ହେଡଲାଇନସ୍:

ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତା କାର୍ଯ୍ୟକ୍ରମ ସହିତ ବନ୍ଦେ ଉତ୍କଳ ଜନନୀ ଗାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉପଲକ୍ଷେ ଏନଏସି ସରକାରୀ ଉଚ୍ଚ ବିଦ୍ୟାଳୟ,ନୟାଗଡ଼ ପରିସରରେ ଭାଷା,ସାହିତ୍ୟ,ସୃଜନଶୀଳତା ଉତ୍ସବ ଏବଂ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପ୍ରଥମେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡିଆ ଭାଷାର ପ୍ରଚାର ପ୍ରସାର ପାଇଁ ଶପଥ ପାଠ କରାଯାଇଥିଲା। ପ୍ରଧାନଶିକ୍ଷୟିତ୍ରୀ ରସିଦା ଖାତୁନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷକ-ଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରିପାଠୀ, ସୁଚିତ୍ରା ଦେବୀ,ରୋଜାଲୀନ ମିଶ୍ର, ଜ୍ୟୋତିର୍ମୟୀ ରଥ, ସ୍ୱାଗତିକା ଦଳେଇ, ଭବାନୀ ଆଚାର୍ଯ୍ୟ, ସୌଦାମିନୀ ପ୍ରଧାନ, କାଦମ୍ବିନୀ କରଣ, ଅନୁସୂୟା ମିଶ୍ର, ପ୍ରଦୀପ୍ତ ଡାକୁଆ, ଉମାକାନ୍ତ ମିଶ୍ର, ନବଜ୍ୟୋତି ମହାପାତ୍ର, କୈଳାସ ରଥ,ଅଶୋକ ମିଶ୍ର, ଲକ୍ଷ୍ମୀଧର ସାହୁ ପ୍ରମୁଖ ଉପସ୍ଥିତ ରହି ଓଡିଆ ଭାଷା, ସାହିତ୍ୟ, ସୃଜନଶୀଳତା ସଂପର୍କରେ ଆଲୋଚନା କରିଥିଲେ।ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍, କବିତା ଲିଖନ,ଗଳ୍ପ,ଚିତ୍ରକଳା,ନୃତ୍ୟ ଆଦି ପ୍ରତିଯୋଗିତା କରାଯାଇ ପୁରସ୍କାର ବିତରଣ ଏବଂ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା।

0
0
0
s2sdefault