ସାମିଲ ହେଲେ ଜିଲ୍ଲାର 10 ହଜାର ରୁ ଉର୍ଦ୍ଧ୍ବ କଲେଜ ଛାତ୍ରଛାତ୍ରୀ
ବରଗଡ :- ବରଗଡ଼ ଜମୂର୍ଡା ପଡ଼ିଆ ଠାରେ ଆଜି ଜିଲ୍ଲା ସ୍ତରୀୟ ନୂଆଁ-ଓ , ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି। ତେବେ ଆଜି ବରଗଡ଼ ଜିଲ୍ଲାର ସମସ୍ତ 12ଗୋଟି ବ୍ଲକର ପ୍ରାୟ ଦଶ ହଜାର ଛାତ୍ରଛାତ୍ରୀ ଏହି କାର୍ଯ୍ଯକ୍ରମରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡ୍ୟାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ତେବେ ଏହି କାର୍ଯ୍ଯକ୍ରମରେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବରଗଡ଼ ଜିଲ୍ଲାପାଲ ଆଦିତ୍ୟ ଗୋୟଲ୍, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ତେବେ ଭିଡ଼ିଓ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡ୍ୟାନ ବରଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଅନ୍ତର୍ନିହିତ ଶକ୍ତି ତଥା ଗୁଣାବଲି ଗୁଡ଼ିକର ବିକାଶ ସହ ବିଦ୍ୟାଳୟ- ମହାବିଦ୍ୟାଳୟ ଗୁଡ଼ିକର ଯୁଗାନ୍ତକାରୀ ରୂପାନ୍ତରଣ ସାଙ୍ଗକୁ କ୍ରୀଡ଼ା ଓ ସ୍ବାସ୍ଥ୍ୟ କ୍ଷେତ୍ରର କିପରି ବିକାଶ ହୋଇଛି ତଥା ବରଗଡ଼ ଜିଲ୍ଲାର ଯୁବ ପୀଢ଼ି କିପରି ଉତ୍ତୋରତ୍ତର ଉନ୍ନତୀ କରିବେ ସେ ସଂପର୍କରେ ଉଦବୋଧନ ଦେଇଥିଲେ। ତେବେ ବର୍ତମାନ ଦିନ ଗୁଡ଼ିକରେ ବରଗଡ଼ ଜିଲ୍ଲା ବିକାଶର ସାରଥୀ ସାଜିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡ୍ୟାନଙ୍କୁ ଛାତ୍ରଛାତ୍ରୀ ଓ ଜନ ପ୍ରତିନିଧି ମାନଂକ ଧନ୍ୟବାଦ ଜ୍ଞାପନ କରାଯାଇଛି ।







