-
ବିଶ୍ୱ ଐତିହ୍ୟ ସହର ହେବ ପୁରୀ
-
ପୁରୀ ଜିଲ୍ଲା ପାଇଁ ୧୨୦୦ କୋଟି
-
ପୁରୀରେ ହେବ ଆନ୍ତର୍ଜାତିକ ବିମାନ ବନ୍ଦର
-
ଭୁବନେଶ୍ୱର-ପୁରୀ ଆଠ ଥାକିଆ ହେବ ରାସ୍ତା
-
ପୁରୀ ହେବ ଓଡ଼ିଶାର ଅର୍ଥନୈତିକ ମେରୁଦଣ୍ଡ
-
୫ଶହ ବର୍ଷ ଧରି ଯାହା ହୋଇନଥିଲା ୩ ବର୍ଷରେ ହୋଇଛି
-
ପାନ ଚାଷୀଙ୍କ ପାଇଁ ବିନା ସୁଧରେ ୧ଲକ୍ଷ ଚଙ୍କାର ଋଣ
-
ପରିକ୍ରମା ପ୍ରକଳ୍ପ ପାଇଁ ପୁରୀବାସୀ ଓ ସେବାୟତଙ୍କ ତ୍ୟାଗ ଲାଗି ଧନ୍ୟବାଦ
-
ମୁଖ୍ୟମନ୍ତ୍ରୀଙ୍କ ସହ ରହିଛି ମହାପ୍ରଭୁଙ୍କ ଆଶୀର୍ବାଦ
"୫ଶହ ବର୍ଷରେ ଯେଉଁ କାମ ହୋଇନଥିଲା ସେହି କାମକୁ ମୁଖ୍ୟମନ୍ତ୍ରୀ ୩ ବର୍ଷରେ ସାରିଛନ୍ତି। ମହାପ୍ରଭୁଙ୍କ ଆଶୀର୍ବଦ ନେଇ ସାହସର ସହ କାମ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ରାଜା ମହାରାଜାଙ୍କଠାରୁ ଆରମ୍ଭ କରି ବ୍ରିଟିଶ ଅମଳରେ ଅନେକ ଜିଲ୍ଲାପାଳ ଏହି କାମ କରିବାକୁ ଚାହିଁଥିଲେ ମଧ୍ୟ ବିଫଳ ହୋଇଥିଲେ । ଏପରିକି ଅତୀତରେ ଦୁଇ ଦୁଇ ଜଣ ମୁଖ୍ୟମନ୍ତ୍ରୀ ମଧ୍ୟ ପୂର୍ବରୁ ଏହି କାମ କରିବାକୁ ଚେଷ୍ଟା କରି ଫେଲ ମାରିଥିଲେ।"
ଭୁବନେଶ୍ୱର: ପୁରୀ ଜିଲ୍ଲା ସାରା ରାଜ୍ୟର ହେବ ଅର୍ଥନୈତିକ ମେରୁଦଣ୍ଡ। ବିଶ୍ବର ଐତିହ୍ୟ ସହର ହେବ ପୁରୀ। ପୁରୀ ସହରକୁ ବାଦ ଦେଇ ପୁରୀ ଜିଲ୍ଲା ପାଇଁ ୧୨୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଲକ୍ଷ୍ୟ ପୂରଣ ଲାଗି ଆହୁରି ଲମ୍ବା ବାଟ ଯିବାର ଅଛି ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ପୁରୀ ତାଳବଣିଆଠାରେ ସାଧାରଣ ସଭାରେ ଯୋଗ ଦେବା ଅବସରରେ ଏହି କଥା କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ।
ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ହେବ। ରାଜଧାନୀ ଭୁବନେଶ୍ବର-ପୁରୀ ଆଠ ଲେନ୍ ରାସ୍ତା ହେବ। କଟକ-ପୁରୀ ଭୁବନେଶ୍ବର ମେଟ୍ରୋ ଟ୍ରେନ ପୁରୀ ପର୍ୟ୍ୟନ୍ତ ସମ୍ପ୍ରସାରଣ ହେବ। ୫୦୦ ବର୍ଷ ଧରି ଯେଉଁ କାମ ହୋଇନଥିଲା ତାହା ୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ କରି ଦେଖାଇଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ପୁରୀ ବାସୀ ଏବଂ ଶ୍ରୀମନ୍ଦିରର ସେବାୟତଙ୍କ ତ୍ୟାଗକୁ ସମ୍ମାନ କରିବା ସହ ଧନ୍ୟବାଦ ପ୍ରଦାନ କରିଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପରେ ମହାପ୍ରଭୂଙ୍କ ଆଶୀର୍ବାଦ ରହିଛି । ପୁରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପ୍ଲାନ ରହିଛି ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ।ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ କେମିତି ଲାଗୁଛି ବୋଲି ପଚାରିଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ୫ଶହ ବର୍ଷରେ ଯେଉଁ କାମ ହୋଇନଥିଲା ସେହି କାମକୁ ମୁଖ୍ୟମନ୍ତ୍ରୀ ୩ ବର୍ଷରେ ସାରିଛନ୍ତି। ମହାପ୍ରଭୁଙ୍କ ଆଶୀର୍ବଦ ନେଇ ସାହସର ସହ କାମ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ରାଜା ମହାରାଜାଙ୍କଠାରୁ ଆରମ୍ଭ କରି ବ୍ରିଟିଶ ଅମଳରେ ଅନେକ ଜିଲ୍ଲାପାଳ ଏହି କାମ କରିବାକୁ ଚାହିଁଥିଲେ ମଧ୍ୟ ବିଫଳ ହୋଇଥିଲେ । ଏପରିକି ଅତୀତରେ ଦୁଇ ଦୁଇ ଜଣ ମୁଖ୍ୟମନ୍ତ୍ରୀ ମଧ୍ୟ ପୂର୍ବରୁ ଏହି କାମ କରିବାକୁ ଚେଷ୍ଟା କରି ଫେଲ ମାରିଥିଲେ।
ପରିକ୍ରମା ପ୍ରକଳ୍ପ ପରିକଳ୍ପନା ସମୟର କିଛି ଘଟଣାବଳୀ ଉପସ୍ଥାପନ କରିଥିଲେ ପାଣ୍ଡିଆନ । କିଭଳି ପରିକ୍ରମା ପ୍ରକଳ୍ପ ଏକ ସମ୍ବେଦନଶୀଳ ପ୍ରସଂଗ ଥିଲା ଓ ତାକୁ ନେଇ ବହୁ ଲୋକ ବିଭିନ୍ନ ଆଶା ଆଶଂକା ପ୍ରକାଶ କରୁଥିଲେ । ତେବେ କୌଣସି ଆଶଂକାକୁ ଭୃକ୍ଷେପ ନକରି ମୁଖ୍ୟମନ୍ତ୍ରୀ କିଭଳି ଆଗକୁ ବଢିଥିଲେ ସେ କାହାଣି କହିଥିଲେ ପାଣ୍ଡିଆନ । ପରିକ୍ରମା ପ୍ରକଳ୍ପ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ହାତ ମାରିବା ରିସ୍କ ବୋଲି ସମସ୍ତେ ପରାମର୍ଶ ଦେଇଥିଲେ ।
ତେବେ ଏହି ରିସ୍କ ନେବା ପାଇଁ ପ୍ରସ୍ତୁତ ହୋଇଥିଲେ ମୁଖ୍ୟମନ୍ତ୍ରୀ। ଏଥିରେ ହାତ ମାରିବା ଲାଗି ଅନେକ ଲୋକ ବାରଣ କରିଥିଲେ । ସାମାନ୍ୟ ତ୍ରୁଟି ହେଲେ ସରକାର ଭାଂଗିଯିବାର ଆଶଂକା ରହିଛି ବୋଲି ସତର୍କ କରିଦେଇଥିଲେ । ବିଜୁ ଜନତା ଦଳ ବୁଡିଯିବ ବୋଲି ମଧ୍ୟ କହିଥିଲେ। ତେବେ ମୁଖ୍ୟମନ୍ତ୍ରୀ କହିଲେ, ସେ ମହାପ୍ରଭୁଙ୍କର କାମ କରିବେ। ମହାପ୍ରଭୁଙ୍କର କାମ କରିକି ଦେଖାଇବେ। ଓଡିଶାବାସୀଙ୍କ ଯାହା ଦରକାର ତାହା କରିବେ। ତାଙ୍କର କହିବା କଥା ଥିଲା ଚୌକି ନୁହଁ, ଜନତାଙ୍କ ସହିତ ତାଙ୍କର ସମ୍ପର୍କ। ଲୋକମାନେ ଯାହା ଚାହିଁବେ ତାଙ୍କ ପାଇଁ କରିବାର ଅଛି। ପୁରୀରେ ଯେଉଁ କାମ ହୋଇଛି ଆଗାମୀ ୨ ହଜାର ବର୍ଷ ପର୍ୟ୍ୟନ୍ତ କାମ ଦରକାର ନାହି ବୋଲି କହିଥିଲେ ଫାଇଭ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ।
ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟସ୍ଥଳ କରିବା ପାଇଁ ପ୍ରଯାସ ଜାରି ରହିଛି । ଏବେ ଏହି କାମ ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ମନ୍ଦିରରୁ ଏହି କାମ ଆରମ୍ଭ ହୋଇଛି । ଆହୁରି ବହୁତ ଲମ୍ବା ବାଟ ଯିବାର ଅଛି। ବହୁତ ଲୋକ ଚେଷ୍ଟା କରିଥିଲେ କାମରେ ପ୍ରତିବନ୍ଧକ ସୃଷ୍ଟି କରି ଏହାକୁ ବନ୍ଦ କରିବା ଲାଗି । ଏ କାମ ହୋଇଗଲେ ମୁଖ୍ୟମନ୍ତ୍ରୀଙ୍କ ନାଁ ଯୁଗ ଯୁଗ ଧରି ସ୍ମରଣୀୟ ହୋଇ ରହିଯିବ ବୋଲି କାମ କରାଇଦେବାକୁ ଚାହୁଁନଥିବା ଲୋକଙ୍କ ଧାରଣା। କାମକୁ କେମିତି ହେଲେ ବନ୍ଦ କରିବାକୁ ଚକ୍ରାନ୍ତ ହୋଇଥିଲା।
ନିର୍ବାଚନ ଜିତିବାକୁ ମୁଖ୍ୟମନ୍ତ୍ରୀ ଏ କାମ କରୁନାହାନ୍ତି। ଲୋକଙ୍କ ପାଁଇ କାମ କରୁଛନ୍ତି, ଓଡ଼ିଶାବାସୀଙ୍କ ପାଇଁ କରୁଛନ୍ତି। ଲୋକେ ଯାହା ଚାହିଁବେ ମୁଖ୍ୟମନ୍ତ୍ରୀ ତାହା କରିକି ଦେଖାଇବେ। ମୁଖ୍ୟମନ୍ତ୍ରୀ କଥା କମ କାମ ବେଶି କରନ୍ତି। ପୁରୀ ଜିଲ୍ଲାର ୨ ନିର୍ବାଚନମଣ୍ଡଳି ପୁରୀ ସଦର ଓ ବ୍ରହ୍ମଗିରିବାସୀ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ପାଣ୍ଡିଆନ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ । ସମସ୍ତେ ଏକାଠି ହୋଇ ଲଢିବା। ଯେଉମାନେ ମୁଖ୍ୟମନ୍ତ୍ରୀଙ୍କୁ ଚାହୁଁଛନ୍ତି ଆଶୀର୍ବାଦ ଦେବେ। ଏକାଠି ଲଢିଲେ ପାଖକୁ କିଏ ଆସିପାରିବେନି ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।ପୁରୀ ଜିଲ୍ଲାରେ ଲକ୍ଷ୍ମୀ ଯୋଜନା ଆରମ୍ଭ ହେବ। ପ୍ରତି ପଂଚାୟତରେ ଆମ ବ୍ୟାଙ୍କ ସେବା ଆରମ୍ଭ ହେବ। ସବୁ ପ୍ରକାର ଭତ୍ତା ବଢାଇବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ। ବିଏସକେୱାଇ ନବୀନ କାର୍ଡର ଲାଭ ନେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ଗ୍ୟାରେଣ୍ଟି ଉନ୍ନତ ଚିକିତ୍ସା ସେବାର ସୁବିଧା ପାଇବେ ଲୋକେ। ଧନୀ ଲୋକ ଯେଉଁ ହସ୍ପିଟାଲକୁ ଯିବେ ଗରିବ ଲୋକ ବି ସେହି ହସ୍ପିଟାଲକୁ ଯିବେ। ସାଢେ ୪ କୋଟି ଲୋକଙ୍କୁ ନିଜ ପରିବାର ବୋଲି ଭାବନ୍ତି ମୁଖ୍ୟମନ୍ତ୍ରୀ। ସବୁ ନିର୍ବାଚନମଣ୍ଡଳୀରେ ଶଙ୍ଖ ଛିହ୍ନ ଛଡା ଆଉ କିଛି ଚିହ୍ନ ଦେଖିବାନି । ମୁଖ୍ୟମନ୍ତ୍ରୀ ଆପଣ ସମସ୍ତଙ୍କୁ ପରିବାର ଭାବି ଦିନରାତି ଖଟୁଛନ୍ତି। ଆପଣ ମଧ୍ୟ ତାଙ୍କୁ ଆଶୀର୍ବାଦ କରିବେ ବୋଲି କହିଥିଲେ ଶ୍ରୀ ପାଣ୍ଡିଆନ।
