ନିଶ୍ଚିନ୍ତକୋଇଲି କୁ ହରାଇ କଟକ ସଦର ବିଜେତା l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ସ୍ଥିତ ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ମିନି ଷ୍ଟାଡ଼ିୟମ୍ ର ଉଦଘାଟନ ଉତ୍ସବରେ ପ୍ରଥମେ ନିଶ୍ଚିନ୍ତକୋଇଲି ଓ କଟକ ସଦର ଅଞ୍ଚଳର ଖେଳାଳୀ ମାନଙ୍କୁ ନେଇ ଏକ ଭେଟେରାନ୍ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହି ପ୍ରତିଯୋଗିତାରେ ନିଶ୍ଚିନ୍ତକୋଇଲି କୁ ହରାଇ କଟକ ସଦର ବିଜୟ ଲାଭ କରିଛି । ନିଶ୍ଚିନ୍ତକୋଇଲିର ଫ୍ଲାଇଙ୍ଗ୍ ଇଗଲସ୍ ପ୍ରଥମେ ଟସ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୩ ୱିକେଟ ହରାଇ ୧୦୧ ରନ୍ କରିଥୁଲା । ଜବାବରେ କଟକ ସଦରର ୟୁନାଇଟେଡ୍ ଚାର୍ଜସ୍ ବ୍ୟାଟିଂ କରି ୬.୨ ଓଭରରେ କୌଣସି ୱିକେଟ ନହରାଇ ୧୦୨ ରନ୍ କରି ବିଜୟ ହୋଇଥିଲା । ଏଥିରେ ପ୍ରମୋଦ ରାଉତ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲା ବେଳେ ଉତ୍ତମ ବ୍ୟାଟସମ୍ୟାନ ଭାବେ ମିଲନ ଭୂୟାଁ ଉତ୍ତମ ବୋଲର ଭାବେ ମିହିର ପତିଙ୍କୁ ପୁରସ୍କୃତ କରାଯାଇଥିଲା । ଦେବପ୍ରସାଦ ମହାପାତ୍ର, ଶୈଳେନ୍ଦୁ ଦେ ଓ ସେକ୍ ରଫି ଖେଳ ପରିଚାଳନା କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଯୋଗଦାନ କରି ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଏଥିରେ କଟକ ସଦର ବିଜେଡ଼ି ବ୍ଳକ ସଭାପତି ପ୍ରମୋଦ ମହାପାତ୍ର, ସମରରଂଜନ ବେହେରା, ସତ୍ୟସିଦ୍ଧାର୍ଥ ଦାସ,ହିମାଂଶୁ ଦାସ, ବିଭୂତିଭୂଷଣ ପରିଡ଼ା,ଅମୀୟ ପ୍ରସାଦ ମହାନ୍ତି, ଗୋବିନ୍ଦ ଦାସ,ବିନୟ କୁମାର ଦାସ ,ଦିବାକର ସାହୁ, ବିଷ୍ଣୁଚରଣ ଦାସ ପ୍ରମୁଖ ଯୋଗ
ଦେଇଥିଲେ ।







