ହେଡଲାଇନସ୍:

ଡ଼ମ୍ବସରା ସରକାରୀ (ଏସ.ଏସ.ଡି)ବାଳିକା ଉଚ୍ଚ ବିଦ୍ୟାଳୟର , ବାର୍ଷିକ ଉତ୍ସବ ୨୦୨୪ ।

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ସ୍ଥିତ ଡ଼ମ୍ବସରା ସରକାରୀ (ଏସ.ଏସ.ଡି)ବାଳିକା ଉଚ୍ଚ ବିଦ୍ୟାଳୟ ସ୍କୁଲ ରେ ଆଜି ଇଂ.ତା- ୦୩:୦୨:୨୪ ରିଖ ଦିନ ବିଦ୍ୟାଳୟ ର ବାର୍ଷିକ ମହୋତ୍ସବ ଆୟଜିତ ହୋଇଯାଇଛି । ଏହି ମହୋତ୍ସବ ଅବସରରେ ମୁଖ୍ୟ ଅତିଥି ରୂପେ ଗୁଣୁପୁର ବିଧାୟକ ଶ୍ରୀ ଯୁକ୍ତ ରଘୁନାଥ ଗମାଙ୍ଗ ଯୋଗଦେଇଥିଲେ ଆନୁଷ୍ଠାନିକ ଭାବେ ସଂସ୍କୃତିକ ସଂଗୀତ ଓ ଦ୍ୱୀପ ପ୍ରଜ୍ଵଅଳନ କରି ବାର୍ଷିକ ଉତ୍ସବ ଆରମ୍ବ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ ସହ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ପଣ୍ଡା, ରାଜ୍ୟ ଉପସଭାପତି ,ଶ୍ରୀମତି ଝିଲି ଶବର,ଅଧ୍ୟକ୍ଷା,ପଞ୍ଚାୟତ ସମିତି,ଗୁଣୁପୁର, ଶ୍ରୀମତି ସନ୍ତୋଷି ଶବର, ସରପଞ୍ଚ ଡ଼ମ୍ବସରା,ଶ୍ରୀମତି ଶୁଭ୍ରାଞ୍ଜଳି ପ୍ରଧାନ, ଗୋଷ୍ଠୀ ଉନୟନ ଅଧିକାରୀ , ଗୁଣପୁର , ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଦଳେଇ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ, ଶ୍ରୀଯୁକ୍ତ ଗଙ୍ଗାଧର ବେହେରା, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ , ଗୁଣପୁର ,ଶ୍ରୀଯୁକ୍ତ ଅଶ୍ୱିନୀ ଶବର ଅଧ୍ୟକ୍ଷ, ବିଦ୍ୟାଳୟ ପରିଚାଳନା କମିଟି ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସେମ ଗମାଙ୍ଗ ପ୍ରମୁଖ କାର୍ଯ୍ୟକ୍ରମରେ ମଞ୍ଚାସିନ ଥିଲେ। ଉକ୍ତ ବାର୍ଷିକ ମହୋତ୍ସବ ଅବସରରେ ମୁଖ୍ୟ ଅତିଥି ସହ ମୁଖ୍ୟବକ୍ତା ଛାତ୍ରଛାତ୍ରୀଙ୍କ ଜୀବନରେ କ୍ରୀଡାର ଭୂମିକା ସମ୍ପର୍କରେ ଉଦବୋଧନ ଦେଇଥିବା ସହ କ୍ରୀଡ଼ା ଓ ଶାରୀରିକ ବ୍ୟାୟାମ ଦ୍ବାରା ଶାରୀରିକ ଓ ମାନସିକ ବିକାଶ ସହ, ଶିକ୍ଷା ର ମଧ୍ୟ ଉତରାନୂତର ଉନ୍ନତି ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ବିଦ୍ୟାଳୟ କ୍ରୀଡା ଶିକ୍ଷକ ମନୋଜ ତୁଳ ଅତିଥି ପରିଚୟ ପ୍ରଦାନ କରିଥିବା ସହ ଶିକ୍ଷକ ସୁନୀଲ ଗୌଡ଼ ମଞ୍ଚ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟ ର ଅଧ୍ୟକ୍ଷ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ ରେ କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳନା କରିଥିଲେ। ସମ୍ପ୍ରତି ଉତ୍ସବରେ ଶିକ୍ଷାନୁଷ୍ଠାନ ର ସମସ୍ତ ଛାତ୍ରୀ ଅଂଶଗ୍ରହଣ କରିଥିଲେ ଏଵଂ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।କୃତୀ ପ୍ରତିଯୋୀମାନଙ୍କୁ ଉତ୍ସାହିତ କରାଯାଇଥିଲା । ଛୋଟ ଛୋଟ ପିଲାମାନେ ମଧ୍ୟ ନାଚ ଗୀତ ସଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ନିଜ ପ୍ରତିଭା ଦେଖାଇଥିଲେ ।ସମାଜକୁ ଭଲ ଶିକ୍ଷା ପ୍ରଦାନ କରିବା ପାଇଁ ବିଭନ୍ନ ପ୍ରକାର କଳା ଓ ନାଟ୍ୟ ମାଧ୍ୟମରେ ବିଦ୍ୟାଳୟର ଛାତ୍ରୀ ମାନେ ନିଜ କଳା ପରିବେଷଣ କରିଥିଲେ ।ଏହି ପ୍ରକାର ଏକ ସୁନ୍ଦର କାର୍ଯ୍ୟକ୍ରମକୁ ଆସିଥିବା ଦର୍ଶକ ଓ ସମସ୍ତ ଅତିଥି ମାନେ ବହୁ ପ୍ରଶଂସା କରିଥିଲେ।

 

0
0
0
s2sdefault