ବଡ଼ଚଣା/ପ୍ରଫୁଲ୍ଲ ସାହୁ : ବଡ଼ଚଣା କୋହ୍ଲାସିଂ କ୍ରିକେଟ କ୍ଲବ ପକ୍ଷରୁ ଗତ ଜାନୁଆରୀ ୨୬ ତାରିଖ ଦିନ କୋହ୍ଲାସିଂ କ୍ରିକେଟ ଗ୍ରାଉଣ୍ଡ ରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି | ଏହି ମ୍ୟାଚ ରେ ଯାଜପୁର ଜିଲ୍ଲା ବିଭିନ୍ନ ଅଞ୍ଚଳ ରୁ ଷୋଳଟି ଟିମ ଅଂଶ ଗ୍ରହଣ କରିଥିଲେ | ପ୍ରଥମେ ସ୍ଥାନୀୟ ସମାଜସେବୀ ଶ୍ରୀଯୁକ୍ତ ଜଚିନ୍ଦ୍ର ସାହୁ ମ୍ୟାଚ ଟିକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଏଥିରେ ଯାଜପୁର ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ଷୋଳ ଟି ଟିମ ଅଂଶ ଗ୍ରହଣ କରିଥିଲେ | ଫାଇନାଲ ମ୍ୟାଚ ରେ ଅତିଥି ଭାବେ ସମାଜସେବୀ ଶ୍ରୀଯୁକ୍ତ ଅରୂପାନନ୍ଦ ଜେନା, ସମାଜସେବୀ ଶ୍ରୀଯୁକ୍ତ ରାକେଶ ନାୟକ, ସମାଜସେବୀ ଶ୍ରୀଯୁକ୍ତ କଞ୍ଜେଷ୍ଟର ଜେନା, ବଡ଼ଚଣା ଥାନା ର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଶରତ ପାତ୍ର ଓ ସ୍ଥାନୀୟ ସାମ୍ବାଦିକ ବଳରାମ ନାୟକ ଦୀପକ ଦାସ ଉପସ୍ଥିତ ଥିବା ବେଳେ ହାସ୍ୟ ଅଭିନେତା ରାଜୁ ସାହୁ ଓ ତନୁଶ୍ରୀ ଏହି ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଆକର୍ଷଣ ଥିଲେ | ସ୍ଥାନୀୟ ଦର୍ଶକ ମ୍ୟାଚ ଟିକୁ ଭରପୁର୍ ଉପଭୋଗ କରିଥିଲେ | ଫାଇନାଲ ମ୍ୟାଚରେ ପ୍ରଥମେ ଟସ ଜିଣି ମହାଖଳା ଟିମ ବ୍ୟାଟିଙ୍ଗ୍ କରିଥିଲେ | ନିର୍ଦ୍ଧାରିତ କୋଡିଏ ଓଭର ମଧ୍ୟରୁ ମାତ୍ର ଷୋଳ ଓଭର ଖେଳି ସମସ୍ତ ଉଇକେଟେ ହରାଇ ୧୭୭ରନ୍ କରିବାକୁ ସକ୍ଷମ ହୋଇଥିଲା | ପ୍ରତିପକ୍ଷ ଖେଳାଳି ଧର୍ମଶାଳା ର ହରିଦାସ୍ ପୁର କ୍ରିକେଟ ଟିମ ନିର୍ଦ୍ଧାରିତ ୨୦ ଓଭର ଖେଳି ପାଞ୍ଚ ଟି ଉଇକେଟେ ହରାଇ ମାତ୍ର ୧୭୨ ରନ ସଂଗ୍ରହ କରିଥିଲେ |
ଶେଷରେ ବିଜୟୀ ମହାଖଳା ଟିମ କୁ ଦଶ ହଜାର ଟଙ୍କା ର ଚେକ ସହ ଟ୍ରଫି ପ୍ରଦାନ କରାଯାଇଥିଲା | ସେହିପରି ରନର୍ସ ଅପ ଭାବେ ହରିଦାସ୍ ପୁର କ୍ରିକେଟ ଟିମ କୁ ପାଞ୍ଚ ହଜାର ଟଙ୍କା ସହ ଟ୍ରପି ପ୍ରଦାନ କରାଯାଇଥିଲା | ଏହି ମ୍ୟାଚ ରେ ମ୍ୟାନ ଅଫ ଦି ମ୍ୟାଚ ରାଜେଶ କୁମାର ସାହୁ, ମ୍ୟାନ ଅଫ ଦି ସିରିଜ କିରଣ ସାହୁ, ବେଷ୍ଟ କିପର୍ ରାଜେଶ ଭଦ୍ର ଓ ବେଷ୍ଟ କ୍ୟାଚ୍ ପାଇଁ ସମ୍ବିତ ପାତ୍ର ଙ୍କୁ ମନୋନୀତ କରାଯାଇଥିଲା | ଅମ୍ପାୟାର୍ ଭାବେ ଜ୍ଞାନରଞ୍ଜନ୍ ମହାନ୍ତି ଓ କୁଳମଣି ନାୟକ ଖେଳ ପରିଚାଳନା କରିଥିଲେ | କୋହ୍ଲାସିଂ କ୍ରିକେଟ କ୍ଲବ ର ସଭାପତି ଶ୍ରୀଯୁକ୍ତ ପରମାନନ୍ଦ ପ୍ରଧାନ ଙ୍କୁ କ୍ଲବ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା | ଏଥିରେ କୋହ୍ଲାସିଂ କ୍ରିକେଟ କ୍ଲବର ଶିକନ ପ୍ରଧାନ, ରୋଶନ ମହାରଣା, ଦିପୁ ସାହୁ, ଗଗନ ପୃଷ୍ଟି, ସାଗର ପାତ୍ର, କାଳନ୍ଦୀ ନାୟକ, ମହେନ୍ଦ୍ର ଖଟୁଆ, ରମେଶ ମଲିକ, ରିଙ୍କୁ ପ୍ରଧାନ ଓ ବାସୁଦେବ ନାୟକ ପ୍ରମୁଖ ସହଯୋଗ କରିଥିଲେ |







