ଉପସ୍ଥିତ ଥିଲେ।

0
0
0
s2sdefault