ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ସ୍କୁଲ ଅଫ ମ୍ୟାନେଜମେଣ୍ଟର ଦୁଇଦିନିଆ କର୍ମଶାଳା ଉଦଘାଟିତ ହୋଇଯାଇଛି / ସ୍କୁଲ ଅଫ ମ୍ୟାନେଜମେଣ୍ଟ ଓ ନୂଆଦିଲ୍ଲୀ ସ୍ଥିତ ରିସର୍ଚ୍ଚ ଫୋରମ ସହବନ୍ଧନ ରେ ଆୟୋଜିତ ଏହି କର୍ମଶାଳାରେ "ଉଦ୍ୟୋଗୀ ଆର୍ଥିକ ସମସ୍ୟା ଏବଂ ଚ୍ୟାଲେଞ୍ଜ ମାଧ୍ୟମରେ ଗ୍ରାମୀଣ ଭାରତକୁ ସଶକ୍ତ କରିବା" ସମ୍ପର୍କରେ ଆଲୋଚନା ହୋଇଥିଲା /ଏଥିରେ ମେଘାଳୟ ସ୍ଥିତ ନର୍ଥ-ଇଷ୍ଠନ ହିଲ ୟୁନିଭେର୍ସିଟି ର ମ୍ୟାନେଜମେଣ୍ଟ ବିଭାଗର ପ୍ରଫେସର କୈଳାଶ ଚନ୍ଦ୍ର ବିଶ୍ୱାଳ ,ଖୋର୍ଦ୍ଧା ସ୍ଥିତ ପି .ଏନ. ଅଟୋନମସ କଲେଜର ବାଣିଜ୍ୟ ବିଭାଗର ମୁଖ୍ୟ ପ୍ରଫେସର ସୁଶୀଲ କୁମାର ପଟନାୟକ ,ଉଦ୍ୟେଗପତି ସୁଧୀର କୁମାର ପାଣିଗ୍ରାହୀ , ସ୍କୁଲ ଅଫ ଇଂଜିନିରିଂର ଡିନ ଡ଼ ଏ ବି ଶ୍ରୀନିବାସ ରାଓ,ସ୍ଥାନୀୟ ଆଇ ପି ଓ ଦେବାଶିଷ ମହାନ୍ତି ପ୍ରମୁଖ ଯୋଗ ଦେଇ ନୂତନ ଜ୍ଞାନ କୌଶଳ କୁ ପ୍ରୟୋଗ କରି ସଫଳ ଉଦ୍ୟେଗୀ ହେବ ସହ ନିଜସ୍ୱ ରୋଜଗାର କ୍ଷମ ହେବା ଓ ବେକାରୀ ଦୁରୀକରଣ ହେବା ପାଇଁ ପ୍ରବର୍ତ୍ତାଇ ଥିଲେ / ବିଭାଗର ମୁଖ୍ୟ ଡ଼ ସୌମେନ୍ଦ୍ର ଦାଶ ଅତିଥି ପରିଚୟ କରିଥିବା ବେଳେ ଅଧ୍ୟାପକ ଦେବାଶିଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ / ଏହି ଅବସରରେ ରିସର୍ଚ୍ଚ ଫୋରମ ଇଣ୍ଡିଆ ଓ ସ୍କୁଲ ଅଫ ମ୍ୟାନେଜମେଣ୍ଟ ମଧ୍ୟରେ ଏକ ଚୁକ୍ତିନାମା ସ୍ଵାକ୍ଷର ହୋଇଥିଲା
ରାଜ୍ୟ
ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ସ୍କୁଲ ଅଫ ମ୍ୟାନେଜମେଣ୍ଟର ଦୁଇଦିନିଆ କର୍ମଶାଳା ଉଦଘାଟିତ.
- Hits: 277