ଗତ ଅଗଷ୍ଟ ମାସରେ ସେ ପୁରୀ ଗସ୍ତ କରିଥିଲେ। ଏହି ୬ ମାସରେ ପୁରୀ ଜିଲ୍ଲା ପାଇଁ ୩୧୦ କୋଟି ମଂଜୁର ହୋଇଛି। ପୁରୀ ସଦର, କଣାସ, ବ୍ରହ୍ମଗିରି ଓ କୃଷ୍ଣପ୍ରସାଦରେ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ଲାଗି ୨୦ କୋଟି ମଂଜୁର ହୋଇଛି। ପିପିଲିରେ ବିଦ୍ୟୁତ ସମସ୍ୟାର ସମାଧାନ ହୋଇଛି। ସେହିପରି ଧର୍ମାନୁଷ୍ଠାନ ଓ କମ୍ୟୁନିଟି ସେଣ୍ଟର ଲାଗି ଅର୍ଥ ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ସିରୁଳି ମହାବୀର ମନ୍ଦିର ଲାଗି ୬ କୋଟି ୨ ଲକ୍ଷ, ନିମାପଡ଼ା ସୋମନାଥ ମନ୍ଦିର ଲାଗି ୫ କୋଟି, ଦାଣ୍ଡମୁକୁନ୍ଦପୁରର ଗୋପୀନାଥ ମନ୍ଦିର ଲାଗି ୨ କୋଟି, କୃଷ୍ଣପ୍ରସାଦର ସମଲେଶ୍ବର ମନ୍ଦିର ଲାଗି ୨ କୋଟି ୨୫ ଲକ୍ଷ ମଂଜୁର ହୋଇଛି। ଜଟେଶ୍ବର ମନ୍ଦିର ଲାଗି ୧ କୋଟି ୪୦ ଲକ୍ଷ, ଡେଲାଙ୍ଗର ଉନ୍ନତିଲାଗି ୧ କୋଟି, ସତ୍ୟବାଦୀ ଷ୍ଟାଡିୟମ ଲାଗି ୧ କୋଟି, କଣାସ ଷ୍ଟାଡିୟମ ଲାଗି ୧ କୋଟି, କଣାସର ମଙ୍ଗଳା ମନ୍ଦିର ଲାଗି ୫୦ ଲକ୍ଷ, କଣାସ ବୈଦ୍ୟନାଥ ମନ୍ଦିର ଲାଗି ୫୦ ଲକ୍ଷ, ଡେଲାଙ୍ଗ ଦାରୁବ୍ରହ୍ମ ମଠ ଲାଗି ୧ କୋଟି, ବରାଳ ବାଲୁଙ୍କେଶ୍ବର ମନ୍ଦିର ଲାଗି ୯୦ ଲକ୍ଷ ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ନିମାପଡା ଓ କାକଟପୁର ଅଞ୍ଚଳର ପାନଚାଷୀଙ୍କ ସମସ୍ୟାର ହେବ ସମାଧାନ ହେବ। ୨୩ ହଜାର ପାନଚାଷୀ ରହିଛନ୍ତି । ପାନ ଚାଷୀଙ୍କୁ ୧ ଲକ୍ଷ ପର୍ୟ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ କରାଯିବ। ପ୍ରତି ପାନଚାଷୀ ୟୁନିଟକୁ ଅଢେଇ ହଜାର ଟଙ୍କା ପ୍ରଦାନ କରାଯିବ । ଏଥିରୁ ୪ ହଜାର ପାନଚାଷୀ ଲାଭ ପାଇବେ। କାକଟପୁରରେ ପଟ୍ଟା ସମସ୍ୟାର ସମାଧାନ ନେଇ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ବରିମୁଣ୍ଡା ଓ ବେଲଦଳରେ ପଟା ପ୍ରଦାନ ଆରମ୍ଭ ହୋଇଛି। ସମସ୍ତ ଜମି ପଟ୍ଟା ସମସ୍ୟା ସମାଧାନ ନେଇ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ।








